ହେଡଲାଇନସ୍:

ମାଙ୍ଗାନିଜ ଚୋରା ଚାଲାଣ ବେଳେ ୮ଗିରଫ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ମାଙ୍ଗାନିଜ ଲୋଡ଼ ଦୁଇଟି ୧୨ ଚକିଆ ଜବତ 

ବଡ଼ବିଲ/ ଶାସକ ପ୍ରଶାସକ : ମାଙ୍ଗାନିଜ ଚୋରା ଚାଲାଣ କରୁଥିବା  ବେଳେ ୮ଜଣଙ୍କୁ  ପୋଲିସ ଗିରଫ କରିଛି | ରୁଗୁଡ଼ି  ଥାନା  ଅନ୍ତର୍ଗତ କାଟେସାହି ଦୁଇଟି ୧୨ ଚକିଆ ଗାଡ଼ିରେ ମାଙ୍ଗାନିଜ ଚୋରା ଚାଲାଣ ହେଉଥିବା ଖବର ପାଇଁ ରୁଗୁଡ଼ି ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ଦୁଇଟି ଗାଡିକୁ ରେଡ ହାଣ୍ଡ ଧରିବା ସହ ଦୁଇଟି ଯାକ ଗାଡିକୁ ଜବତ କରିଥିଲେ | ତା ସହିତ ଘଟଣାସ୍ଥଳରୁ ୮ ଜଣଙ୍କୁ ଗିରଫ କରିଛି |  ଘଟଣାରେ ବ୍ୟବହୃତ ଗୋଟେ ବୋଲେରୋ ଗାଡି, ଏକ ମୋଟର ସାଇକେଲ  ଓ ୮ଟି ମୋବାଇଲକୁ ପୋଲିସ ଜବତ କରିଛି | ସେମାନଙ୍କ ଠାରୁ ନଗଦ ୧୦୦୦୦୦ ଟଙ୍କା ବି ଜବତ କରିଛି ପୋଲିସ | ରୁଗୁଡ଼ି ପୋଲିସ ମାମଲା ନମ୍ବର ୭୧ / ୦୭-୧୦-୧୯ { ୩୭୯ / ୪୧୧ / ୧୨୦(ଖ)/ ୩୪(ଆଇପିସି) / ୨୧ ଏମଏମଡିଆର ଆକ୍ଟ/ ୨୭(୩)(ଏ)(ବି)/ ୫୬ ଫରେଷ୍ଟ ଆକ୍ଟ ଅନ୍ତର୍ଗତ} ରୁଜୁ କରି ତଦନ୍ତ ଚଳାଇଛି | ଗିରଫ ହୋଇଥିବା ଅଭିଯୁକ୍ତ ମାନେ ହେଲେ ଅଜିତ ପାତ୍ର, ଏମ ଡି ରଫିକ ଖାଁ, ତାଜଉଦ୍ଦିନ ଅନସାରୀ, ଜୁନେସ ଲାକ୍ରା, ଷ୍ଟିଫେନ ଡୁଙ୍ଗଡୁଙ୍ଗ, ବିବେକ କୁମାର ଯାଦବ, ଜଗଦୀଶ ଦାସ ଓ ଗୌର ଦାସ | 

0
0
0
s2sdefault