ହେଡଲାଇନସ୍:

ମେଲଛାମୁଣ୍ଡା ଥାନାରେ ଦୁର୍ଗା ପୂଜା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ମେଲଛାମୁଣ୍ଡା,(ମନୋଜ ଭୋଇ) ଦଶମୀ ତିଥିରେ ମେଲଛାମୁଣ୍ଡାସ୍ଥିତ ନୂତନ ଥାନାର ପୂଜା ମଣ୍ଡପରେ ପୁଲିସ କର୍ମଚାରୀଙ୍କ ଦ୍ୱାରା ମହାସମାରୋହରେ ଦୂର୍ଗା ପୂଜା ଅନୁଷ୍ଠିତ  ହୋଇଯାଇଛି । ଏହି ଅବସରରେ ପୁଲିସ କର୍ମଚାରୀଙ୍କୁ ନେଇ କଳସ ଶୋଭାଯାତ୍ରା ଅଵୁସ୍ଥିତ  ହୋଇଥିଲା । ପୁଲିସ କର୍ମଚାରୀ ମାନେ ମେଲଛାମୁଣ୍ଡା ବଡବନ୍ଧରୁ ପୂର୍ଣ୍ଣ କଳସ ସବୁ ଏକ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମାକରି ଥାନା ପରିସରରେ ଥିବା ପୂଜା ମଣ୍ଡପରେ ସ୍ଥାପନ କଳା ପରେ ପଣ୍ଡିତ ବାବନ ମିଶ୍ର ଓ ପଣ୍ଡିତ ଶଶିଭୁଷଣ ମିଶ୍ରଙ୍କ ମନ୍ତ୍ରୋଚ୍ଚାରଣରେ ପୂଜା କାର୍ଯ୍ୟ ଆରମ୍ଭ ହୋଇଥିଲା । ପୂଜା କର୍ତା ଭାବେ ସବଇନିସପେକ୍ଟର ପ୍ରଦୀପ ସାହୁ ଦାୟୀତ୍ୱ ତୁଲାଇଥିଲେ । ପୂଜା ସମୟରେ ଥାନା ସମସ୍ତ ଅସ୍ତ୍ର ଶସ୍ତ୍ରକୁ ପୂଜା କରାଯାଇଥିଲା । ପଣ୍ଡିତ ମାନଙ୍କୁ ପୂଜା କାର୍ଯ୍ୟରେ ଝାଙ୍କର ଝସକେତନ ବରିହା ଓ ବାରିକ ଭୁବନେଶ୍ୱର ବାରିକ ସହଯୋଗ କରିଥିଲେ । କଳସ ଶୋଭାଯାତ୍ରାରେ ସମସ୍ତ ପୁଲିସ କର୍ମଚାରୀଙ୍କ ସମେତ ମେଲଛାମୁଣ୍ଡା ଥାନା ଅଂଚଳର ୮୦ମୌଜାର ଗୋନ୍ତିଆ, ଝାଙ୍କର ଓ ଭଦ୍ର ବ୍ୟକ୍ତି ମାନେ ସାମିଲ ହୋଇଥିଲେ । କାର୍ଯ୍ୟକ୍ରମ ସବୁକୁ ପ୍ରଭାସ ପଧାନ, ନିମାଁଇ ବାରିକ, ବିମଲ ବେହେରା, ଡୋଲାମଣି ମହାନନ୍ଦ, ସୁନ୍ଦରମଣି କର୍ରି, ମଧୁସୁଦନ ବରିହା, ପଂଚାନନ ବଗାର ପ୍ରମୁଖ ଗୃହରକ୍ଷୀ ସହଯୋଗ କରିଥିଲେ । 

0
0
0
s2sdefault