ହେଡଲାଇନସ୍:

ଶ୍ୟାମସୁନ୍ଦର ପୁର ରେ ପ୍ରେମ ସଂଜୀବନୀ ରକ୍ତଦାନ ଶିବିର ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

(ହରଭଙ୍ଗା/ପ୍ରତାପ ମେହେର):.ଶ୍ରୀ ସତ୍ୟସାଇ ବାବାଙ୍କ ୯୪ ତମ ଜନ୍ମଦିବସ ଅବସରରେ ଶ୍ୟାସୁନ୍ଦରପୁର ଗୋଷ୍ଠୀ କେନ୍ଦ୍ରରେ " ପ୍ରେମ ସଂଜୀବନୀ " ସ୍ବେଚ୍ଛାସେବୀ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି । ଏକ ଆଧ୍ୟାତ୍ମିକ ପରିବେଶରେ ଏହି ଶିବିରରେ ମୋଟ୍ ୩୭ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା । ସଙ୍ଗଠନର ଜିଲ୍ଲା ସଭାପତି  ଡ଼ଃ ପ୍ରିୟବ୍ରତ ବେହେରା ପ୍ରଦୀପ ପ୍ରଜ୍ଵଳନ  କରିଥିଲେ । ସ୍ଥାନୀୟ ବୌଦ୍ଧ ରକ୍ତ ଭଣ୍ଡାର ର ଅଧିକାରୀ ଡ଼ଃ ମଳୟ ସାହୁଙ୍କ ନେତୃତ୍ୱ ରେ ଟେକ୍ନିସିଆନ୍ ଦେବଦତ୍ତ କିସାନ୍  ବିନୋଦ କୁମାର ପ୍ରଧାନ , ଆଟେଣ୍ଡାନ୍ଟ ଚନ୍ଦ୍ରପାନି ପଟ୍ଟନାୟକ ରକ୍ତ ସଂଗ୍ରହ କରିଥିଲେ । ସତ୍ୟ ସାଇ ସେବା ସଙ୍ଗଠନ ର ସୁନିଲ ବଘାର , ସଞ୍ଜୀବ ପ୍ରଧାନ , ମନୋଜ ଭୋକ୍ତା , ବିନୟ ବଘାର୍ , ତପନ ବେହେରା , ପ୍ରଶାନ୍ତ ବିଶି ପ୍ରମୁଖ ରକ୍ତଦାତାଙ୍କୁ ଉତ୍ସାହିତ କରିବା ସହିତ ସମସ୍ତ ସାହାଯ୍ୟ ସହଯୋଗ କରିଥିଲେ । ଏହି ଶିବିରରେ ଶ୍ୟାସୁନ୍ଦରପୁର ସମେତ  ନିକଟସ୍ଥ ଗ୍ରାମ ରାମଗଡ଼ , ରାମ୍ଭିକଟା , ହରେକୃଷ୍ଣ ପୁର , ବରଝୋଲି , ସାନ ସୁବଳୟା ତଥା ସୁଦୂର ଆଠମଲ୍ଲିକ ରୁ ମଧ୍ୟ ଆସି ରକ୍ତଦାନ କରିଥିଲେ ।

0
0
0
s2sdefault