ହେଡଲାଇନସ୍:

ବିଶ୍ୱକର୍ମା ଜୁଏଲାରୀ ଦୋକାନରୁ ପ୍ରାୟ  ୮୫ ଲକ୍ଷରୁ ଅଧିକ ଟଙ୍କାର ଗହଣା ଲୁଟ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବାରିପଦା(ଶାସକ ପ୍ରଶାସକ)- ବୈଶିଙ୍ଗା ଥାନାଠାରୁ ଅଳ୍ପ ଦୂରେ ଥିବା ବିଶ୍ୱକର୍ମା ଗହଣା ଦୋକାନରୁ ୬ ଜଣ ଯୁବକ ୨ଟି ବାଇକରେ ଆସି ଦୋକାନରୁ ପ୍ରାୟ ୮୫ ଲକ୍ଷରୁ ଅଧିକ ଟଙ୍କା ମୂଲ୍ୟର ସୁନା, ରୁପା ଗହଣା ଓ ଟଙ୍କା ଲୁଟି ପଳାଇ ଯାଉଥିବା ବେଳେ ସ୍ଥାନୀୟ ଜନସାଧାରଣ ଓ ଦୋକାନର ମାଲିକ ସେମାନଙ୍କୁ ଧରିବା ନିମନ୍ତେ ଉଦ୍ୟମ କରିଥିଲେ । ଏହି ସମୟରେ ଗହଣା ଓ ଟଙ୍କା ଧରି ଖସିଯାଇଥିବା ୩ ଜଣ ଯୁବକଙ୍କ ବାଇକରୁ ଜନସାଧାରଣଙ୍କ ଉପରକୁ ଗୁଳି ଚଳାଯାଇଥିଲା । ଫଳରେ ସେମାନଙ୍କୁ ସମ୍ମୁଖୀନ ହେବାକୁ ଜନସାଧାରଣ ଭୟ କରିଥିବା ବେଳେ ଅନ୍ୟ ଏକ କଳାରଙ୍ଗର ଓଡ଼ି ୧୧ ଆର ୫୯୭୬ ନମ୍ବର ବିଶିଷ୍ଟ ପଲସର ବାଇକରେ ଥିବା ୩ ଜଣ ଯୁବକକୁ କାବୁ କରିନେଇଥିଲେ । ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ବାଇକଲେ ଗହଣା ଧରି ଖସି ପଳାଇ ଯାଇଥିବା ୩ ଜଣଙ୍କୁ ଧରିବା ନିମନ୍ତେ ପୁଲିସ ଚାରାରି ଆଡେ଼ ନାକାବନ୍ଦୀ କରିଦେଇଥିଲେ । ଫଳରେ ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲା ସୀମାନ୍ତରେ ଏକ ମଠ ନିକଟରେ ଉଭୟଙ୍କ ମଧ୍ୟରେ ଗୁଳିବିନିମୟ ଚାଲିଥିବାର ଜଣାପଡ଼ିଛି । 

 

0
0
0
s2sdefault