ପଦ୍ମପୁର: -ବୁଧାପାଲି ଗ୍ରାମରେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଆନୁକୂଳ୍ୟରେ ସପ୍ତଶକ୍ତି ସଂଗମ ଅନୁଷ୍ଠିତ ହୋଇ ଯାଇଛି । ମୁଖ୍ୟ ଅତିଥି ଓ ବକ୍ତା ଭାବରେ ମାନନୀୟା ଶ୍ରୀମତୀ ଅନୁପମା ବେହେରା,ତାଳପାଲି ମହାବିଦ୍ୟାଳୟର ସଂସ୍କୃତ ଅଧ୍ୟାପିକା ତଥା ପୂର୍ବତନ ପରିଚାଳନା ସମିତି ସଦସ୍ୟା ଓ ସମ୍ମାନୀତ ଅତିଥି ଭାବରେ ଶ୍ରୀମତୀ ପୁଷ୍ପାଞ୍ଜଳି ମେହେର,ଭେଉଁରିଆ SHG ଗ୍ରୁପର ସଦସ୍ୟା ଯୋଗ ଦେଇଥିଲେ । ସୁଶ୍ରୀ ମିନତି ପଟ୍ଟନାୟକ ସ୍ଵାଗତ ଭାଷଣ ତଥା ଅତିଥି ପରିଚୟ ପ୍ରଦାନ କରିଥିଲେ ।ଶ୍ରୀମତୀ ସଙ୍ଗୀତା ବିଶି ମାତୃ ଭାରତୀର ସମ୍ପାଦକ ଉଦ୍ଦେଶ୍ୟ କଥନ କହିଥିଲେ । ମାନନୀୟା ଅନୁପମା ବେହେରା ୧୬ ଟି ସଂସ୍କାର,ଭାରତୀୟ ସଂସ୍କୃତି କୁ ଆପଣେଇବାକୁ,ସମାଜରେ ଓ ପରିବାରରେ ନାରୀର ମହତ୍ତ୍ଵ,ପଞ୍ଚ ଯଜ୍ଞ,ଭାରତର ସଂସ୍କୃତି ଓ ପରମ୍ପରା,ଶିଶୁ ଗଠନ ରେ ପରିବାରର ଭୂମିକା,ସ୍ୱଦେଶୀ ଖାଦ୍ୟ ଗ୍ରହଣ କରିବା,ପର୍ଯ୍ୟାବରଣ ସୁରକ୍ଷାରେ ନାରୀର ଭୂମିକା ଆଦି ବିଷୟରେ ମାର୍ଗଦର୍ଶନ କରିଥିଲେ ।ଶ୍ରୀମତୀ କଲ୍ୟାଣୀ ମିଶ୍ର ବରିଷ୍ଠ ଗୁରୁମା ଭାରତ ବିକାଶରେ ମହିଳାଙ୍କ ଭୂମିକା,ନାରୀର ୭ଟି ଗୁଣ ,ସଂଯୁକ୍ତ ପରିବାରର ମହତ୍ତ୍ଵ,ଶିଶୁ ର ଲାଳନ ପାଳନରେ ମା’ ର ଭୂମିକା,ଗୁରୁଜନଙ୍କ ପ୍ରତି ସମ୍ମାନ ଓ ମୋବାଇଲ ର ଖରାପ ପ୍ରଭାବ ବିଷୟରେ ଉପସ୍ଥିତ ମହିଳାମାନଙ୍କୁ ବୁଝାଇ ଥିଲେ । ସମ୍ମାନୀତ ଅତିଥି ଶ୍ରୀମତୀ ପୁଷ୍ପାଞ୍ଜଳି ମେହେର ନାରୀର ମହତ୍ତ୍ଵ ବିଷୟରେ ଆଲୋକପାତ କରିଥିଲେ ।ସଂକଳ୍ପ କଥନ ଶ୍ରୀମତୀ ସୁଜାତା ତ୍ରୀପାଠୀ ଗୁରୂମା କହିଥିଲେ । ଏହି କାର୍ଯ୍ୟକ୍ରମକୁ ଶ୍ରୀମତୀ ମମତା ଗଡତିଆ ଗୁରୁମା ସଂଯୋଜନା କରିଥିବା ବେଳେ ଶ୍ରୀମତୀ ସୁଷମା ବିଶ୍ଵାଳ ଗୁରୁମା ଧନ୍ୟବାଦ ଅର୍ପଣ କରିଥିଲେ । ସୁଶ୍ରୀ ମିନତି ପଟ୍ଟନାୟକ ଗୁରୁମାଙ୍କ ତତ୍ତ୍ଵାବଧାନରେ କାର୍ଯ୍ୟକ୍ରମ ଟି ଅନୁଷ୍ଠିତ ହୋଇଥିଲା। ବୁଧାପାଲି, ଫଟାମୁଣ୍ଡା ଗ୍ରାମର ଗ୍ରାମବାସୀ ତଥା ସମସ୍ତ ଗୁରୁଜୀ ଗୁରୁମାମାନଙ୍କ ସହଯୋଗରେ କାର୍ଯ୍ୟକ୍ରମ ସଫଳ ହୋଇଥିଲା ।
ରାଜ୍ୟ
ବୁଧାପାଲି ଗ୍ରାମରେ ସପ୍ତ ଶକ୍ତି ସଂଗମ ଅନୁଷ୍ଠିତ
- Hits: 8











