ହେଡଲାଇନସ୍:

ଏନ୍ ଏଚ୍ 26 ସ୍ଥିତି ବେହାଲ: ଲୋକଙ୍କ ଭିତରେ ଅସନ୍ତୋଷ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଆଗଲପୁର  (ସୁଶିଲ କୁମାର ବିଶ୍ବାଲ  ):- ସମ୍ବଲପୁର ରୁ ବଲାଙ୍ଗୀର ଦେଇ ବୋରିଗୁମ୍ମା ପର୍ଯ୍ୟନ୍ତ ଲମ୍ବି ଯାଇଛି 26 ନମ୍ବର  ଜାତିୟ ରାଜପଥ । ଜନସାଧାରଣଙ୍କ ଗମନାଗମନ ର ସୁବିଧା ପାଇଁ ସରକାର ଉନ୍ନତ ମାନର  ରାସ୍ତା ନିର୍ମାଣ କରୁଛନ୍ତି ହେଲେ ବର୍ତ୍ତମାନ  ଏହି ରାସ୍ତାର ଅବସ୍ଥା ଏଭଲି ଗୁରୁତର ହୋଇଛି ଯେ ଲୋକ ମାନଙ୍କୁ ଏହି ରାସ୍ତାରେ ଯାତାୟାତ ପାଇଁ ଡର ମାଡୁଛି ବୋଲି ଜନସାଧାରଣ ଅଭିଯୋଗ କରୁଛନ୍ତି । 26 ନମ୍ବର  ଜାତିୟ ରାଜପଥ , ବଲାଙ୍ଗୀର ଜିଲ୍ଲାର ସାଲେଭଟା ଠାରୁ ଲୋଇସିଂହା ପର୍ଯ୍ୟନ୍ତ ପ୍ରାୟ ଅଧିକାଂଶ ସ୍ଥାନରେ ପିଚୁ ଉଫୁଡି ଯାଇ ବଡବଡ ଖାଲ ସୃଷ୍ଟି ହୋଇଛି । ପ୍ରତ୍ଯେକ ଦିନ ଲୋକେ କୌଣସି ନା କୌଣସି ଦୁର୍ଘଟଣା ର ଶିକାର ହେଉଛନ୍ତି  । ଯାନବାହାନ ଚାଳକମାନଙ୍କଠାରୁ ବିଭିନ୍ନ ଆଳ ଦେଖାଇ ଫାଇନ୍ ଆଦାୟ କରୁଥିଲେ ମଧ୍ଯ ରାସ୍ତା ମରାମତି କରୁନଥିବାରୁ ଏଠାକାର ଜନସାଧାରଣଙ୍କ ଠାରେ ଅସନ୍ତୋଷ ପ୍ରକାଶ ପା ଉଥିବା କଥା ଲୋକେ କହୁଛନ୍ତି  । ତୁରନ୍ତ ରାସ୍ତା ମରାମତି ନକଲେ ଆଗାମୀ ଦିନରେ ଜନସାଧାରଣ ରାଜ ରାସ୍ତା କୁ  ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।

0
0
0
s2sdefault