ହେଡଲାଇନସ୍:

ବଙ୍ଗାଳୀପାଡ଼ା ଦୁର୍ଗାପୂଜା:  ବିବାହିତା ମହିଳାଙ୍କ ମଧ୍ୟରେ ସିନ୍ଦୁର ଖେଳ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ମାଟି କଳା ଓ ସଂସ୍କୃତିର ମାଟି । ଏହାର ପାଣି ପବନ, ଗୁଡ଼ି-ମାଟିରେ କିଛି ନା କିଛି ବିଶେଷତ୍ୱ ରହିଥିବାର ପରିଲକ୍ଷିତ ହେଉଥିବା ବେଳେ ସାର୍ବଜନୀନ ଦୁର୍ଗାପୂଜାରେ ବଙ୍ଗାଳୀ ପାଡ଼ି ଦୁର୍ଗାପୂଜାରେ ବିବାହିତ ମହିଳାମାନଙ୍କ ମଧ୍ୟରେ ସିନ୍ଦୁର ଖେଳ ଏକ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟି ଯାଇଥିଲା ।

          ମୟୂରଭଞ୍ଜ ଗଡ଼ଜାତ ରାଜ୍ୟରେ ରାଜତନ୍ତ୍ର ଶାସନ ସମୟରେ ରାଜବାଟୀ ମଧ୍ୟରେ ଦୁର୍ଗାପୂଜା ଅନୁଷ୍ଠିତ  ହେଉଥିଲା ଏବଂ ମା’ଙ୍କୁ ଦର୍ଶନ ସହିତ ଭକ୍ତି ନୈବେଦ୍ୟ ଅର୍ପଣ ନିମନ୍ତେ ପ୍ରଜାମାନଙ୍କୁ ଦୀର୍ଘ ସମୟ ଧାଡ଼ିବାନ୍ଧି ଅପେକ୍ଷା କରିବାକୁ ପଡ଼ୁଥିଲା । କିଛି ବଙ୍ଗାଳୀ ଭାଇ ମହାରାଜାଙ୍କ ନିକଟରୁ ଅନୁମତି ନେଇ ୧୯୩୪ରେ ସହରର ଗୋପବନ୍ଧୁ ଭବନ ସମ୍ମୁଖ ସହିଦ ପଡ଼ିଆଠାରେ ପଶ୍ଚିମବଙ୍ଗ ରାଜ୍ୟର କୁମାରଟୁଲିରୁ ମୂର୍ତ୍ତି ଆଣି ଆରମ୍ଭ କରିଥିଲେ ସର୍ବ ପ୍ରଥମ ସାର୍ବଜନୀନ ଦୁର୍ଗାପୂଜା । ଚଳିତ ବର୍ଷ ସହିଦ ପଡ଼ିଆ ଦୁର୍ଗାପୂଜା ୮୬ ବର୍ଷକୁ ଅତିକ୍ରମ କରିଛି । ଉକ୍ତ ପୂଜାର ଦଶମୀ ତିଥିରେ ବିବାହିତା ମହିଳାମାନେ ସ୍ୱାମୀଙ୍କ ମଙ୍ଗଳ, ଦୀର୍ଘାୟୁ, ସୁଖ, ସମୃଦ୍ଧି, ଯଶ ଓ ଖ୍ୟାତି ଆଦି ମନାସୀ ମା ଦୁର୍ଗାଙ୍କ ନିକଟରେ ସ୍ୱତନ୍ତ୍ର ଭାବେ ପୂଜାର୍ଚ୍ଚନା କରିଥିଲେ । ଏହାପରେ ପୂଜାରେ ଲଗାଇଥିବା ସିନ୍ଦୂରକୁ ଧରି ପରସ୍ପର ପରସ୍ପର ମୁହଁରେ ବୋଳି ଦେଉଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ଏହି ସିନ୍ଦୂର ବୋଳା ପ୍ରଥା ଓ ପରମ୍ପରା କେବଳ ପଶ୍ଚିମବଙ୍ଗ ରାଜ୍ୟ ଏବଂ ବାରିପଦା ବଙ୍ଗାଳୀପାଡ଼ା ଦୂର୍ଗାପୂଜା ମଣ୍ଡପରେ ଦେଖିବାକୁ ମିଳିଥାଏ । 

 

 

0
0
0
s2sdefault