ହେଡଲାଇନସ୍:

ପୋଲିସ ଠାବ କଲା ସେକ୍ସ ରେକେଟ :ରାଣୀ ମହୁମାଛି ସହିତ 3 ଗିରଫ ,ଜଣେ ନାବାଳିକା ସହିତ 2 ମହିଳା ଉଦ୍ଧାର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- ବରଗଡ଼ ଜିଲ୍ଲା ପାଇକମାଲ ନିକଟସ୍ଥ ଗୁରୁକୂଳ ଆଶ୍ରମ ନିକଟରେ ଥିବା ଏକ ଘରେ ଗତ ରାତିରେ ପାଇକମାଲ ପୋଲିସ ଚଢ଼ାଉ କରି ଏକ ସେକ୍ସ ରେକେଟ ର ଖୁଲାସା କରିଛି । ହସ୍ତଗତ ହେଇଥିବା ବିବରଣୀ ଅନୁସାରେ ଗୁରୁକୂଳ ନିକଟରେ ରହୁଥିବା ଶାନ୍ତିଲତା ବନଛୋର ନାମକ ନିଜ ଘରେ ତିନିଜଣ ଯୁବତୀ ଙ୍କୁ ଆଣି ତାଙ୍କ ଦ୍ୱାରା ଦେହ ବ୍ୟବସାୟ କରାଇବା ସହିତ ମହିଳା ମାନଙ୍କୁ ମାନସିକ ନିର୍ଯାତନା ମଧ୍ୟ ଦେଉଥିଲା । କରୁଥିଲେ । ଗତ ରାତିରେ ସେହି ମହିଳା ମାନକର ଭିତରୁ ଜଣେ ନିର୍ଯାତନା ସହିନପାରି ପାଇକମାଲ ପୋଲିସ କୁ ଖବର ଦେଇଥିଲେ । ଖବର ପାଇବା ମାତ୍ରେ ପାଇକମାଲ ଥାନା ଅଧିକାରୀ ଶ୍ରୀ ବିଶ୍ୱଜିତ ମନବୋଧ ତୁରନ୍ତ ଘଟଣା ସ୍ଥଳକୁ ପହଂଛି ଘଟଣା ସ୍ଥଳରୁ ଜଣେ ନାବାଳିକା ସମେତ 2 ଜଣ ଯୁବତୀ ଙ୍କୁ ଉଦ୍ଧାର କରିବା ସହିତ ରାଣୀ ମହୁମାଛି ଶାନ୍ତିଲତା ଓ ତାର ତିନିଜଣ ସହଯୋଗୀ ଙ୍କୁ ଗିରଫ କରିଛି । ଏଠାରେ ସୂଚନାଯୋଗ୍ୟ ଯେ ବିଭିନ୍ନ ସ୍ଥାନରୁ ମହିଳା ମାନଙ୍କୁ ଆଣି ଦେହାବ୍ୟବସାୟ ରେ ଲଗାଇବା ଓ କିଛି ମହିଳାଙ୍କୁ ବାହାର ରାଜ୍ୟରେ ବିକ୍ରି କରିଦେଇଥିବା ମଧ୍ୟ ଜଣା ପଡ଼ିଛି । ରାଣୀ ମହୁମାଛି ସହିତ ଗିରଫ ହେଇଥିବା ଅନ୍ୟ ବ୍ୟକ୍ତି ମାନେ ହେଲେ ବଲାଙ୍ଗୀର ଜିଲ୍ଲା ଲୋଇସିଙ୍ଗା ଥାନା ତେଲେନପାଲି ଗ୍ରାମର ଶ୍ୟାମ ସୁନ୍ଦର ପ୍ରଧାନ@ଗଡ଼ଟିଆ , ପାଇକମାଲ ଥାନା ଅନ୍ତର୍ଗତ ଜର୍ଜଗଡ଼ ଗ୍ରାମର ପ୍ରଭାସ ତାଣ୍ଡି ଓ ଦିବ୍ୟ ତାଣ୍ଡି । ପାଇକମାଲ ଥାନାରେ କେଶ ନମ୍ବର 194/19 ଧାରା 376(2)(n)/366(a)370/370(a)/372/109/34 ipc /3/4/6/7immoral traffic (prevention)act 1956 / 6 POCSO ଆକ୍ଟ ରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିବା ସହିତ ସମସ୍ତଙ୍କର ଡାକ୍ତରୀ ମୁଆଇନା କରାଇବା ପରେ ବରଗଡ଼ ସ୍ପେସିଆଲ କୋର୍ଟ କୁ ଚାଲାଣ କରିଛି ।

0
0
0
s2sdefault