ହେଡଲାଇନସ୍:

ଚାନ୍ଦମାରୀ : କର୍ପୁର ଉଡି କନା ପଡିଛି ସତ , ଆଦର କମିନି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ବିଜୟା  ଦଶମୀରେ ପଦ୍ମପୁରର ବହୁ ପୂରାତନ ରାଜକୀୟ ପରମ୍ପରା 

କର୍ପୁର ଉଡି ଯାଇଛି , କନା ପଡିଛି ସତ | ହେଲେ କମିନାହିଁ ସେ ଅନବଦ୍ୟ ଅନ୍ତରତମ ପରମ୍ପରାର ପ୍ରତି ଆଦର | କହି କେଉଁ କାଳରୁ ଲୋକମାନେ ସାମିଲ ହୋଇ ଆସୁଥିବା ଏହି ମହାନ ରାଜକୀୟ  ପରମ୍ପରା "ଚାନ୍ଦମାରୀ"  ସମୟକ୍ରମେ ପାରିବାରିକ ଉତ୍ସବର ରୂପ ନେଇସାରିଛି | ପରିବର୍ତ୍ତିତ ସମୟରେ ସ୍ୱରୂପରେ କିଛିଟା ପରିବର୍ତ୍ତନ ଆସିଛି ଯଦିଓ, ଲୋକଙ୍କ ମନରେ ସେଇ ଉତ୍ସାହ ଉଦ୍ଦୀପନା ଅତୁଟ ରହିଛି ଏହି ସାଙ୍କେତିକ ଉତ୍ସବ ପାଇଁ | 

ପଦ୍ମପୁର - ବରଗଡ ଜିଲ୍ଲା ଦ୍ମପୁର ଚାଲିଥିବା ତ୍ରିଦିନାତ୍ମକ ଦୁର୍ଗା ପୂଜାର ପୂର୍ଣାହୁତୀ ପଡିସାରିଛି । ତିନି ଦିନ ଧରି ପଦ୍ମପୁର ରାଜବାଟୀ ପୂଜା ମଣ୍ଡପ ଠାରେ ପୂଜା ହୋଇ ଆସୁଥିବା ରାଜାଙ୍କର ପାଟ ଖଣ୍ଡା ସସମ୍ମାନ ରାଜ ପାରିବାରର ଲୋକ ତଥା ପୂଜକ ମାନେ ରାଜ ଉଆସକୁ ଫେରେଇ ନେଇଛନ୍ତି । ପରେ ପୂରାତନ ପରମ୍ପରା ଅନୁଯାୟୀ  ରାଜ ପରିବାରର ଲୋକେ ରାଜକୀୟ ବେଶଭୂଷାରେ ଚାନ୍ଦମାରୀ ପାଇଁ ଯାଇଥାନ୍ତି ।

 ଚାନ୍ଦମାରୀ ଅର୍ଥାତ ଲାଖ ବିନ୍ଧା  ପୂରାତନ କାଳରୁ ଦଶହରା ବିଜୟ ଦଶମୀ ରେ ପ୍ରତିବର୍ଷ ଏହି ଚାନ୍ଦମାରୀ ଶୋଭାଯାତ୍ରା ପଦ୍ମପୁର ରାଜବାଟୀରୁ ବାହାରି  ଲାଖବିନ୍ଧା ସ୍ଥଳରେ ପହଂଚିବା ସହ ଲକ୍ଷବିନ୍ଧିବାର ପ୍ରତିଯୋଗିତା ଆରମ୍ଭ ହୋଇଥାଏ । ଏହି ଶୋଭାଯାତ୍ରାରେ ରାଜ ପରିବାରର ଲୋକେ ନିଜର ପରମ୍ପରିକ ବସ୍ତ୍ର ଧାରଣ କରି ରାଜକୀୟ ବେଶରେ ବାହାରିଥାନ୍ତି । ପୂରାତନ ବୋଡାସମ୍ବର ରାଜାମାନଙ୍କ ଶାସନ ଅମଳରୁ ହୋଇ ଆସୁଥିବା ଏହି ରାଜକୀୟ  ପରମ୍ପରା ବର୍ତମାନ ମଧ୍ୟ ବହୁ ଧୁମ ଧାମରେ ପାଳିତ ହୋଇ ଅସୁାଛୀ । ଏହି ଦିନ ଦୁର ଦୁରାନ୍ତରରୁ ଲୋକେ ଆସି ଏହି ମନୋରମ ଦୃଶ୍ୟ ଦେଖିବା ପାଇଁ ଲକ୍ଷାଧିକ ସଂଖ୍ୟାରେ ଯୋଗ ଦେଇଥାନ୍ତି । 

 ଲୋକେ କହିବା ଅନୁସାରେ ପୂର୍ବେ ରାଜା ରାଜୁଡା ସମୟରେ ବୋଡାସମ୍ବରର ରାଜା ମାନେ ନିଜର ପାଟ ପଟୁଆରା, ଘୋଡା. ହାତୀ, ସୈନ୍ୟ ସାମନ୍ତଙ୍କ ସହ ବୀଜୟା ଦଶମି ଦିନ ପାଲିଙ୍କିରେ ଚାନ୍ଦମାରୀ ଶୋଭା ଯାତ୍ରାରେ ବାହାରି ବରଗଡ ରାସ୍ତାରେ ଥିବା ନାଳ ଉପର ଲକ୍ଷବିନ୍ଧା ସ୍ଥଳକୁ ଯାଉଥିଲେ ଏବଂ ଲକ୍ଷବିନ୍ଧାରେ ସଫଳ ହେଉଥିବା ବ୍ୟକ୍ତି ମାନଙ୍କୁ ପୁରଷ୍କାର ଦେବା ସହ ନିଜର ସେନାରେ ସାମିଲ କରୁଥିଲେ । ଲକ୍ଷବିନ୍ଧା ସ୍ଥଳ ନିକଟସ୍ଥ ନାଳ ପାଖରେ  ବୋଡାସମ୍ବର ଅଂଚଳକୁ ଆସୁଥିବା ଲୋକଙ୍କ ପାଇଁ ଏକ ସ୍ୱାଗତ ତୋରଣ ଦ୍ୱାର ଥିଲା । ଯାହା ଏବେ ଲୁପ୍ତ ହୋଇ ଯାଇଛି । କର୍ପୁର ଉଡି ଜାଇଥିଲେ ବି କନା ପଡି ରହିଥିବା ସଦୃଶ ସେହି ହାତୀ, ଘୋଡା, ପାଟ ପଟୁଆର ନଥିଲେ ମଧ୍ୟ ବର୍ଷକୁ ଥରେ ବୀଜୟା ଦଶମି ତିଥିରେ ଏହି ଚାନ୍ଦମାରି ପରମ୍ପରାକୁ ବର୍ତମାନ ମଧ୍ୟ ମହା ସମାରୋହରେ ପାଳନ କରା ହୋଇଥାଏ । ଲକ୍ଷବିନ୍ଧାରେ ସଫଳ ହେଉଥିବା ବ୍ୟକ୍ତିଙ୍କୁ ବର୍ତମାନ ସସମ୍ମାନେ ପାଛୋଟି ଆଣି ପୂଜା କମିଟୀ ଦ୍ୱାରା ପୁରଷ୍କୃତ କରାଯାଇଥାଏ । 

 ବର୍ତମାନର ଗଣତନ୍ତ୍ର ଶାସନରେ ମଧ୍ୟ ରାଜତନ୍ତ୍ରର ଏପରି ଏକ ଝଲ ଜେଉଁଠି ବର୍ତମାନ ମଧ୍ୟ  ରାଜା ଏବଂ ରାଜ ପରମ୍ପରାକୁ ସମ୍ମାନ ସହ ନିଜ ପାରିବାରିକ ଉତ୍ସବ ବୋଲି ପ୍ରତି ବର୍ଷ ପାଳନ କରିଥାନ୍ତି ପଦ୍ମପୁର ବାସି ।

0
0
0
s2sdefault