ହେଡଲାଇନସ୍:

ସଂଜୀବ ହତ୍ୟା ମାମଲା : ୧ନାବାଳକ ସମେତ ୫ଜଣ ଯୁବକ ଗିରଫ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସୋହେଲା(ଶାସକପ୍ରଶାସକ)-ରାବଣ ପୋଡି କାର୍ଯ୍ୟକ୍ରମ ରାତିରେ ଘଟିଥିବା ହତ୍ୟା ଘଟଣାରେ ପୋଲିସ ଜଣେ ନାବାଳକ ସମେତ ୫ଜଣଙ୍କୁ ଗିରଫ କରିଥିବା ନେଇ ଆଜି ସୋହେଲା ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପଦ୍ମପୁର ଏସଡିପିଓ ପ୍ରଦୀପ କୁମାର ସାହୁ ସୂଚନା ଦେଇଛନ୍ତି । ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ସୋହେଲା କୁମ୍ଭାରବନ୍ଧ ପଡାର ଚିଙ୍ଗୁରୁ ଓରଫ ସୁଶାନ୍ତ ସୁନା(୨୧),ନରେଶ ଓରଫ ବୁଟି ପୋଢ଼(୨୫),ସଂଜୀବ କୁମ୍ଭାର(୨୩),ସଂଜୟ ଓରଫ ବୁଠି କୁମ୍ଭାର(୨୦) ଓ ୧୨ବର୍ଷର ନାବାଳକ ପିଙ୍କୁ ସତନାମୀ (ଛଦ୍ମନାମ) । ସ୍ଥାନୀୟ ଖେଳପଡିଆଠାରେ ରାବଣପୋଡି କାର୍ଯ୍ୟକ୍ରମ ସରିବା ପରେ ଲୋକମାନେ ନିଜ ନିଜ ହିସାବରେ ପୂଜାର ଆନନ୍ଦ ନେଇଥିଲେ । ବିଜେପୁର ଥାନା ବାଦିପାଲି ଗ୍ରାମର ପ୍ରଦୀପ ତରିଆ(୨୫),କ୍ଷୀରୋଦ୍ର ଭୋଇ(୨୪),ଡାକ୍ତର ଭୋଇ(୨୩) ଓ ବିଦ୍ୟାଧର ଭୋଇ(୨୭) ଉକ୍ତ ପଡାକୁ ଆସି ପ୍ରଥମେ ୧୦ଟି ପାଉଚ ମଦ ଓ ୬ଗୋଟି ଅଣ୍ଡା ନେଇଥିଲେ । ତାହା ଖାଇ ପିଇ ସାରିବା ପରେ ପୁଣି ଜଣେ ଯୁବକ ଆସି ମଦବିକ୍ରେତାଠାରୁ ୨ଟି ପାଉଚ ଓ ଗୋଟିଏ ଅଣ୍ଡା ନେଇ ପଇସା ଦେଇ ନଥିଲେ । ପଇସା ମାଗିବାରୁ ଦୁହିଁଙ୍କ ମଧ୍ୟରେ ବଚସା ହୋଇଥିଲା । ଏହି ଘଟଣା ଦେଖି ଅନ୍ୟମାନେ ସେଠାକୁ ଆସି ଗଣ୍ଡଗୋଳରେ ଭାଗ ନେଇଥିଲେ । ଏହି ସମୟରେ ଛତିଶଗଡ ରାଜ୍ୟ ସରାଇପାଲି ଥାନା ବାଲସି ଗ୍ରାମର ସଂଜୀବ ଓରଫ ସଂଜୁ ସେଠାରେ ଛିଡା ହୋଇଥିଲେ ।  ଜଣେ ଅଭିଯୁକ୍ତ ଗଣ୍ଡଗୋଳ କରୁଥିବା ଯୁବକମାନଙ୍କ ପ୍ରତି ଏକ ସ୍ପି୍ରଙ୍ଗ ଛୁରୀରେ ଆକ୍ରମଣ କରିବାବେଳେ ପାଖରେ ଛିଡା ହୋଇଥିବା ସଂଜୁର ଛାତିରେ ଭୁଷି ହୋଇ ଯାଇଥିଲା । ସଂଜୁ ଘଟଣାସ୍ଥଳରେ ପଡିଯିବା ପରେ ଘଟଣାସ୍ଥଳରୁ ଅଭିଯୁକ୍ତମାନେ ପଳାଇଯାଇଥିଲେ । ଖବର ପାଇ ପୂଜା କମିଟିର ସଦସ୍ୟମାନେ ପୋଲିସର ସହାୟତାରେ ଆହତମାନଙ୍କୁ ଉଦ୍ଧାର କରି ସୋହେଲା ଡାକ୍ତରଖାନାକୁ ନେଇଥିଲେ । ଚିକିତ୍ସିତ ହେଉଥିବାବେଳେ ସଂଜୁର ଜୀବନ ଚାଲିଯାଇଥିଲା ।  

ପ୍ରାଥମିକ ଚିକିତ୍ସା ପରେ ଅନ୍ୟ ଆହତମାନଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର  କରାଯାଇଥିଲା । ଏହି ଘଟଣାପରେ ପରେ ପୋଲିସ ତୁରନ୍ତ କୁମ୍ଭାରବନ୍ଧପଡାର କେତେକ ଯୁବକମାନଙ୍କୁ ଥାନାକୁ ଆଣି ଅଟକ ରଖି ପଚରାଉଚୁରା କରିଥିଲେ । ବରଗଡ ଏସପି ପଦ୍ମିନୀ ସାହୁଙ୍କ ନିର୍ଦ୍ଦେଶ କ୍ରମେ ପଦ୍ମପୁର ଏସଡିପିଓ ପ୍ରଦୀପ କୁମାର ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସୋହେଲା ଆଇଆଇସି ନିର୍ମଲ କୁମାର ମହାପାତ୍ର ଓ ଷ୍ଟାଫ ବିଭିନ୍ନ ଜାଗାରେ ଚଢ଼ାଉ କରିଥିଲେ । କନଗାଁରୁ ଅଭିଯୁକ୍ତ ଚିଙ୍ଗୁରୁ ଓରଫ ସୁଶାନ୍ତ ସୁନା ଏବଂ ନରେଶ ଓରଫ ବୁଟୀ ପୋଢ଼କୁ କୁଚିପାଲି ଗ୍ରାମରୁ ଗିରଫ କରିଥିଲେ । ଆଜି ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟକୁ ଚାଲାଣ କରାଯିବ ବୋଲି ଏସଡିପିଓ ଶ୍ରୀ ସାହୁ ସୂଚନା ଦେଇଛନ୍ତି । ସୋହେଲା ଥାନାରେ ଏନେଇ କେଶ ନମ୍ବର ୧୬୭/୧୯ରେ ଆଇପିସିର ଧାରା ୩୦୨/୩୦୭/୩୪ରେ ଏକ ମାମଲା ରୁଜୁ କରିଛି । ବହୁ ବର୍ଷ ଧରି ସୋହେଲା ଦୁର୍ଗାପୂଜା ସମୟରେ ଲୋକଙ୍କ ମନୋରଂଜନ ପାଇଁ ଅନେକ ପ୍ରକାର କାର୍ଯ୍ୟକ୍ରମ ରହିଥାଏ । ଲୋକେ ମନଭରି ଦୁର୍ଗାପୂଜା ଉପଭୋଗ କରିଥାନ୍ତି । ରାବଣ ପୋଡି ଦେଖିବା ପାଇଁ ପ୍ରବଳ ଭିଡ ହୋଇଥାଏ । ଏବର୍ଷ ଅନ୍ୟବର୍ଷ ଅପେକ୍ଷା ବହୁସଂଖ୍ୟାରେ ଲୋକଙ୍କ ସମାଗମ ହୋଇଥିଲା । କାଁଭାଁ ଗଣ୍ଡଗୋଳ ହୋଇଥାଏ । କିନ୍ତୁ ଏଥର ଏକ ଜଘନ୍ୟ କାଣ୍ଡ ଘଟିବାରୁ ସାଧାରଣରେ ନାନା ପ୍ରତିକ୍ରିୟା ପ୍ରକାଶ ପାଉଛି । 

 

 

0
0
0
s2sdefault