ହେଡଲାଇନସ୍:

ବିଜେପୁର ଉପନିର୍ବାଚନ : ଗ୍ରାଉଣ୍ଡୱାର୍କ ଶେଷ, ଇଂଟରଭାଲ ପରେ କାଲିଠୁ ଜମିବ ପ୍ରଚାର 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ପୁଣି ଛୁଟିବ ବଡ ନେତାଙ୍କ ସୁଅ , ମୁହାଁମୁହିଁ ହେବେ ଷ୍ଟାର ପ୍ରଚାରକ 

ବରଗଡ :- ଆଉ ମାତ୍ର ହାତଗଣତି କେଇଟା ଦିନ ବାକି ରହିଲା ବିଜେପୁର ଉପନିର୍ବାଚନକୁ । ଦୁର୍ଗାପୂଜା ପାଇଁ ଗତ କିଛି ଦିନ ହେଲା ପ୍ରାର୍ଥୀ ମାନେ ବିଭିନ୍ନ ପୂଜା ମଣ୍ଡପ ବୁଲିବା ସହିତ ନିଜର ପ୍ରଚାର ମଧ୍ୟ କରୁଥିଲେ । ଅବଶ୍ୟ ଏବେ ଇଂଟରଭାଲ | ବିଭିନ୍ନ ଦଳର ଷ୍ଟାର ପ୍ରଚାରକମାନେ କିଛି କିଛି ମୈଦାନରେ ଓଲ୍ହାଇ warm up କରି ପୂଜା ପାଇଁ ନିଜ ନିଜ ଏରିଆକୁ ଯାଇଥିବା ବେଳେଆଜି ପୂଜା ତଥା ଭାଷାଣି କାର୍ଯ୍ୟକ୍ରମ ସରିଲା ପରେ ଆଜି ରାତି ଓ କାଲି ଦିପହର ସୁଦ୍ଧା ହଜାର ହୋଇଯିବେ ରଣଭୂମୀରେ  ଆସନ୍ତା କାଲିଠାରୁ ପ୍ରଚାର ଜୋରସୋରରେ ଚାଲିବ । ଭୋଟରଙ୍କର ମନ ଜିତି ନିଜ ସପକ୍ଷରେ ମତଦାନ କରେଇବା ପାଇଁ ସବୁ ଦଲୀୟ ତଥା ସ୍ୱାଧୀନ ପ୍ରାର୍ଥୀ ଉଦ୍ୟମ କରିବେ । ବିଭିନ୍ନ ଦଳର ବାରିଷ୍ଟ ନେତା ମନ୍ତ୍ରୀ ନିଜ ଦଳୀୟ ପ୍ରାର୍ଥୀ ଙ୍କ ପାଇଁ ପ୍ରଚାର କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି । ଏହି କ୍ରମରେ କଂଗ୍ରେସ ପ୍ରାର୍ଥୀ ଶ୍ରୀ ଦିଲୀପ ପଣ୍ଡା ଙ୍କର ସପକ୍ଷରେ କଂଗ୍ରେସ ର ପୂର୍ବତନ ଅଧ୍ୟକ୍ଷ ଶ୍ରୀ ରାହୁଲ ଗାନ୍ଧୀ , ବ୍ୟତୀତ ରାଜ୍ୟ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ , ଓ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ମଧ୍ୟ ପ୍ରଚାର କରିବାର ସମ୍ବବନା ଥିବାବେଳେ ବିଜେପି ପ୍ରାର୍ଥୀ ଶ୍ରୀ ସନତ ଗଡ଼ତିଆଙ୍କ ସପକ୍ଷରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମନ୍ତ୍ରୀ ଶ୍ରୀ ପ୍ରତାପ ଷଡଙ୍ଗୀ , ଜେ ପି ନଡ୍ଡା , ସ୍ମୃତି ଇରାନି ,ରାଜ୍ୟ ସଭାପତି ଶ୍ରୀ ବସନ୍ତ ପଣ୍ଡା ,ଙ୍କର ସହିତ ଅନେକ ରାଜ୍ୟ ତଥା କେନ୍ଦ୍ରୀୟ ନେତା ମାନେ ପ୍ରଚାର ମଇଦାନ ରେ ଅବତୀର୍ଣ୍ଣ ହେବେ ।

      ଏଠାରେ ଉଲ୍ଲେଖଯୋଗ୍ୟ ଯେ 2018 ଉପନିର୍ବାଚନ ରେ ବିଜୁ ଜନତା ଦଳର ପ୍ରାର୍ଥୀ ଭାବରେ ଚାଳିଶ ହଜାରରୁ ଉର୍ଦ୍ଧ୍ବ ଭୋଟ ବ୍ୟବଧାନରେ ପୂର୍ବତନ ବିଧାୟକ ଶ୍ରୀ ଅଶୋକ ପାଣିଗ୍ରାହୀଙ୍କୁ ହରେଇ ଥିବା ଶ୍ରୀମତୀ ରୀତା ସାହୁ ବର୍ତ୍ତମାନ ଏହି ଉପନିର୍ବାଚନରେ ବିଜେଡି ର ପ୍ରାର୍ଥୀ ଅଛନ୍ତି । ନାମଙ୍କନ ପତ୍ର ଦାଖଲ କରିବା ପରେ ସେ ଏକ ପ୍ରକାର ନିଜର ପ୍ରଚାର କାର୍ଯ୍ୟକ୍ରମ କୁ ଆଗେଇ ନେବାରେ ଲାଗିପଡିଛନ୍ତି । ବିଜୁ ଜନତା ଦଳ ତରଫରୁ ପ୍ରକାଶିତ 40 ଜଣିଆ ଷ୍ଟାର ପ୍ରଚାରକ ଲିଷ୍ଟରେ  ମୁଖ୍ୟମନ୍ତ୍ରୀ ଙ୍କର ସହିତ ଦଳର ଟାଣୁଆ ନେତା  ଶ୍ରୀ ପ୍ରଣବ ପ୍ରକାଶ ଦାଶ , ଶ୍ରୀ ନିରଞ୍ଜନ ପୂଜାରୀ , ଶ୍ରୀ A U ସିଂ ଦେଓ , ପ୍ରସନ୍ନ ଆଚାର୍ଯ୍ୟ, ମଙ୍ଗଳା କିଷାନ , ମାନ୍ୟବର ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ ମଲ୍ଲିକ ,  ମନ୍ତ୍ରୀ ପଦ୍ମନାଭ ବେହେରା, ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ , ମନ୍ତ୍ରୀ ଶ୍ରୀ ଅରୁଣ ସାହୁ , ମନ୍ତ୍ରୀ ଟୁକୁନି ସାହୁ , ମନ୍ତ୍ରୀ ପଦ୍ମିନୀ ଦିଆନ, ପ୍ରଦୀପ ଅମାତ , ଶ୍ରୀ ବିଜୟ ରଂଜନ ସିଂ ବରିହା , ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଶ୍ରୀ ସୁବାଷ ଚୌହାନ , ରାଜେନ୍ଦ୍ର ଢୋଲକିଆ ,ଡ଼ା ରାସେଶ୍ୱରି ପାଣିଗ୍ରାହୀ , ମନ୍ତ୍ରୀ ବିକ୍ରମ ଆରୁଖ, ସାଂସଦ ଅନୁଭବ ମହାନ୍ତି ,ଅରିନ୍ଦମ ପ୍ରମୁଖ ଶ୍ରୀମତୀ ରୀତା ସାହୁ ଓ ବିଜୁ ଜନତା ଦଳ ପାଇଁ ପ୍ରଚାର କରିବେ । ତେବେ ଆସନ୍ତା କାଲି  ଠାରୁ ପ୍ରଚାର ଜୋର ଧରିବ । ଏପଟେ ବିଜେପୁର ଉପନିର୍ବାଚନ କୁ ଫ୍ରି ଆଣ୍ଡ ଫେୟାର କରାଇବା ପାଇଁ ପ୍ରଶାସନ ମଧ୍ୟ ଜୋରସୋରରେ ପ୍ରସ୍ତୁତି ଚଳାଇଥିବା ସୂଚନା ରହିଛି ।

 

0
0
0
s2sdefault