ହେଡଲାଇନସ୍:

ଟଂକିକିଆ ଚାଉଳ ସହ ଫ୍ରିରେ ମିଳୁଛି  ମିଳୁଛି ମାଟି,ଗୋଡ଼ି ଓ ତଣ୍ଟିଆ ମାଡ଼ !!!!

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

୭୫ ବର୍ଷୀୟ ମହିଳା କଲେ ଥାନାରେ ଅଭିଯୋଗ !

ଭଦ୍ରକ ( ସତ୍ୟଭୂଷଣ ସ୍ବାମୀ ) : ଗରିବ ଲୋକଙ୍କ ପାଇଁ ଯୋଜନା ସରକାରଙ୍କର ହୁକୁମାତି ତଳିଆ କର୍ମଚାରୀ ମାନଙ୍କର । ଗରୀବ ଲୋକଙ୍କ କଲ୍ୟାଣ ନିମନ୍ତେ ବିଭିନ୍ନ ଯୋଜନା ମାଧ୍ୟମରେ ଲୋକଙ୍କୁ ସୁବିଧା ଯୋଗାଉଛି ରାଜ୍ୟ ଓ କେନ୍ଦ୍ର ସରକାର | ହେଲେ ତଳସ୍ତରରେ ଏହି ସବୁ ଯୋଜନାରେ ଗରୀବଙ୍କୁ କେମିତି ଶୋଷଣ କରାଯାଉଛି ତାହାର ଏକ ନଗ୍ନ ଉଦାହରଣ ଦେଖିବାକୁ ମିଳିଛି | ଭଦ୍ରକ ଜିଲ୍ଲାରେ । ରାଜ୍ୟ ସରକାରଙ୍କ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଜଣେ ବୃଦ୍ଧାଙ୍କୁ ଦିଆ ଯାଇଛି ମାଟି ଓ ଗୋଡ଼ି ମିଶା ଚାଉଳ | ଏପରି ଘଟିଛି ବାଂଶଡ଼ା ଥାନା ଅଧିନ ଭୀମପୁର ଗ୍ରାମର ୬୫ ବର୍ଷୀୟା ବୃଦ୍ଧା ଯଶୋଦା ବାରୀକଙ୍କ ସହିତ | ବୃଦ୍ଧା ଯଶୋଦା ବାରିକ ନିଜର ମାସିକ ଚାଉଳ ଆଣିବା ପାଇ ନିକଟସ୍ଥ କେନ୍ଦ୍ରକୁ ଯାଇଥିବା ବେଳେ ତାଙ୍କୁ ମିଳିଥିଲା ମାଟି ଓ ଗୋଡ଼ି ମିଶା ଚାଉଳ | ଏଭଳି ଚାଉଳ ନେବେ ନାହିଁ ବୋଲି ମନା କରିବାରୁ ବୃଦ୍ଧା ଯଶୋଦାଙ୍କୁ ମିଳିଥିଲା ଅସଭ୍ୟ ଗାଳିଗୁଳଜ ସହ ତଣ୍ଟିଆ ମାଡ଼ | ପରେ ଏ ନେଇ ଯଶୋଦା ବାରୀକ ବାଂଶଡ଼ା ଥାନରେ ଅଭିଯୋଗ କରିଛନ୍ତି | ସୂଚନା ଥାଉକି ଏପରି ଅନେକ ଘଟଣା ଜିଲ୍ଲାରେ ଘଟୁଥିବା ବେଳେ ଯୋଗାଣ ବିଭାଗ ଏବଂ ସରକାର ସେମାନଙ୍କ ପ୍ରତି ନରମ ମନଭାବ ପୋଷଣ କରୁଥିବା ପଛରେ ରହସ୍ୟ ଲୋକମାନେ ଜାଣିବାକୁ ଚାହୁଁଛନ୍ତି । 

 

0
0
0
s2sdefault