ବଡ଼ବିଲ (ଶାସକ ପ୍ରଶାସକ) :ବଡ଼ବିଲ ପ୍ରେସ କ୍ଳବ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି।
ସ୍ଥାନୀୟ ଲକି ଇଣ୍ଡିଅ ହୋଟେଲ୍ରେ ଅନୁଷ୍ଠିତ ଏହି ଉତ୍ସବରେ କ୍ଲବର ବରିଷ୍ଠ ସଦସ୍ୟ ତଥା ଉପଦେଷ୍ଟା ବଳରାମ ମହାନ୍ତି ଅତିଥ୍ ପରିଚୟ ପ୍ରଦାନ କରି ତାଙ୍କୁ ମଞ୍ଚାସୀନ କରାଇଥିଲେ। ଉପଦେଷ୍ଟା ଦେବପ୍ରିୟ ରଣା ମଞ୍ଚ ପରିଚାଳନା କରିଥିଲେ। ତ୍ରିବେଣୀ କଳା କେନ୍ଦ୍ର ତରଫରୁ ସ୍ବାଗତ ନୃତ୍ୟ ପରିବେଷଣ କରାଯାଇଥିଲା । କୁନି କୁନି କଳାକାରମାନଙ୍କ ନୃତ୍ୟ ପ୍ରଦର୍ଶନ ଦର୍ଶକମାନଙ୍କୁ ମନମୁଗ୍ଧ କରିଥିଲା। ଏହି ସଭାରେ ବଡ଼ବିଲ ଥାନାଧିକାରୀ ଅଶୋକ କୁମାର ନାୟକ ମୁଖ୍ୟ ଅତିଥ୍, ବଡ଼ବିଲ କଲେଜର ଓଡ଼ିଆ ପ୍ରାଧ୍ୟାପକ ଡା. ଅସିତ ପ୍ରଧାନ ମୁଖ୍ୟ ବକ୍ତା, ଫରେଷ୍ଟ ରେଞ୍ଜ ଅଫିସର ସଂଜୀବ ରାଉତ, କାଉନସିଲର ପାୟଲ ଦେବଗନ, ସମାଜସେବୀ ବ୍ରଜକିଶୋର ପଣ୍ଡା ଯୋଗ ଦେଇ ଗଣମାଧ୍ଯମର ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ। ମୁଖ୍ୟ ବକ୍ତା ଡା. ଅସିତ ପ୍ରଧାନ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ଯେଉଁ ଦେଶର ଗଣମାଧ୍ୟମ ଦୃଢ, ସେହି ଦେଶର ଗଣତନ୍ତ୍ର ସୁଦୃଢ। ସାମ୍ବାଦିକମାନେ ନିର୍ଭିକତାର ସହିତ ସତ୍ୟ ପରିବେଷଣ କରିବା ଆବଶ୍ୟକ। ସେ ଆହୁରି କହିଥିଲେ ଯେ ଅନ୍ୟ ସ୍ତମ୍ଭରୁ ଲୋକଙ୍କ ଆସ୍କା କମିଲେ ସେମାନେ ଗଣମାଧ୍ୟମରେ ଆଶା ରଖନ୍ତି । ସମ୍ମାନିତ ଅତିଥ୍ ବ୍ରଜକିଶୋର ପଣ୍ଡା ଗଣମାଧ୍ୟମକୁ ସୁଦୃଢ, ସ୍ବତନ୍ତ୍ର ଓ ନିରପେକ୍ଷ ରଖିବାର ଆବଶ୍ୟକତା ଉପରେ ଜୋର ଦେଇଥିଲେ । ମୁଖ୍ୟ ଅତିଥି ଅଶୋକ କୁମାର ନାୟକ ତାଙ୍କ ବକ୍ତବ୍ୟରେ ସତ୍ୟ ଖବର ପରିବେଷଣ କରିବା ସାମ୍ବାଦିକଙ୍କ ପ୍ରଧାନ କର୍ତ୍ତବ୍ୟ ଏବଂ ଗଣମାଧ୍ଯମ ସାଧାରଣ ଲୋକଙ୍କ ଚକ୍ଷୁ ସଦୃଶ ବୋଲି କହିଥିଲେ। ଏହି ଅବସରରେ ବରିଷ୍ଠ ନାଗରିକ ପ୍ରତାପ କିଶୋର ଦାସ ଏବଂ ନୃତ୍ୟଗୁରୁ ରେଖା ମହାନ୍ତିଙ୍କୁ ଉତ୍କୃଷ୍ଟ ସେବା ପାଇଁ ଉପଢୌକନ ଓ ମାନପତ୍ର ପ୍ରଦାନ କରାଯାଇଥିଲା। ସଭା ଶେଷରେ ଦେବକାନ୍ତ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।











