ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ପୁରାତନ ଛାତ୍ର ସଂସଦର ଏକ ଜରୁରୀ ବୈଠକ କାର୍ଯ୍ୟକ୍ରମ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି ।
ଏହି ବୈଠକରେ ବିଦ୍ୟାଳୟର ପୁରାତନ ଛାତ୍ର ତଥା ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀ ପ୍ରଶାନ୍ତ କୁମାର ଜେନା ଅଧ୍ୟକ୍ଷତା କରିଥିଲେ । ପୁରାତନ ଛାତ୍ର ସଂସଦର ପୂର୍ବତନ ସମ୍ପାଦକ ରମେଶ ଚୌଧୁରୀ ଏବଂ ବର୍ତ୍ତମାନର ସମ୍ପାଦକ ପ୍ରଦୀପ କୁମାର ନାୟକ , ସହ-ସମ୍ପାଦକ ଡ଼ଃ.ଶଙ୍କର ପ୍ରସାଦ ବକ୍ସି , ଭାରତ ଭୂଷଣ ମହାନ୍ତି , ସାତ୍ମିକ କୁମାର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିବା ବେଳେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଡ଼ଃ ବୃଷକେତୁ ଦାସ ଉପସ୍ଥିତ ରହି ବୈଠକରେ ଯୋଗ ଦେଇଥିବା ସମସ୍ତ ପୁରାତନ ଛାତ୍ର ମାନଙ୍କୁ ସ୍ୱାଗତ କରିବା ସଙ୍ଗେ ସଙ୍ଗେ ଇତି ମଧ୍ୟରେ ୧୬୩ ବର୍ଷ ଅତିକ୍ରାନ୍ତ ହୋଇଥିବା ଏହି ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ଅର୍ଥାତ ଐତିହାସିକ ସମ୍ପନ୍ନ ଶତାୟୁ ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ପାଇଁ ସମସ୍ତେ ସମ୍ମିଳିତ ଭାବେ ଉଦ୍ୟମ କରିବା ଆବଶ୍ୟକ ବୋଲି କହିଥିଲେ ।
ଏହି ବାଳକ ଉଚ୍ଚ ବିଦ୍ୟାଳୟର ୧୯୭୮ ମସିହାର ପୁରାତନ ଛାତ୍ରମାନେ ଦେଇଥିବା ବଡ଼ ଘଣ୍ଟାକୁ ଆସନ୍ତା ଡିସେମ୍ବର ମାସ ୧୫ ତାରିଖ ଦିନ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟକୁ ଉତ୍ସର୍ଗ କରାଯିବ ଏବଂ ସେହି ଦିନହିଁ ବିଦ୍ୟାଳୟର ପୁରାତନ ଛାତ୍ର ସଂସଦର ବାର୍ଷିକ ଉତ୍ସବ ପାଳନ କରାଯିବ ବୋଲି ବୈଠକରେ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆ ଯାଇଥିଲା । ତା ସଙ୍ଗେ ସଙ୍ଗେ ଡିସେମ୍ବର ୧୫ ତାରିଖରେ ବିଦ୍ୟାଳୟର ଯେଉଁ ପୁରାତନ ଛାତ୍ର ମାନେ ଏହି ବିଦ୍ୟାଳୟରେ ଶିକ୍ଷକତା କରି ଅବସର ନେଇଛନ୍ତି ସେମାନଙ୍କୁ ପୁରାତନ ଛାତ୍ର ସଂସଦ ପକ୍ଷରୁ ସେମାନଙ୍କୁ ସମ୍ଭାର୍ଦ୍ଧନା ଦେବାପାଇଁ ମଧ୍ୟ ସ୍ଥିରୀକୃତ ହୋଇଥିଲା ।
ଅନ୍ୟମାନଙ୍କ ମଧ୍ୟରେ ଏହି ବୈଠକ କାର୍ଯ୍ୟକ୍ରମରେ ପୁରାତନ ଛାତ୍ର ନାସିର ବେଗ , ନବୀନା ନନ୍ଦ ଗନ୍ତୟତ , ପ୍ରଫୁଲ୍ଲ ପାଣିଗ୍ରାହୀ , ବାଲୁ ପାତ୍ର , ହରିହର ଦାସ , କୁମୁଦ ରଂଜନ ଦାସ , ବସନ୍ତ ପଣ୍ଡା , ଅମୂଲ୍ୟ ପାଣିଗ୍ରାହୀ , ଗଣେଶ ରାଜୁ , ବୃନ୍ଦାବନ ରାଓ, ଆଦର୍ଶ ଦାସ ଏବଂ ବାସୁଦେବ ଦାସ ପ୍ରମୁଖ ଏହି ବୈଠକରେ ଉପସ୍ଥିର ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।











