ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }_ ଜନତାଙ୍କ ସମସ୍ୟା ପ୍ରସଙ୍ଗ କୁ ସରକାର ଙ୍କ ନିକଟରେ ନିରପେକ୍ଷ ଓ ସୁଦୃଢ ଭାବରେ ଉପସ୍ଥାପନ କରିବାରେ ସାମ୍ବାଦିକତା ର ଭୂମିକା ଗୁରୁତ୍ୱପୂର୍ଣ୍ଣ। ସେଥିନିମିତ୍ତ ସବୁ ସ୍ଥିତିରେ ନିରପେକ୍ଷ ଖବର ଉପସ୍ଥାପନ କରିବା ଓ ରାଷ୍ଟ୍ର ଗଠନରେ , ଏହାଦ୍ଵାରା ଗଣମାଧ୍ୟମ ର ଭୂମିକା ଗୁରୁତ୍ୱପୂର୍ଣ୍ଣ ଭାବରେ ବୃଦ୍ଧି ପାଇ ଯାଇଥାଏ। ଆଧୁନିକ ସାମ୍ବାଦିକତାର ବିକାଶ, ବର୍ତ୍ତମାନର ସ୍ଥିତି ଓ ସୁସ୍ଥ ସାମ୍ବାଦିକତାର ଉପାଦେୟତା ସମ୍ପର୍କରେ ଆଲୋଚନା କରିବା ସହ ସମାଜ ଗଠନ ଓ ତଥ୍ୟଭିତ୍ତିକ ଖବର ପ୍ରକାଶ କରିବା ଆଜିର ସାମ୍ବାଦିକତା କ୍ଷେତ୍ରରେ ଆହ୍ୱାନ୍ ସାଜିଛି। ଲୋକଙ୍କ ସମସ୍ୟା ଓ ପ୍ରସଙ୍ଗକୁ ସରକାରଙ୍କ ନିକଟରେ ନିରପେକ୍ଷ ଭାବେ ଉପସ୍ଥାପିତ କରିବା ଦ୍ବାରା ଗଣତନ୍ତ୍ର ସୁଦୃଢ଼ ହୋଇପାରିବ ଓ ରାଷ୍ଟ୍ର ଗଠନରେ ଗଣମାଧ୍ୟମର ଭୂମିକା ସର୍ବଦା ଗୁରୁତ୍ଵପୂର୍ଣ୍ଣ ବୋଲି ଭଞ୍ଜନଗର ଠାରେ ଆୟୋଜିତ ପ୍ରେସ୍ ଦିବସ ପାଳନ ଅବସରରେ ଅତିଥିମାନେ ' ମତବ୍ୟକ୍ତ କରିଛନ୍ତି | ଭଞ୍ଜନଗର ପ୍ରେସ କ୍ଲବ୍ ପକ୍ଷରୁ ସଭାପତି ଲୋକନାଥ କରଙ୍କ ପୌରାହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ରଞ୍ଜନ କୁମାର ଦେ ଓ ମୁଖ୍ୟବକ୍ତା ଭାବେ ପ୍ରାକ୍ତନ ଅଧ୍ୟକ୍ଷ କୃତ୍ତାବାସ ବିଶ୍ଵାଳ ଯୋଗ ଦେଇ ସାମ୍ବାଦିକତାର ଅତୀତ ଓ ଭବିଷ୍ୟତ ସ୍ଥିତି ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। ସମ୍ପାଦକ ବାବୁଲା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିବା ବେଳେ ବିଶ୍ଵମ୍ବର ଜେନା, ରବୀନ୍ଦ୍ର ପାତ୍ର, ସୁଶାନ୍ତ କୁମାର ସାହୁ, ନେତାଜୀ ବିଷୋୟୀ ଓ ରତ୍ନାକର ସାହୁ ପ୍ରମୁଖ ବକ୍ତବ୍ୟ ରଖିଥିଲେ | ସାମ୍ବାଦିକ ରଞ୍ଜନ ସ୍ବାଇଁ, ଅମରେନ୍ଦ୍ର ପଟ୍ଟନାୟକ, ନିଲୁ ବିଷୋୟୀ, ରାଜେଶ କୁମାର ପଣ୍ଡା, ଉଦୟନାଥ ପଣ୍ଡା,ବୀରେନ୍ଦ୍ର ସ୍ଵାଇଁ, ନଚିକେତା ପ୍ରଧାନ, ମନୋଜ କର ଓ ରବୀନ୍ଦ୍ର ପ୍ରଧାନଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ଥିଲେ | ଭଞ୍ଜଭୂମି ଭଞ୍ଜନଗର ସହରରେ ଥିବା ଏକମାତ୍ର ପ୍ରେସ କ୍ଳବ୍ ର ଜାତୀୟ ସାମ୍ବାଦିକତା ଦିବସ ପାଳନ ନିମନ୍ତେ ଅନେକ ଖବର କାଗଜ ସାମ୍ବାଦିକ ଙ୍କ ସହିତ ଅନେକ ଇଲୋକ୍ଟ୍ରୋନିକ୍ସ ଖବର ଦାତା ଉପସ୍ଥିତ ଥିଲେ।
ରାଜ୍ୟ
ପ୍ରେସ ଦିବସ ପାଳନ ଅବସରରେ ଭଞ୍ଜନଗର ର ସମସ୍ତ ସାମ୍ବାଦିକ , ଏକାଠି ହେଲେ ପ୍ରେସ କ୍ଳବ୍ ରେ
- Hits: 61











