ସୁବର୍ଣ୍ଣପୁର ରେ ଜାତୀୟ ପ୍ରେସ ଦିବସ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସୁବର୍ଣ୍ଣପୁର,ଶାସକ ପ୍ରସାଶକ (ପ୍ରକାଶ କୁମାର ହାତୀ) ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଏବଂ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସ୍ଥାନୀୟ ଜିଲ୍ଲାପାଳ ଅଫିସ ସମ୍ମିଳନୀ କକ୍ଷରେ ଜାତୀୟ ପ୍ରେସ୍ ଦିବସ ପାଳିତ ହୋଇଯାଇଅଛି। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଅଧିକାରୀ ଅର୍ଜୁନ ଚରଣ ମାଝୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନ, ସମ୍ମାନିତ ଅତିଥି ଭାବରେ ଜିଲ୍ଲା ସାମ୍ୱାଦିକ ସଂଘ ର ସଭାପତି ଗୋରେଖନାଥ ସାହୁ, ସମ୍ପାଦକ ବ୍ୟୋମକେଶ ଦାଶ, ପର୍ଶୁରାମ ମିଶ୍ର, ମୁଖ୍ୟବକ୍ତା ଭାବେ ଓ ଟିଭି ପଶ୍ଚିମ ଓଡ଼ିଶା ବ୍ୟୁରୋ ଚିଫ ମନୋରଞ୍ଜନ ଯୋଶୀ ଯୋଗ ଦେଇ ବର୍ତ୍ତମାନ ପରିସ୍ଥିତିରେ ଭ୍ରମାତ୍ମକ ଖବର ପରିବେଷଣ ପରିପ୍ରେକ୍ଷୀରେ ଗଣମାଧ୍ୟମ ବିଶ୍ୱସନୀୟତା ବିଷୟରେ ଅଭିଭାଷଣ ରଖିବା ସହ ଦୈନନ୍ଦିନ ଜୀବନରେ ସାମ୍ୱାଦିକ ମାନଙ୍କ ସମସ୍ୟା ବିଷୟରେ ଉପସ୍ଥାପନା କରିଥିଲେ ଓ ସମାଜ ଗଠନରେ ଗଣମାଧ୍ୟମର ଭୂମିକା ଗୁରୁତ୍ଵପୂର୍ଣ୍ଣ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିବା ବେଳେ ରାମ ଶଙ୍କର ଭୋଇ ଧନ୍ୟବାଦ ଦେଇଥିଲେ । ଜିଲ୍ଲା ସାମ୍ବାଦିକ ସଂଘ ର ଦିଲ୍ଲୀପ ପାତ୍ର, ମୃତ୍ୟୁଞ୍ଜୟ ଶତପଥି, ରାଜ କିଶୋର ତ୍ରିପାଠୀ, ରତନ ପଟ୍ଟନାୟକ, ବିବେକାନନ୍ଦ ମିଶ୍ର, ସ୍ଵାଧୀନ ମେହେର, ମହାଦେବ ମଲ୍ଲିକ, ନବ ମିଶ୍ର, ରଞ୍ଜନ ବାରିକ, ରବୀନ୍ଦ୍ର ହୋତା, ଶେଷଦେବ ବାରିକ, ପିତାମ୍ବର ମହାପାତ୍ର, ସନ୍ତୋଷ ମିଶ୍ର , ସଞ୍ଜୟ ସାହୁ, ରଞ୍ଜନ ହୋତା, ପିନାକୀ ପଣ୍ଡା, ସହଦେବ ମେହେର, ସରୋଜ ପ୍ରଧାନ, ସୁଶାନ୍ତ ପଣ୍ଡା ପ୍ରମୁଖ ଙ୍କ ସହ ଜିଲ୍ଳାର ବିଭିନ୍ନ ବ୍ଲକରୁ ଆସିଥିବା ସାମ୍ବାଦିକମାନେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ l

0
0
0
s2sdefault