ହେଡଲାଇନସ୍:

ଶ୍ରୀକୃଷ୍ଣ ଏକାଡେମୀ ୨୦୦୬ ବ୍ୟାଚ ତରଫରୁ "ଶାରଦୀୟ ବନ୍ଧୁ ମିଳନ" ଓ "ଗୁରୁ ସମ୍ବର୍ଦ୍ଧନା ଉତ୍ସଵ"

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଜଗତସିଂହପୁର( ଶାସକ ପ୍ରଶାସକ): ଶ୍ରୀକୃଷ୍ଣ ଏକାଡେମୀ,ଜଗତସିଂହପୁର ୨୦୦୬ ବ୍ୟାଚ ତରଫରୁ ସ୍ଥାନୀୟ ଶ୍ରୀକୃଷ୍ଣ ଏକାଡେମୀ ପରିସରରେ "ଶାରଦୀୟ ବନ୍ଧୁ ମିଳନ" ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ପୂର୍ବତନ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ  ସମ୍ବର୍ଦ୍ଧିତ କରାଯାଇଥିଲା। ଛାତ୍ରମାନେ ପୁରୁଣା ସ୍ମୃତିକୁ ମନେପକାଇ ସେତବେଳର ପାଠପଢା,ରାଗ, ରୁଷ,ଖେଳ ଓ ସାରଙ୍କ ବେତମାଡ ସମ୍ପର୍କରେ ବର୍ଣନା କରିବା ସମୟରେ  ବିଦ୍ୟାଳୟ ପରିସରରେ ଏକ ଭାବାବେଗ ପରିବେଶ ସୃଷ୍ଟି ହୋଇଥିଲା। ଜୀବନରେ ଭଲ ମଣିଷ ହବା ପାଇଁ ଶିକ୍ଷକମାନେ ଛାତ୍ରମାନଙ୍କୁ ଉପଦେଶ ଓ ପରାମର୍ଶ ଦେଇଥିଲେ।/ ବନ୍ଧୁ ମିଳନ ର ଏହି  କିଛି ମୁହୂର୍ତ ରେ  ଆତ୍ମବିଭୋର ହୋଇ ପଡ଼ିଥିଲେ ସମସ୍ତେ।ଶ୍ରୀକୃଷ୍ଣ ଏକାଡେମୀ ପ୍ରାଙ୍ଗଣ ସତରେ ଚମତ୍କାର କରି ଗଢି ତୋଳିଥିଲା ବନ୍ଧୁତ୍ୱର ଏହି ସୁମଧୁର ଅଭୁଲା ମୁହୂର୍ତ ଗୁଡିକୁ। ଦୀର୍ଘ ୧୩ବର୍ଷ ଧରି କରାଯାଇଥିବା ବୈଠକ ଓ ବନ୍ଧୁମିଳନ ଆଗକୁ ଜାରିରହିବ ବୋଲି ଛାତ୍ରମାନେ ମତ ଦେଇଥିଲେ।

ସ୍କୁଲ ଜୀବନକୁ ଦୀର୍ଘ ୧୩ବର୍ଷ ତଳୁ ବିଦାୟ ଦେଇ ସାରିଥିବା ବନ୍ଧୁ ମାନେ  ଆତ୍ମହରା ହୋଇ ପଡିଥିଲୁ ଭାବର ଆଦାନ ପ୍ରଦାନରେ। ପ୍ରିୟ ଶିକ୍ଷକ,ଶିକ୍ଷୟତ୍ରୀଙ୍କ ମାନଙ୍କ ବିସ୍ମୟାଭିଭୂତ  ମୁଖ ମଣ୍ଡଳରେ ସ୍ପଷ୍ଟ ପରିଭାଷିତ ହୋଇ ପଡୁଥିଲା ଅନ୍ତ୍ରରର ଭାବନା ସବୁ। ସମୟ  ବଦଳି ଯାଇଛି, ସେଦିନର ସେଇ ଚପଳମତି ସ୍କୁଲ ପିଲାମାନେ ଆଜି କର୍ମ ଜଞ୍ଜାଳପୂର୍ଣ୍ଣ  ଜୀବନରେ ପାଦ ଥାପି ସାରିଛନ୍ତି,ଆସନ୍ତା ଜୀବନଟି ଭଲରେ କଟୁ ଏତିକି ଆଶୀର୍ବାଦ ଭିକ୍ଷା କରିଥିଲୁ ସମସ୍ତେ ନତମସ୍ତକ ହୋଇ।ଅଜାଣତ ରେ କେତେବେଳେ  ସଞ୍ଜ ନଇଁ ଆସିଥିଲା ଅନିଚ୍ଛା ସତ୍ୱେ ଵି ସମସ୍ତେ  ପରସ୍ପର ଠୁ ବିଦାୟ ନେଇଥିଲେ କିଛି ଅପାସୋରା ମଧୁର ସ୍ମୃତିକୁ ନେଇ।

"ଶାରଦୀୟ ବନ୍ଧୁ ମିଳନ" କାର୍ଯ୍ୟକ୍ରମରେ ସାଇ ନାରାୟଣ ବେହେରା ଅତିଥି ପରିଚୟ ପ୍ରଦାନ କରିବା ସହ ମଞ୍ଚ ପରିଚାଳନା କରିଥିଲେ। ପ୍ରଭଞ୍ଜନ ପଟାୟତ,ଶୁଭ୍ରାଂଶୁ ବେହେରା,ରାଇମନ ଜେନା,ଟୁବୁ ମହାନ୍ତି, ଅମିତ ମହାନ୍ତି, ଅମରଜିତ ରାୟ,ଦୁର୍ଗାଦତ ରଥ,ଅବିନାଶ ମହାନ୍ତି,ଦେବାଶିଷ ପଣ୍ଡା,ଅଜୟ ବେହେରା, ରଘୁନାଥ ସାମଲ, ଦେବାଶିଷ ବେଉରା,ଆଦିତ୍ୟ ସ୍ୱାଇଁ,ଆର.ଇ ଅଭିଷେକ,ସ୍ୱାଗତ ପଟନାୟକଙ୍କ,ଆଶିଷ ରାୟ,ସ୍ଵାଗତ ବାବୁ, ଶୋଭାନ ଲେଙ୍କା,ବିନାୟକ ସେନାପତି, ଚନ୍ଦନ ନନ୍ଦ ପରିଚାଳନା ରେ ସହଯୋଗ କରିଥିଲେ ।ଦୀର୍ଘ ୧୩ବର୍ଷ ଧରି କରାଯାଇଥିବା ବୈଠକ ଓ ବନ୍ଧୁମିଳନ ଆଗକୁ ଜାରିରହିବ ବୋଲି ଛାତ୍ରମାନେ ମତ ଦେଇଥିଲେ।

0
0
0
s2sdefault