ଲଣ୍ଡନ : ଲଣ୍ଡନର ହଲିଡେ ଇନ କେନ୍ସିଙ୍ଗଟନ ହୋଟେଲରେ ଆରମ୍ଭ ହୋଇଛି ୱାର୍ଲଡ଼ ଓମେନ ଇକୋନୋମିକ ଫୋରମର ଆନ୍ତର୍ଜାତୀୟ ସମ୍ମିଳନୀ । ଗତ 8 ତାରିଖ ଠାରୁ ଆରମ୍ଭ ହୋଇଥିବା ଏହି ତିନିଦିନିଆ ବିଶ୍ୱ ସମ୍ମିଳନୀରେ ସାରା ବିଶ୍ୱରୁ 45ଜଣ ବକ୍ତା ଓ ପ୍ରତିନିଧି ସ୍ଥାନ ପାଇଥିବା ବେଳେ ଭାରତରୁ ପ୍ରତିନିଧିତ୍ୱ କରିଛନ୍ତି ଓଡ଼ିଶାର ଜଣାଶୁଣା ସାମାଜିକ କାର୍ଯ୍ୟକର୍ତ୍ତା ତଥା ପରିଚୟ ଫାଉଣ୍ଡେସନର ପ୍ରତିଷ୍ଠାତ୍ରୀ ଶ୍ରୀମତୀ ରୋଜାଲୀନ ପାଟଶାଣୀ ମିଶ୍ର । ଶ୍ରୀମତୀ ପାଟଶାଣୀ ମିଶ୍ର ଏହି ଫୋରମରେ ଭାରତର ପ୍ରତିନିଧି ଭାବେ ଯୋଗଦେଇ " କ୍ଷୁଧା ମୁକ୍ତି, ଖାଦ୍ୟ ନିରାପତ୍ତା, ଉନ୍ନତ ପୋଷଣ ଓ ମହିଳା ମାନଙ୍କ ଦକ୍ଷତା ବିକାଶ" ଉପରେ ନିଜର ବିସ୍ତୃତ ତଥ୍ୟ ସମ୍ବଳିତ ବକ୍ତବ୍ୟ ଉପସ୍ଥାପନ କରିଥିଲେ । ଏହି ଅବସରରେ ରୋଜାଲିନଙ୍କୁ ଏକସେପସନାଲ ଓମେନ ଅଫ ଏକସେଲେନ୍ସ ସମ୍ମାନରେ ସମ୍ମାନିତ କରାଯାଇଥିଲା | ବିଶିଷ୍ଟ ସମାଜସେବୀ ଶ୍ରୀମତୀ ପାଟଶାଣୀ ମିଶ୍ର ପୂର୍ବତନ ସଂସଦ ଡ଼ ପ୍ରସନ୍ନ ପାଟଶାଣୀଙ୍କ କନ୍ୟା ଓ ପୂର୍ବତନ ଵିଧାୟକ ତଥା ଓଡିଶା ହାଉସିଂ ବୋର୍ଡର ଅଧ୍ୟକ୍ଷ ପ୍ରିୟଦର୍ଶୀ ମିଶ୍ରଙ୍କ ଧର୍ମପତ୍ନୀ ଅଟନ୍ତି |
ରାଜ୍ୟ
ୱାର୍ଲଡ଼ ଓମେନ ଇକୋନୋମିକ ଫୋରମରେ ଭାରତକୁ ପ୍ରତିନିଧିତ୍ୱ କଲେ ଓଡ଼ିଶାର ରୋଜାଲୀନ
- Hits: 468