ହେଡଲାଇନସ୍:

ବିଜେପୁର ଉପନିର୍ବାଚନ : ସ୍ଥିତି ସମୀକ୍ଷା କଲେ ଡିଜି 

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

 ବରଗଡ :- ବିଜେପୁର ଉପନିର୍ବାଚନକୁ ଆଉ ମାତ୍ର ଦିନ କେଇଟା ବାକି ରହିଥିବା ବେଳେ ରାଜ୍ୟର ପୋଲିସ ମୁଖିଆ ଶ୍ରୀ ବିଜୟ କୁମାର ଶର୍ମା ବରଗଡ଼ ପୋଲିସ ମୁଖ୍ୟାଳୟ ଠାରେ ସମ୍ବଲପୁର DIG ଓ ବରଗଡ଼ ଜିଲ୍ଲା ସହିତ ଆଖପାଖ ଜିଲ୍ଲାର SP  ତଥା CRPF କମଣ୍ଡିଙ୍ଗ ଅଫିସରଙ୍କୁ ନେଇ ଏକ ସମୀକ୍ଷା ବୈଠକ କରିଥିଲେ । ନିର୍ବାଚନ କମିଶନ ଙ୍କର ଗାଇଡ଼ ଲାଇନ ଅନୁଶାରେ ସବୁ କାମ କରାଯିବ । କେଉଁସ୍ଥାନରେ ନାକା ତିଆରି ହେବ , କେତେ ଟା ପାଟ୍ରୋଲିଂ ପାର୍ଟି ରହିବେ , କେତେ ପରିମାଣରେ ପୋଲିସ ଲାଗିବେ ତାହାର ସମୀକ୍ଷା କରାଯାଇଛି ବୋଲି ଶ୍ରୀ ଶର୍ମା ସୂଚନା ଦେଇଛନ୍ତି ।ବିଜେପୁର ଉପନିର୍ବାଚନ ପାଇଁ ବର୍ତ୍ତମାନ ନେତାଙ୍କଠାରୁ ଆରମ୍ଭ କରି ପ୍ରଶାସନ ପର୍ଯ୍ୟନ୍ତ ସମସ୍ତେ ସଜାଗ୍ ରହିଛନ୍ତି । ଦଶହରା ପାଇଁ ପ୍ରଚାର ସାମାନ୍ୟ ଧିମେଇ ଥିଲେ ବି ଦଳୀୟ ବୈଠକ ଓ କର୍ମୀ ସମ୍ମିଳନୀ ଭୋଟରଙ୍କୁ ଉତ୍କଣ୍ଠିତ କରିଛି । ଏନେଇ ବିଜେଡି ସମେତ ବିଜେପି ଏବଂ କଂଗ୍ରେସ ଷ୍ଟାର ପ୍ରଚାରକଙ୍କ ତାଲିକା ଜାରି କରିସାରିଥିବା ବେଳେ ଆସନ୍ତା ୧୭ ତାରିଖରେ ବିଜେଡି ମୁଖିଆ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁର ଗସ୍ତରେ ଯାଉଛନ୍ତି । ସେଠାରେ ନବୀନ ଦୁଇ ଦିନ ରହିବା ସହ ବିଭିନ୍ନ ସ୍ଥାନରେ ପ୍ରଚାର କରିବା କାର୍ଯ୍ୟକ୍ରମ ରହିଛି ।  ମୁଖ୍ୟମନ୍ତ୍ରୀଙ୍କ ଆଗାମୀ ଗସ୍ତ ଓ ସୁରକ୍ଷା ବ୍ୟବସ୍ଥା ଉଭୟଙ୍କ ପାଇଁ ଏକ ଚ୍ୟାଲେଂଜରେ ପରିଣତ ହୋଇଛି ।

0
0
0
s2sdefault