ହେଡଲାଇନସ୍:

କୁଜିନେତା-ଅସାଧୁ ଅଧିକାରୀଙ୍କ ଯୋଗୁ ଲାଗୁଛି ୫ ଟି କୁ ଗ୍ରହଣ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ବିଡିଓଙ୍କୁ ବାରମ୍ବାର ଜଣାଇଲା ପରେ ବି ଚମ୍ପାକୁ ମିଳିଲାନି ଘର 

ଆବାସ ଯୋଜନା କାହାପାଇଁ ? ଗରିବଙ୍କ ପାଇଁ “ନା’’ ଧନୀ ଲୋକଙ୍କ ପାଇଁ 

ରେଢାଖୋଲ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ :  ସରକାର ଗରୀବ ଶ୍ରେଣୀର ଲୋକମାନଙ୍କର ଉନ୍ନତି ପାଇଁ ନାନା ପ୍ରକାର ଯୋଜନା କାର୍ଯ୍ୟକାରୀ କରିଛନ୍ତି । ଯାହାର ରହିବା ପାଇଁ ବାସଗୃହ ନାହିଁ ସେମାନଙ୍କ ପାଇଁ ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା , ବିଜୁ ପକ୍କାଘର ଯୋଜନା ରେ ଘର ଯୋଗାଇ ଦେଉଛନ୍ତି । ଏଥିପାଇଁ ସରକାର ପ୍ରତିବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ପ୍ରକୃତ ହିତାଧିକାରୀ ଏହି ଯୋଜନାର ଫାଇଦା ପାଇ ପାରୁ ନାହାନ୍ତି । କିଛି କୁଜୀନେତାଙ୍କ ପ୍ରଲୋଭନରେ ସରକାରୀବାବୁମାନେ ଧନୀ ଲୋକ ମାନଙ୍କ ଠାରୁ ମୋଟା ଅଙ୍କର ଫାଇଦା ପାଇ ଆବାସ ଘର ଦେଉଥିବା ନଜିର ରହିଛି । ସଠିକ୍ ସର୍ଭେ ହେଉ ନ ଥିବାରୁ ଯୋଗ୍ୟ ହିତାଧିକାରୀ ଏଇ ସବୁ ଯୋଜନାର ସୁଳ ପାଇ ପାରୁନାହାନ୍ତି । ଏପରିକି ଗୋଟିଏ ଘରୁ ଦୁଇ ଦୁଇ ଟି ଘର ହାତେଇବାର ମଧ୍ୟ ନଜିର ରହିଛି ।  ଯାହାକି ଅନୁସନ୍ଧାନ କଲେ ସମସ୍ତ ତଥ୍ୟ ମିଳିପାରିବ ।

    ସରକାରଙ୍କ ଏଇ ଆବାସ ଯୋଜନାରେ ଫାଇଦା ନ ପାଇ ଝାଟି ମାଟିର ପଲିଥିନ ଛପର ଘର ତଳେ ଦୀର୍ଘ ବର୍ଷ ହେଲା  ଜୀବନ ବିତାଉଛନ୍ତି ରେଢାଖୋଲ ଉପଖଣ୍ଡ ନାକଟିଦେଉଳ ବ୍ଲକ ଡଇଁଚା ପଂଚାୟତ ଗ୍ରାମର  ଚମ୍ପା ପ୍ରଧାନ ଓ ସ୍ଵାମୀ ଶେଷଦେବ ପ୍ରଧାନ ତାଙ୍କ ଦୁଇ ପୁଅ  । ତାଙ୍କର ଜମିବାଡି କିଛି ନାଇଁ । କେବଳ ରାସନ୍ କାର୍ଡ ମିଳିଛି । ଅସହାୟ ଅବସ୍ଥାରେ ଚମ୍ପାଙ୍କ ପରିବାର ଜୀବନ ବିତୁଛି । ମୂଲ ମଜୁରୀ କରି ପେଟ ପୋଷନ୍ତି ସେ । ମଜୁରୀ ନ କଲେ ସେ ଦିନ ଭୋକରେ ଦିନ କାଟିବାକୁ ପଡୁଛି ତାଙ୍କୁ  ଘର ମରାମତି ପାଇଁ ଆବଶ୍ୟକ ସମ୍ବଳ ଅଭାବରୁ ବର୍ଷା ଦିନରେ ଘର ଭିତରେ ପାଣି ପଶିଯାଉଛି । ସରକାରୀ ସହାୟତା ପାଇଁ ଦାରିଦ୍ର୍ୟ ସୀମାରେଖାର ମାନଦଣ୍ଡ ଚମ୍ପା ପରିବାର ଙ୍କ  ପାଇଁ ଅବୁଝା ହୋଇରହିଛି । ନାକଟିଦେଉଳ ବିଡିଓ ଙ୍କୁ ଏ ସଂପର୍କରେ ଗତ ଆଗଷ୍ଟ୧୮ ତାରିଖ ଚମ୍ପା ଲିଖିତ ଭାବରେ ଜଣାଇଥିଲେ ମଧ୍ୟ ହଁ ହଁ ରେ ହଜିଯାଇଛି ଚମ୍ପାଙ୍କ ପରିବାରର  ଭାଗ୍ୟ । ତେବେ ଏହି ପରିବାର ସମସ୍ୟା ନେଇ ବିଡିଓଙ୍କୁ ଜଣାଇଥିବାର ୧ମାସ ଅଧିକ ବିତିଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇ ନାହିଁ ଓ   ସରକାରୀ ସହାୟତା ତାଙ୍କ ପାଇଁ ଅପହଂଚ ହୋଇ ରହିଛି । ଭଙ୍ଗାଘର ଓ ଝାଟି ମାଟିର ପଲିଥିନ ଛପର ଘର ତଳେ ଜୀବନ ବିତାଉଥିବା  ଏକ ବେସାହାରା ପରିବାର ପାଇଁ ସରକାରୀ ସହାୟତା ଉପହାସ ସଦୃଶ ହୋଇଛି । ପୀଡିତ ପରିବାରକୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ  ଘଟଣାର ତଦନ୍ତ ପାଇଁ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି ।

 

0
0
0
s2sdefault