କାକଟପୁର(ପ୍ରକାଶ ଦାଶ)୧୭/୧୧: ଫଳକରେ ସୀମିତ ଥିବା ଭଣ୍ଡିସାହି - ପଥରପକ୍କା ସେତୁ କାର୍ଯ୍ୟ ଫୁଣି ଥରେ ଆରମ୍ଭ ହେବାକୁ ଯାଉଛି। ପାଟସୁନ୍ଦରପୁର ଗ୍ରାମ ପଞ୍ଚାୟତ ବିଶେଷ କରି ଭଣ୍ଡିସାହି ଗ୍ରାମର ଜନସାଧାରଣ ଙ୍କ ଦୁଃଖ ଦୂର ହେବ । ବହୁ ବର୍ଷ ଧରି ଯେଉଁ ସମସ୍ୟାକୁ ନେଇ ବାରମ୍ବାର ଅଭିଯୋଗ ହେଉଥିଲା ତାହାର ଅବସାନ ହେବାର ସମୟ ଆସିଛି । ସୂଚନା ଯୋଗ୍ୟକି ପ୍ରାୟତଃ ଛ' ଦଶନ୍ଧି ଧରି ଦେଵୀ ନଦୀ ଭଣ୍ଡିସାହି ଠାରେ ଏକ ନାଳ ସଦୃଶ ଥିଲା । ମାତ୍ର ପରବର୍ତ୍ତୀ ସମୟରେ ଏହା କାୟା ବିସ୍ତାର କରିବାରୁ ସ୍ଥାନୀୟ ଅଧିବାସୀଙ୍କ ଜମି ନଦୀ ଗର୍ଭ କୁ ଚାଲିଗଲା । ନଦୀ ପାଖରେ ଥିବା ପଥରପକ୍କା, ବାଉରିଆକଣ ଆଦି ଅଞ୍ଚଳରେ ଭଣ୍ଡିସାହି, ମୁତୁଣିଆ ଓ ଓଷକଣା ଗ୍ରାମବାସୀଙ୍କ ଏକର ଏକର ଚାଷ ଜମି ନଦୀଗର୍ଭ ରେ ଲୀନ ହୋଇ ଯାଇଛି | ଯାହା ସୂଚନା ରହିଛି ଭଣ୍ଡିସାହି ମୁତୁଣିଆ ଓ ଓଷକଣା ଆଦି କେତେକ ପଞ୍ଚାୟତର ଚାଷୀ ଙ୍କ ୩ଶହ ଏକରରୁ ଅଧିକ ଚାଷ ଜମି ନଦୀ ଗର୍ଭରେ ଲିନ ହୋଇଯାଇଛି। ଦେବୀ ନଦୀରେ ସେତୁ ନଥିବାରୁ କାକଟପୁର ବ୍ଳକ୍ ପାଟସୁନ୍ଦରପୁର ପଞ୍ଚାୟତର ଭଣ୍ଡିସାହି ଓ ମୁତୁଣିଆ ଆଜି ଗ୍ରାମବାସୀ ବ୍ଳକ, ତହସିଲ୍, ଥାନା, ଡାକ୍ତରଖାନା ଯିବାକୁ ହେଲେ ଆଜି ବି ଡଙ୍ଗା ଉପରେ ନିର୍ଭର କରିଥାନ୍ତି | ତେଣୁ ଏହି ନଦୀ ଉପରେ ଏକ ପୋଲ ନିର୍ମାଣ ପାଇଁ ଲୋକ ଦାବି କରିଆସୁଥିଲେ | ଏହି ଗ୍ରାମରୁ କିଛି ଲୋକ ଦିର୍ଘ ୨୩ କିମି ବାଟ ବୁଲି ଶିଖର ସେତୁ ଦେଇ ସେହି ସବୁ କାର୍ଯ୍ୟାଳୟ କୁ ଯାଇଥାନ୍ତି | ତେଣୁ ଏହି ସମସ୍ୟା ସଂପର୍କରେ ଅଞ୍ଚଳବାସୀ ପୂର୍ବ ସରକାର ସମୟରେ ମୁଖ୍ୟମନ୍ତ୍ରୀ , ମୁଖ୍ୟ ଶାସନ ସଚିବ, ପୁରୀ ଜିଲ୍ଲା ଜିଲ୍ଲାପାଳ, ପୂର୍ତ୍ତ ଓ ସଡକ ଉନ୍ନୟନ ବିଭାଗ ସଚିବଙ୍କୁ ଅନେକଥର ଦାବିପତ୍ର ଦେବା ପରେ ୨୦୨୩ ମସିହା ନଭେମ୍ବର ମାସରେ ଭଣ୍ଡିସାହି ଘାଟରୁ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ସେତୁ ନିର୍ମାଣ ପାଇଁ ମୃତ୍ତିକା ପରୀକ୍ଷଣ କରାଯାଇଥିଲା । ଯାହାକି ଏବେ ପୁଣି ଥରେ ମୋହନ ସରକାର ଙ୍କ ସମୟ ରେ ଆରମ୍ଭ ହେବାକୁ ଯାଉଛି | ଏଥି ପାଇଁ ପଥରପକ୍କା ଦେବୀନଦୀ ବନ୍ଧରୁ ଭଣ୍ଡିସାହି ଘାଟପାଖ ନଦୀ ବନ୍ଧକୁ ନୂତନ ମୁଖ୍ୟମନ୍ତ୍ରୀ ସେତୁ ଟିର ସଂଯୋଗି କରଣ ପାଇଁ ହୋଇଥିବା ସରକାରଙ୍କ ତରଫରୁ ଡିମାର୍କସେସନ୍ ର ସାର୍ଟିଫାଏଡେ କପି ଏବଂ ସେତୁ ପାଇଁ ଆବଶ୍ୟକୀୟ ସମସ୍ତ ଦସ୍ତାବିଜକୁ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ହସ୍ତାନ୍ତର କରାଯାଇଛି। ବହୁତ୍ କମ୍ ଦିନ ମଧ୍ୟରେ ଟେଣ୍ଡର କରାଯାଇ ,ଖୁବ୍ ଶୀଘ୍ର ସେତୁଟିର କାର୍ଯ୍ୟ ଆରମ୍ଭ କରାଯିବ ବୋଲି ବିଭାଗ ତରଫରୁ ଜଣାଇ ଦିଆଯାଇଥିବାରୁ ଏହି ଅଞ୍ଚଳରେ ବିଶେଷକରି ଭଣ୍ଡିସାହି ଗ୍ରାମ ଏବଂ ପାଟସୁନ୍ଦରପୁର ଗ୍ରାମ ପଞ୍ଚାୟତ ଓ କାକଟପୁର ବ୍ଳକ୍ ରେ ଆନନ୍ଦର ଲହରୀ ଖେଳିଯାଇଛି |
ରାଜ୍ୟ
ଖୁବ୍ ଶୀଘ୍ର ଆରମ୍ଭ ହେବ ଭଣ୍ଡିସାହି - ପଥର ପକ୍କା ସେତୁ ଟେଣ୍ଡର ପ୍ରକ୍ରିୟା ।
- Hits: 11











