ହେଡଲାଇନସ୍:

ଗୁଣିଗାରେଡି ସନ୍ଦେହରେ ପତିପତ୍ନୀଙ୍କ ମାରିଦେଲେ !

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଚାରି ଦିନ ନିଖୋଜ ଦମ୍ପତିଙ୍କ  ମୃତ ଦେହ ଉଦ୍ଧାର

 ୩ ନାବାଳକ ସନ୍ତାନ ଅନାଥ ହୋଇଗଲେ

ବାରିପଦା(ଦିଲ୍ଲୀପ ମହାନ୍ତି )- ଆଜିର ବିଂଶ ଶତାବ୍ଦୀରେ ମଧ୍ୟ ସମାଜରେ ଅନ୍ଧବିଶ୍ୱାସ ଓ କୁସଂସ୍କାର ବସା ବାନ୍ଧି ରହିଛି ଏବଂ ବିଭିନ୍ନ ସମୟରେ ବିନା ଦୋଷରେ ନୀରିହ ଜନତା ଏହାର ଶିକାର ହେଉଥିବାର ବହୁ ନଜିର ରହିଛି । ଗୁଣିଗାରେଡି, ଡାହାଣୀ ସନ୍ଦେହରେ ମୟୁରଭଞ୍ଜ ଜିଲାରେ ପ୍ରତ୍ୟେକ ବର୍ଷ ଏକାଧିକ ବ୍ୟକ୍ତିଙ୍କୁ ହତ୍ୟା କରାଯାଉଥିବା ବେଳେ ଅନେକ ନୀରିହ ଲୋକଙ୍କୁ ନିର୍ଯ୍ୟାତନା ଦିଆଯାଉଥିବା ବିଆୟକୁ ନେଇ ବିଭିନ୍ନ ଥାନାରେ ମାମଲା ରୁଜୁ ହେଉଥିବାର ପରିଲକ୍ଷିତ ହଉଥିବା ସମୟରେ ଆଜି ପୁଣି ଥରେ ଏହି ପ୍ରକାରର ଦୁଃଖଦାୟକ, ଅଭାବନୀୟ ଘଟଣା ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । 

        ପ୍ରାପ୍ତ ସୂଚନାରୁ ଜଣାପଡିଛି, କପ୍ତିପଦା ଥାନା ମଝିଗଡିଆ ପଞ୍ଚାୟତ ଅଧିନ ସୀତାରାମସାହିରେ ଡଵଲ ମର୍ଡ଼ର ଘଟଣା, ସ୍ଵାମୀ ସ୍ତ୍ରୀ ଦୁଇଜଣଙ୍କୁ ହତ୍ଯା କରିବା ପରେ ଶବର ହାତ ଓ ଗୋଡ଼କୁ ଇଟାରେ ବାନ୍ଧି ଡଙ୍ଗାରେ ନେଇ ସୋନ ଡ୍ୟାମ ମଝି ପାଣିରେ ପକାଇ ଦେଇଥିବା ଘଟଣା ସାରା ଜିଲ୍ଲାରେ ଚାଞ୍ଚଲ୍ୟ ଖେଲାଇ ଦେଇଛି ,

ଗତ ଅକ୍ଟୋବର ୬ ରଵିଵାର  ସ୍ଵାମୀ ସିତାରାମ ସିଂ ତାଙ୍କ ସ୍ତ୍ରୀ ଲେତ ସିଂକୁ ନେଇ ନିକଟରେ ହେଉଥିଵା ଫୁଟଵଲ ଖେଳ ଦେଖିଵା ପାଇଁ ଯାଇ ଘରକୁ ଫେରିନଥିଲେ ।  ପରିଵାର ଲୋକେ ଖୋଜାଖୋଜି କରି ନିରାସ ହେଵାପରେ ପୁଣି  ପରବର୍ତ୍ତି ଦିନ ସୋମଵାର ସକାଳୁ  ବିଭିନ୍ନ ସ୍ଥାସନରେ ଖୋଜିବା ପରେ ଗାଁର ଅଳ୍ପ ଦୁରରେ  ଥିଵା ବୁଦା ନିକଟରେ  ରକ୍ତ ଛିଟା ସହ ନିଆଁରେ ପୋଡାଯାଇଥିଵା ପିନ୍ଧାଲୁଗା, ଚପଲ  ପଡିଥିବାର ଦେଖିବାକୁ ପାଇ ଵାପା ମା ଙ୍କର ଵୋଲି ଝିଅ ଚିହ୍ନଟ କରିଵା ପରେ କପ୍ତିପଦା ଥାନାକୁ ଖଵର  ଦେଇଥିଲେ । ଖବର ପଶି ଥାନା ଅଧିକାରୀ ସାଇଣ୍ଟିଫିକ ଟିମ ସହ ଘଟଣାସ୍ଥଳରେ  ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ ।  ସନ୍ଧାନୀ କୁକୁର ସୋନ ଡ୍ଯାମର ଏକ ଘାଟ ନିକଟରେ ଅଟକି ଥିଲା, ସେଥିରୁ ସ୍ପଷ୍ଟ ଜଣା ପଡିଥିଲାକି ମୃତ ଦେହକୁ   ସୋନ  ଡ଼୍ଯାମର ପାଣିରେ ଵୁଡାଇ ଦିଆଯାଇଛି । ଆଜି ଅଗ୍ନୀଶମ ଵିଭାଗ ଓ ପୋଲିସର ମିଳିତ ଉଦ୍ୟମ ପରେ ମଧ୍ୟ ମୃତକମାନଙ୍କ ଗଳିତ ଶବକୁ ଡ୍ୟାମର ଗଭୀର ପାଣିରୁ ହାତ, ଗୋଡ ବନ୍ଧା ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ସୂଚନା ଯୋଗ୍ୟ ଯେ, ଗତ ସେପ୍ଟେମ୍ବର ୧୩ରେ ମୃତକର ସ୍ତ୍ରୀ ଓ ସମୁଦିଙ୍କୁ ଗ୍ରାମର ଲୋକମାନେ ଡାହାଣୀ ସନ୍ଦେହ କରି ଗଛରେ ଵାନ୍ଧି ମାଡ ମରିଥିଲେ ଏବଂ ଏହି ଘଟଣାକୁ ନେଇ ୧୪ରେ ତାଙ୍କ ଭଣଜା ଜୁରା ହୋ  ଥାନାରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ଏ ସମ୍ପକରେ କୈଣସି ପଦକ୍ଷେପ ନେଇ ନଥିଲେ । ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଲୋକମାନଙ୍କୁ ଗୁଣିଗାରେଡି ଓ ଡାହାଣୀ ସନ୍ଦେହ ରୁ ନିଵୃତ୍ତ ରହିଵା ପାଇଁ ସଚେତନତା କରିବା ପାଇଁ ସରକାର  ଅନେକ ପଦକ୍ଷେପ ନେଉଥିଲେ ମଧ୍ୟ କପ୍ତିପଦା ଥାନା ଅଧିକାରୀ ଏସମ୍ପକରେ ଅଵଗତ ଥାଇ ମଧ୍ୟ କୈଣସି ପଦକ୍ଷେପ ନେଇନଥିଲେ, ଫଳରେ ଦୁଇଟି ନିରିହ ଜୀଵନ ଅକାଳରେ ମୃତ୍ୟୁ  ହେବା ସହ ସେମାନଙ୍କ ୩ ନାବାଳକ ସନ୍ତାନ ଅନାଥ ହୋଇଗଲେ ।

ଏ ସମ୍ପର୍କରେ ଥାନାଅଧିକାରି  କୈଣସି ପ୍ରତି କ୍ରିୟା ଦେଇ ନଥିଵା ବେଳେ ଗ୍ରାମ ଲୋକଙ୍କୁ ସଚେତନତା କରା ଯାଇଥିଲେ ହୁଏତ ଦୁଇ ଦୁଇଟା ନିରିହ ଜୀବନ  ଵଞ୍ଚାଯାଇ ପାରିଥାନ୍ତା  ଵୋଲି  ଵୁଦ୍ଧିଜିଵୀ ମହଲରେ ଆଲୋଚନା ହେଉଛି ।

0
0
0
s2sdefault