ବ୍ୟାଡମିଣ୍ଟନ ତାରକା ଶ୍ୱେତପର୍ଣ୍ଣା ପଣ୍ଡାଙ୍କୁ ୩୩ତମଏକଲବ୍ୟ ପୁରସ୍କାର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପ୍ରୀତିସ୍ମିତା ଭୋଇ ଏବଂ ଆହାନଙ୍କୁ ଉପବିଜେତା ଭାବରେ ସମ୍ମାନିତ

ଭୁବନେଶ୍ୱର, ୧୬ନଭେମ୍ବର୨୦୨୫: ବ୍ୟାଡମିଣ୍ଟନ ଜଗତର ଅନନ୍ୟ ପ୍ରତିଭା ଓଡ଼ିଶାର ଶ୍ୱେତପର୍ଣ୍ଣା ପଣ୍ଡାଙ୍କୁ ଚଳିତବର୍ଷର ୩୩ତମ ଏକଲବ୍ୟ ପୁରସ୍କାର ଭୁବନେଶ୍ଵରର ମେଫେୟାର କନଭେନସନ ଠାରେ ପ୍ରଦାନ କରାଯାଇଛି। ତାଙ୍କୁ ଟ୍ରଫି ସହିତ ୭ଲକ୍ଷ ଟଙ୍କାର ନଗଦ ପୁରସ୍କାର ପ୍ରଦାନ କରାଯାଇଥିଲା।

ଉପବିଜେତା ଭାରୋତ୍ତୋଳକ ପ୍ରୀତିସ୍ମିତା ଭୋଇଏବଂ ଟେନିସ୍ଖେଳାଳି ଆହାନଙ୍କୁ ମଧ୍ୟ ଜାତୀୟ ଏବଂ ଅନ୍ତର୍ଜାତୀୟସ୍ତରରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ସମ୍ମାନିତ କରାଯାଇଥିଲା। ମାନପତ୍ର ବ୍ୟତୀତ, ପୁରସ୍କାର ପ୍ରଦାନ ଉତ୍ସବରେ ସେମାନଙ୍କୁ ୧.୫ଲକ୍ଷଟଙ୍କାର ନଗଦ ପୁରସ୍କାର ପ୍ରଦାନ କରାଯାଇଥିଲା।

ଓଡ଼ିଶାର ଆଡଭୋକେଟ୍ ଜେନେରାଲ ଶ୍ରୀ ପିତାମ୍ବର ଆଚାର୍ଯ୍ୟ ସନ୍ଧ୍ୟାର ମୁଖ୍ୟ ଅତିଥି ଭାବରେ ଏବଂ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଶ୍ରୀ ପ୍ରକାଶ ମିଶ୍ର, ଆଇପିଏସ୍ (ଅବସରପ୍ରାପ୍ତ) ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ଏକଲବ୍ୟ ପୁରସ୍କାର କମିଟି-୨୦୨୫ର ଅଧ୍ୟକ୍ଷ ଏବଂ ଇମ୍ପାକ୍ଟର ଟ୍ରଷ୍ଟି ଶ୍ରୀଯୁକ୍ତବୈଜୟନ୍ତ ପଣ୍ଡାସମ୍ମାନିତ ଜୁରି ସଦସ୍ୟଙ୍କ ସହିତ ଉପସ୍ଥିତ ଥିଲେ। ଇମ୍ପାକ୍ଟ୍ର ଟ୍ରଷ୍ଟି ଶ୍ରୀମତୀ ପ।ରମିତା ପଣ୍ଡାଙ୍କ ଧନ୍ୟବାଦ ସହିତ କାର୍ଯ୍ୟକ୍ରମ ଶେଷ ହୋଇଥିଲା ଏବଂ ପୁରସ୍କାର ବିତରଣ ଉତ୍ସବକୁ ଏକଲବ୍ୟ ପୁରସ୍କାର କମିଟି-୨୦୨୫ର ସଂଯୋଜକ ଏବଂ ଇମ୍ଫା କର୍ପୋରେଟ୍ ବ୍ୟପାର ମୁଖ୍ୟ ଶ୍ରୀଯୁକ୍ତ ଅଶ୍ୱିନୀ ପ୍ରସାଦ ମହାନ୍ତି ପରିଚାଳନା କରିଥିଲେ।

0
0
0
s2sdefault