ହେଡଲାଇନସ୍:

ରକ୍ଷକ " ନୂତନ ସଡ଼କ ସୁରକ୍ଷା ଓ ଯାନବାହାନ ଚଳାଚଳ ଆଇନ-୨୦୧୯ ସମ୍ବନ୍ଧୀୟ ସଚେତନତା କାର୍ଯ୍ୟକ୍ରମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳା ପୌରପରିଷଦ କାର୍ଯ୍ୟାଳୟ ଓ ବିଜୁ ଯୁବ ବାହିନୀର ମିଳିତ ଆନୁକୂଲ୍ୟରେ ପାରଳାଖେମୁଣ୍ଡି ଠାରେ  ସରକାରଙ୍କ ନୂତନ ସଡ଼କ ସୁରକ୍ଷା ଓ ଯାନବାହାନ ଚଳାଚଳ ଆଇନ-୨୦୧୯ ସମ୍ବନ୍ଧୀୟ ଏକ ବିରାଟ ସଚେତନତା କାର୍ଯ୍ୟକ୍ରମ "ରକ୍ଷକ" ଅନୁଷ୍ଠିତ ହୋଇଯାଇଛି ।

    ଏହି ଅବସରରେ ଏକ ବିରାଟ ସଚେତନତା ଶୋଭାଯାତ୍ରା ବାହାରିଥିଲା । ଶୋଭଯାତ୍ରାକୁ ଜିଲ୍ଲାପାଳ ଅନୁପମ ଶାହା ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।

    ସଚେତନତା ଶୋଭାଯାତ୍ରାରେ ବିଭିନ୍ନ ବିଦ୍ୟାଳୟ ଓ କଲେଜର ଛାତ୍ରଛାତ୍ରୀ , ଶିକ୍ଷକ, ଶିକ୍ଷୟତ୍ରୀ , ଅଧ୍ୟାପକ ଅଧ୍ୟାପିକା , ପୌରପରିଷଦ ଯନ୍ତ୍ରୀ ଓ କର୍ମଚାରୀ ଏବଂ ଜିଲ୍ଲା ବିଜୁ ଯୁବ ବାହିନୀର କର୍ମକର୍ତ୍ତା ମାନେ ଯୋଗ ଥିଲେ ।     ଛାତ୍ରଛାତ୍ରୀ ମାନେ  ସଡ଼କ ସୁରକ୍ଷା ସମ୍ବନ୍ଧୀୟ ବିଭିନ୍ନ ସଚେତନତା ମୂଳକ ପ୍ଲା-କାର୍ଡ ମାନ ଧରି ଓ ଶ୍ଳୋଗାନ ଦେଇ ସମଗ୍ର ସହର ପରିକ୍ରମା କରିଥିଲେ ଏବଂ ସଡ଼କ ସୁରକ୍ଷା , ନୂତନ ମୋଟର-ଯାନ ଚଳାଚଳ ସମ୍ପର୍କିତ ନୀତିନିୟମ ଉପରେ ଥିବା ସଚେତନତା ପାମ୍ପ୍ଲେଟ୍ୱ ସବୁ ଲୋକ ମାନଙ୍କୁ ବଣ୍ଟନ କରିଥିଲେ ।

   ସହରର ମହାରାଜାଙ୍କ ପ୍ୟାଲେସ୍ ସାମନା ଛକରେ ପଥପ୍ରାନ୍ତ ସଚେତନତା ସଭା କରିଥିଲେ ।

   ମୁଖ୍ୟତଃ  ଯାନବାହାନ ଚଳାଚଳ କରିବା ବେଳେ  ସେମାନଙ୍କ ପାଖରେ  ଗାଡ଼ିର ପଞ୍ଜିକରଣ ପ୍ରମାଣପତ୍ର , ବୀମା ପ୍ରମାଣପତ୍ର , ପ୍ରଦୂଷଣ ପ୍ରମାଣପତ୍ର ଓ ଚାଳକ ପ୍ରମାଣପତ୍ର ପ୍ରଭୃତି ରହିବା ଆବଶ୍ୟକ । ଅନ୍ୟ ପକ୍ଷରେ ଯାନବାହାନ ଚଳାଚଳ କରିବା ବେଳେ କୌଣସି ବ୍ୟକ୍ତି ଯଦି ଏହି ସବୁ ନୀତିନିୟମର ଅବମାନନା  କରନ୍ତି ବା ଉପରୋକ୍ତ ପ୍ରମାଣପତ୍ର ଓ ଅନ୍ୟାନ୍ୟ ସବୁ ନ ରଖିଥାନ୍ତି ତା ହେଲେ ସେମାନେ ନୂତନ ମୋଟରଯାନ ଆଇନ ଅନୁସାରେ କେଉଁ ପରିମାଣର ଏବଂ କେତେ ପରିମାଣର ଦଣ୍ଡିତ ହେବେ ସେ ସମ୍ପର୍କରେ କହି ଜନ-ସଚେତନ କରାଇଥିଲେ ।

   ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ  ପୌର-ପରିଷଦ ନିର୍ବାହୀ ଅଧିକାରୀ ଅଶୋକ କୁମାର ରାଉତ , 

ଏଡିଏମଓ ଡାଃ ଭି: ଲୋକନାଥ ରାଜୁ , ଜିଲ୍ଲା କ୍ରୀଡ଼ା ଅଧିକାରୀ ପ୍ରଭାକର ତ୍ରିପାଠୀ ,ପ୍ରମୁଖ ପଥପ୍ରାନ୍ତ ସଭାରେ ଉଦ୍ ବୋଧନ ଦେଇ ଜନ-ସଚେତନତା କରାଇଥିଲେ । 

 

 

0
0
0
s2sdefault