ହେଡଲାଇନସ୍:

 ଇସ୍ପାତ୍ ଉତ୍ପାଦନ  ପାଇଁ ପୂର୍ବ ଭାରତ ଆମର ପ୍ରାଥମିକତା- ଧର୍ମେନ୍ଦ୍ର ପ୍ରଧାନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଆନ୍ଧ୍ରପ୍ରଦେଶ ଗସ୍ତର ଦ୍ୱିତୀୟ ଦିନରେ ଭାଇଜାଗ ଇସ୍ପାତ କାରଖାନା ପରିଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ

 ଆନ୍ଧ୍ର, ଓଡିଶା, ପଶ୍ଚିମବଙ୍ଗ, ଝାଡଖଣ୍ଡ ଏବଂ ଛତିଶଗଡକୁ ଆର୍ଥିକ କ୍ଷେତ୍ର ବନାଇବା ପାଇଁ ଆମେ କାର୍ଯ୍ୟରତ

 ୨ ଲକ୍ଷ କୋଟି ବ୍ୟୟରେ ଆନ୍ଧ୍ରରେ ବିକାଶମୂଳକ ପ୍ରକଳ୍ପ ତିଆରି କରାଯିବ

ବିଶାଖାପାଟଣା, (SPB )– ପୂର୍ବ ଭାରତରେ ଅଧିକ ଇସ୍ପାତ୍ ଉତ୍ପାଦନ  ହେଉଥିବା କାରଣରୁ ପୂର୍ବ ଭାରତକୁ ଅଧିକ ପ୍ରାଧାନ୍ୟ ଦିଆଯାଇଛି । କାରଣ ଭାରତର ବିଭିନ୍ନ ଅଂଚଳରୁ ଉତ୍ପାଦିତ  ହେଉଥିବା ଇସ୍ପାତର ପରିମାଣ ତୁଳନାରେ ଅଧିକ ଭାଗ ପୂର୍ବ ଭାରତର ରହିଥାଏ । ଆନ୍ଧ୍ରପ୍ରଦେଶ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ରାଷ୍ଟ୍ରୀୟ ଇସ୍ପାତ୍ ନିଗମ(ଆରଆଇଏନଏଲ)ର ଭାଇଜାଗ ଇସ୍ପାତ କାରଖାନା ପରିଦର୍ଶନ କରିବା ପରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କମ୍ପାନୀର ବରିଷ୍ଠ  ଅଧିକାରୀମାନଙ୍କୁ ସମ୍ବନ୍ଧିତ କରିବା ଅବସରରେ ଏହା କହିଛନ୍ତି । ଏହି ଅବସରରେ ଶ୍ରୀ ପ୍ରଧାନ ଭାଇଜାଗ ଇସ୍ପାତ୍ କାରଖାନାର ପରିଚାଳନା କାର୍ଯ୍ୟକୁ ଦେଖିବା ସହ ଇସ୍ପାତ୍ ତିଆରି କାମ ସମ୍ବନ୍ଧରେ ପଚାରି ବୁଝିଥିଲେ ।

ଇସ୍ପାତ୍ ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଶ୍ରୀ ପ୍ରଧାନଙ୍କ ଏହା ପ୍ରଥମ ଭାଇଜାଗ ଗସ୍ତ ଥିଲା । ଶ୍ରୀ ପ୍ରଧାନ କହିଛନ୍ତି ଯେ ଏହି କ୍ଷେତ୍ର ସମେତ ଆନ୍ଧ୍ରପ୍ରଦେଶ, ଓଡିଶା, ପଶ୍ଚିମବଙ୍ଗ, ଝାଡଖଣ୍ଡ ଏବଂ ଛତିଶଗଡକୁ ଆର୍ଥିକ କ୍ଷେତ୍ର ବନାଇବା ଦିଗରେ କାମ କରୁଅଛୁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟିକୋଣରେ ଭାରତକୁ ୫ ଟ୍ରିଲିୟନ ଅର୍ଥନୀତି ଲକ୍ଷ୍ୟ ହାସଲ କରିବାରେ ପୂର୍ବ ଭାରତର ଅଧିକ ଯୋଗଦାନ ରହିବ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ନୂଆ ଭାରତ ନିର୍ମାଣରେ ଆନ୍ଧ୍ରପ୍ରଦେଶ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । କେନ୍ଦ୍ର ସରକାରଙ୍କ ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ଓ ଇସ୍ପାତ ମନ୍ତ୍ରାଳୟ ଆନ୍ଧ୍ରରେ ୨ ଲକ୍ଷ କୋଟି ଟଙ୍କା ବ୍ୟୟରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପ ତିଆରି କରିବାର ଯୋଜନା ରଖିଛନ୍ତି । ଯେଉଁ ସବୁ ପ୍ରକଳ୍ପ ଆଂଚଳିକ ଶିଳ୍ପକୁ ପ୍ରୋତ୍ସାହନ ଦେବା ସହ ସ୍ଥାନୀୟ ଅର୍ଥନୀତିକୁ ମଧ୍ୟ ତ୍ୱରାନ୍ୱିତ କରାଇବ ବୋଲି ସେ କହିଛନ୍ତି ।

ସେହିପରି ଶ୍ରୀ ପ୍ରଧାନ ଏକ କାର୍ଯ୍ୟକ୍ରମରେ ଆରଆଇଏନଲର କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ବରିଷ୍ଠ  ଅଧିକାରୀଙ୍କୁ ସମ୍ବୋଧିତ କରିଥିଲେ । ନୂଆ ଭାରତ ନିର୍ମାଣରେ ଆରଆଇଏନଏଲର ଭୂମିକା ଉପରେ ଆଲୋକପାତ କରିଥିଲେ । ଆରଆଇଏନଏଲ ସଂସ୍ଥା ଆଂଚଳିକ ଅର୍ଥନୀତିକୁ ମଜବୁତ୍ କରିବାରେ ସହାୟକ ହେଉଛି ବୋଲି ସେ କହିଥିଲେ ।

 

 

0
0
0
s2sdefault