ହେଡଲାଇନସ୍:

ଜିଲ୍ଲାପାଳ ଉପହାର ଦେବେ ଦୁଇଟି ଏଲଇଡ଼ି ଟିଭି 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଅଚାନକ ଦିପହରେ ଆଶ୍ରମରେ ପହଁଚିଲେ ଜିଲ୍ଲାପାଳ

 ଗାଇସିଲେଟ/କେଦାର ନାଥ ସାହୁ: ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ସ୍ଥିତି ତାଲପାଲି ପଞ୍ଚାୟତର ଜନକେଡା ଗ୍ରାମଠାରେ ଥିବା ଗୋପବନ୍ଧୁ ସେବା ସଦନ ଅନାଥ ତଥା ମୁକବଧିର  ଆଶ୍ରମରେ ଜିଲ୍ଲାପାଳ  ଜ୍ୟୋତି ରଂଜନ ପଧାନ ହଠାତ ଅପରାହ୍ନ ଗୋଟାଏ ସମୟରେ ପହଞ୍ଚିଥିଲେ। ବିନା ସୂଚନାରେ ଜିଲ୍ଲାପାଳଙ୍କ ଉପସ୍ଥିତିରେ ଆଶ୍ରମ କର୍ତ୍ତୃପକ୍ଷ ଇତଃସ୍ତତ ହୋଇପଡିଥିଲେ | ଆଶ୍ରମରେ ପହଞ୍ଚି ଜିଲ୍ଲାପାଲ ଅନ୍ତେବାସୀ ଛାତ୍ରଛାତ୍ରୀ ମାନଙ୍କ ସହ ବାର୍ତ୍ତାଳାପ କରିବାପରେ ସେଠାରେ ଛାତ୍ରଛାତ୍ରୀଙ୍କ ସହ ତଳେ ବସି ମଧ୍ୟାହ୍ନ ଭୋଜନ କରିଥିଲେ । ଆଶ୍ରମ କର୍ତ୍ତୃପକ୍ଷରୁ ନୂତନ ହଷ୍ଟେଲ ବିଲ୍ଡି ନିର୍ମାଣ,ଆଶ୍ରମ ପରିସରରେ ଏଲଇଡି ଲାଇଟ ସଂଯୋଗ ଏବଂ ପିଇବା ପାଣି ପାଇଁ ଏକ ଫିଲଟର ବ୍ୟବସ୍ଥା କରିବା ପାଇଁ ଦାବି କରିଥିଲେ ଅନ୍ତେବାସୀ ଓ ଆଶ୍ରମ କର୍ତ୍ତୃପକ୍ଷ । ପ୍ରତିକ୍ରିୟାରେ ଜିଲ୍ଲାପାଳ ଶ୍ରୀ ପ୍ରଧାନ ଯଥାଶୀଘ୍ର ସମସ୍ତ ସମସ୍ୟାର ସମାଧାନ କରାଯିବ ଏବଂ  ଆସନ୍ତା ଶିଶୁ ଦିବସରେ ଅନ୍ତେବାସୀ ମାନଙ୍କୁ ଦୁଇଟି ଏଲଇଡି ଟିଭି ଉପହାର ସ୍ବରୂପ ଦିଆଯିବ ବୋଲି ପ୍ରତିଶୃତି ଦେଇଥିଲେ। ପ୍ରକାଶ ଥାଉକି ଉକ୍ତ ଆଶ୍ରମରେ ୨୫ ଜଣ ମୁକ ଓ ବଧିର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରୁ ୩ଜଣ ଝିଅ ଓ ୨୨ ଜଣ ପୁଅ ଥିବାବେଳେ ୨୩ଜଣ ଅନାଥ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରୁ ୧୨ଜଣ ଛାତ୍ର ଓ ୧୧ଜଣ ଛାତ୍ରୀଙ୍କୁ ମିଶାଇ ମୋଟ ୪୮ ଜଣ ଅନ୍ତେବାସୀ ଅଛନ୍ତି।

 

 

 

0
0
0
s2sdefault