ହେଡଲାଇନସ୍:

ଫୋନ ଚୋରକୁ ଧଇଲା ପୋଲିସ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ବରଗଡ :- ଅଶୋକ ଚାନ୍ଦ ନାମକ ଜଣେ ବ୍ୟକ୍ତି କୁ ଆଜି ପାଇକମାଲ ପୋଲିସ ଗିରଫ କରିଛି । ଘଟଣାଟି ହେଲା ପାଇକମାଲ ସରକାରୀ ଡାକ୍ତରଖାନାର ଡାକ୍ତର ଶ୍ରୀଧର ପ୍ରଧାନ ଆଜି ମଧ୍ୟାହ୍ନ ରେ ନିଜ ଘରେ ଥିବା ସମୟରେ ଅଶୋକ ଗୋଟେ ରୋଗୀର ପଛେ ପଛେ ଡାକ୍ତର ଙ୍କର ଘରକୁ ଯାଇଥିଲା । ଡାକ୍ତର ରୋଗୀଟିକୁ ଦେଖିବା ସମୟରେ ଅଶୋକ ଡାକ୍ତର ଙ୍କର ଟେବୁଲ ଡ୍ରୟାରରୁ ଡାକ୍ତର ଙ୍କର ଏକ ଦାମିକା ମୋବାଇଲ ଫୋନ ଚୋରି କରି ପଳାଇ ଯାଇଥିଲା । କିଛି ସମୟ ପରେ ଡାକ୍ତର ନିଜର ଫୋନ ଚୋରି ହୋଇଯାଇଥିବା ଜାଣି ପାଇକମାଲ ଥାନାରେ ଏକ ଅଭିଯୋଗ କରିଥିଲେ । ପାଇକମାଲ ଥାନା ଅଧିକାରୀ ଶ୍ରୀ ବିଶ୍ୱଜିତ ମନବୋଧ ଙ୍କର ନିର୍ଦେଶ କ୍ରମେ SI ବିପିନ ବାଗ ତୁରନ୍ତ ଘଟଣା ସ୍ଥଳକୁ ପହଂଛି ତଦନ୍ତ କରିବାରୁ ଅଶୋକ ଉପରେ ସନ୍ଦେହ ହେଇଥିଲା । ପୋଲିସ ଅଶୋକ କୁ ଧରି ତା ପାଖରୁ ମୋବାଇଲ ଉଦ୍ଧାର କରିବା ସହିତ ଅଶୋକ ଉପରେ କେଶ ନମ୍ବର 189/19 ଧାରା380 ରେ ମାମଲା ରୁଜୁକରି କୋର୍ଟ କୁ ଚାଲାଣ କରିଛି । ଏଠାରେ ସୂଚନା ଯୋଗ୍ୟ ଯେ ଅଶୋକ ଜଣେ ଅଭ୍ୟାସଗତ ଚୋର । ଏହା ପୂର୍ବରୁ ପାଇକମାଲ ଥାନାରେ ତାର ନାମରେ 4ଗୋଟି ଚୋରି ମାମଲା ରହିଛି ।

0
0
0
s2sdefault