ହେଡଲାଇନସ୍:

ରାସ୍ତାକଡ଼େ ଠିଆ ହୋଇଥିଲେ, ଧକ୍କା ଦେଲା ଟ୍ରାକ୍ଟର 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଦୁର୍ଗାପୂଜାଦେଖି ଫେରୁଥିବା ବେଳେ ଟ୍ରାକ୍ଟର ଧକ୍କାରେ ୪ଗୁରୁତର

(ଆଠମଲ୍ଲିକ /ସନ୍ତୋଷ ମେହେର ): ଆଠମଲ୍ଲିକ ବ୍ଲକ ବାସୁଦେବପୁର ବାରେଣୀ ଗ୍ରାମରେ ଟ୍ରାକ୍ଟର ଦୁର୍ଘଟଣାରେ ୪ଜଣ ଗୁରୁତର ହୋଇଛନ୍ତି I ଗ୍ରାମବାସୀଙ୍କର ସୂଚନା ମୁତାବକ ବାରେଣୀଗ୍ରାମର କଲ୍ୟାଣୀ ବେହେରା (9)ପୂଜା ବେହେରା (8), ବିକି ବେହେରା (13), ମାମାଲି ନାଏକ (10) ବାସୁଦେବପୁର ଗ୍ରାମକୁ ଦୁର୍ଗାପୁଜା ଦେଖି ଫେରୁଥିବା ସମୟରେ ରାସ୍ତା କଡରେ ଠିଆ ହୋଇଥିଲେ I ଏହି ସମୟରେ  ବାରେଣୀ ଗ୍ରାମର  ମିଥୁନ ନାୟକ ଟ୍ରାକ୍ଟର ଧରି ଆସୁଥିବା  ସମୟରେ ଚାରିଜଣଙ୍କୁ ଧକ୍କା ଦେଇଥିଲା | ଫଳରେ ଟ୍ରାକ୍ଟର ତଳେ ଚାରିଜଣ  ଚାପି ହୋଇ ରହିଯାଇଥିଲେ | ଗ୍ରାମବାସୀଙ୍କ ଉଦ୍ୟମରେ ଚାରିଜଣଙ୍କୁ ଉଦ୍ଧାର କରାଯାଇଥିଲା I ଦୁର୍ଘଟଣା ପରେ ଡ୍ରାଇଭର ପଳେଇଯାଇଛି I ବର୍ତମାନ ଚାରିଜଣଙ୍କୁ ବୌଦ୍ଧ ମୁଖ୍ୟ ଚିକିତ୍ସାଲୟରେ ଭର୍ତି କରାଯାଇଛି I ଗ୍ରାମବାସୀଙ୍କ ସୂଚନା ମୁତାବକ ଡ୍ରାଇଭର ମଦ୍ୟପାନ କରି  ଟ୍ରାକ୍ଟର ଚଳାଉଥିବାର ଅଭିଯୋଗ କରୁଛନ୍ତି |

0
0
0
s2sdefault