ହେଡଲାଇନସ୍:

ଗୋପବନ୍ଧୁ ଦାସଙ୍କ ଜନ୍ମସ୍ଥାନକୁ ନିୟମିତ ରାସ୍ତା ନଥିବା ଅତ୍ୟନ୍ତ ର୍ଦୁଭାଗ୍ୟଜନକ:ବିଜେପି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସୁଆଣ୍ଡୋ ଠାରେ ବିଜେପି ପକ୍ଷରୁ ଉତ୍କଳମଣି  ଗୋପବନ୍ଧୁ ଦାସଙ୍କ ଜନ୍ମଜୟନ୍ତୀ ପାଳିତ 

ଭୁବନେଶ୍ୱର, : ମହାନ ସ୍ୱାଧୀନତା ସଂଗ୍ରାମୀ, କବି, ଲେଖକ, ଏବଂ ଦୈନିକ ଖବରକାଗଜ ସମାଜ ଓ ସତ୍ୟବାଦୀ ପତ୍ରିକାର ପ୍ରତିଷ୍ଠା  ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମ ଜୟନ୍ତୀ । ଏହି ଅବସରରେ ରାଜ୍ୟ ବିଜେପିର ଏକ ପ୍ରତିନିଧୀ ଦଳ ସାକ୍ଷୀଗୋପାଳ ସ୍ଥିତ ଗୋପବନ୍ଧୁଙ୍କ ଜନ୍ମ ସ୍ଥାନ ସୁଆଣ୍ଡୋ ଗ୍ରାମ ଏବଂ ବକୁଳବନସ୍ଥିତ ସମାଧି ପୀଠରେ ପହଂଚି ଗୋପବନ୍ଧୁଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିବାସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । 

ବିଜେପି ନେତୃବୃନ୍ଦ ଉତ୍କଳମଣିଙ୍କ ସ୍ମୃତି ଚାରଣ କରିବା ସହ ତାଙ୍କର ତ୍ୟାଗପୂତ ଜୀବନ ସଂର୍ପକରେ ଆଲୋକପାତ କରିଥିଲେ । ଉକ୍ରଳମଣି ଗୋପବନ୍ଧୁ ଓଡିଆ ଭାଷା ବିଲୋପ ବିରୁଦ୍ଧରେ ପ୍ରତିବାଦ କରିଥିଲେ । ତାଙ୍କର ଆହ୍ୱାନ ଥିଲା କି, ପ୍ରତ୍ୟେକ ବ୍ୟକ୍ତି ଓ ଜାତିର ପରିଚୟ ହେଉଛି ତାହାର ଭାଷା । ଭାଷା ହିଁ ଜାତିର ପ୍ରାଣ ସ୍ପନ୍ଦନ । ସେହିପରି କଲିକତାରେ ସେ ଉଚ୍ଚ ଶିକ୍ଷା କରୁଥିବା ସମୟରେ ପ୍ରବାସୀ ଓଡିଆଙ୍କ ଦୁଃଖ ଦୁର୍ଦ୍ଧଶାରେ ବ୍ୟଥିତ ହୋଇ ଓଡିଶା ଶ୍ରମିକ ସଂଘ ଏବଂ ସାଂଧ୍ୟ ବିଦ୍ୟାଳୟ ପ୍ରତିଷ୍ଠା  କରିଥିଲେ । ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନରେ ତାଙ୍କର ଯୋଗଦାନ ଅତୁଳନୀୟ ଥିଲା । କିନ୍ତୁ ଏବେ ସବୁଠୁ ଦୁଃଖ ଏବଂ ପରିତାପର ବିଷୟ ହେଉଛି କି, ସ୍ୱାଧୀନତାର ୭୨ ବର୍ଷ ପରେ ବି ପଣ୍ଡିତ ଉତ୍କଳମଣିଙ୍କ ଜନ୍ମସ୍ଥାନକୁ ଏକ ନିୟମିତ ରାସ୍ତା ହୋଇପାରିନାହିଁ । ରାଜ୍ୟସରକାର ତୁରନ୍ତ ସୁଆଣ୍ଡୋ ଗ୍ରାମକୁ ସବୁଦିନିଆ ରାସ୍ତାରେ ମୁଖ୍ୟ ରାସ୍ତା ସହ ସଂଯୋଗ କରିବା ଏବଂ ଗୋପବନ୍ଧୁଙ୍କ ଜନସ୍ଥାନକୁ ଉନ୍ନତିକରଣ କରି ପ୍ରଚାର ପ୍ରସାର କରିବା ପାଇଁ କୃଷକ ମୋର୍ଚ୍ଚା ସାଧାରଣ ସଂପାଦକ ସୁରଥ ବିଶ୍ୱାଳ ଦାବି କରିଛନ୍ତି । ଏହି ଅବସରରେ ପୁରୀ ଜିଲ୍ଲା ସଭାପତି ପ୍ରଭଜଂନ ମହାପାତ୍ର, ବରିଷ୍ଠ  ନେତା କୃଷ୍ଣ ଜଗଦେବ, ବିରଂଚି ତ୍ରିପାଠୀ, ଆଶ୍ରିତ ପଟ୍ଟନାୟକ, ଓମ ପ୍ରକାଶ ମିଶ୍ର ଏବଂ ଜୟନ୍ତ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

 

0
0
0
s2sdefault