ହେଡଲାଇନସ୍:

ଶୁଭିଲାଣି "ଏମ.ଡି.ଏଚ ହଟାଓ କସମ ବଞ୍ଚାଓ" ସ୍ୱର (See Video)

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଘୁ. ଉଦୟଗିରି /ଗଗନ କୁମାର ପ୍ରଧାନ : କନ୍ଧମାଳରେ ଏମ.ଡି.ଏଚ ଉଦ୍ୟୋଗ  ପକ୍ଷରୁ ପ୍ରସ୍ତାବିତ ମସଲା କମ୍ପାନୀକୁ ଅଞ୍ଚଳର ସମାଜସେବୀଙ୍କ ପକ୍ଷରୁ ବିରୋଧ କରୁଥିବା ଦେଖା ଦେଇଛି.| ଆଉ କିଛି ଜନସାଧାରଣ କିଛିଟା ଦ୍ବନ୍ଦ୍ବରେ | ରାଜ୍ୟ ସରକାରଙ୍କ ଆବାହକତ୍ୱରେ କନ୍ଧମାଳର ଚାଷୀଙ୍କ ବିକାଶ, ଚାଷୀକୁ ଉଚିତ ଦର ଆଉ ମାର୍କେଟ ଲିଂକେଜ ଯୋଗାଇ ଦେବା ଉଦ୍ଦେଶ୍ୟରେ ଗଠିତ ହୋଇଥବା କସମ (KASAM ) କୁ ଅଧିକ ବ୍ୟାପକ କ୍ରିୟାଶୀଳ ନକରି, ରୁଗ୍ଣ ହୋଇ ପଡୁଥିବା ସୋସାଇଟି ଗୁଡିକର ସାମର୍ଥ୍ୟ ବୃଦ୍ଧି ନକରି ଶିଳ୍ପ ପ୍ରତିଷ୍ଠା ନା ରେ ବାହାର ରାଜ୍ୟର ବେପାରୀଙ୍କୁ ଡାକି ଆଣିବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସ୍ଥାନୀୟ ସମାଜସେବି | 

 ଗଠିତ  ଗତ 27 ତାରିଖରେ ଏମ.ଡି.ଏଚର ମୁଖିଆ ଓଡିଶା ଗସ୍ତରେ  ଆସି ମୁଖ୍ୟ ମନ୍ତ୍ରୀଙ୍କୁ ସାକ୍ଷାତ କରି କମ୍ପାନୀ ସ୍ଥାପନର ସମସ୍ତ ସୁବିଧା ସରକାର ପ୍ରଦାନ କରିବେ ବୋଲି ପ୍ରତିଶୃତି ପାଇଥିଲେ.| ହେଲେ ଏହାକୁ ନେଇ କନ୍ଧମାଳର ସମାଜସେବୀଙ୍କ  ପକ୍ଷରୁ ତୀବ୍ର ବିରୋଧ କରିବାର ଅରମ୍ଭ ହୋଇ ଯାଇଛି | ଆମ କନ୍ଧମାଳ ପ୍ରତିନିଧି ଏମ.ଡି.ଏଚ.କମ୍ପାନୀକୁ  ବିରୋଧ କରୁ ଥିବା ସମାଜସେବୀ ମହମ୍ମଦ ଜିଆଉଦ୍ଦିନଙ୍କ ପ୍ରତିକ୍ରିୟା ଲୋଡ଼ିଥିଲେ |.କନ୍ଧମାଳରେ ଗରିବ ଶ୍ରେଣୀର ଆଦିବାସୀ ବସବାସ କରନ୍ତି | ଅଂଚଳର ଆଦିବାସୀ ମୁଖ୍ୟତ ଜଙ୍ଗଲଜାତ ଦ୍ରବ୍ୟ ଉପରେ ନିର୍ଭର କରନ୍ତି | କନ୍ଧମାଳ ଆଦିବାସୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସରକାର 1998 ପୂର୍ଵରୁ ପ୍ରାୟ 150ଟି ସୋସାଇଟିର 10000ରୁ ଉର୍ଦ୍ଧ କୃଷକଙ୍କୁ ନେଇ କସମ ସ୍ଥାପନ କରିଥିଲେ | 1998-2000ମଧ୍ୟରେ କସମର ତଦାରଖ ପାଇଁ ଘୁ. ଉଦୟଗିରି samanwita ନାମକ ସଂସ୍ଥାକୁ ହସ୍ତାନ୍ତରିତ କରାଯାଇଥିଲା  | କିନ୍ତୁ କିଛି ଅସାଧୁ ସମସ୍ୟା ଯୋଗୁଁ ତାହା ବନ୍ଦ ହୋଇଥିଲା | ତାପରେ କସନ ନିଜସ୍ୱ ମେଘା -ସୋସାଇଟି ସ୍ଥାପନ କରି କାର୍ଯ୍ୟ ଆରମ୍ଭ କରିଥିଲା  କିନ୍ତୁ ତାହା କୃଷକଙ୍କୁ ଆବଶ୍ୟକ ସାହାଯ୍ୟ ଯୋଗାଇ ନ ପାରି ବର୍ତ୍ତମାନ ସ୍ଥିତିରେ କେବଳ 2ରୁ 3ଟି କେବଳ ଇଉନିଟ ଚାଲିଛି ବୋଲି ଅଭିଯୋଗ କରିଛନ୍ତି ଜିଆଉଦ୍ଧିନ |ସରକାର ଏହି ମେଗା-ଇଉନିଟକୁ କୃଷକଙ୍କ ସ୍ୱାର୍ଥ ଦୃଷ୍ଟିରୁ ପ୍ରଥମେ ପୁନଃରୁଦ୍ଧାର କରି କୃଷକଙ୍କୁ ସାହାଯ୍ୟ କରନ୍ତୁ |ଏହାକୁ ଘରୋଇ କମ୍ପାନୀଙ୍କ ମର୍ଜୀ ଉପରେ ଛାଡିଦିଆ ନକାଉ |  ଅଞ୍ଚଳର କୃଷକ ସ୍ୱାର୍ଥରେ ଆଞ୍ଚ ଆସିବାର ଆଶଙ୍କା ରହିଛି | .ଯଦି ସରକାର କନ୍ଧମାଳର କୃଷକଙ୍କ ସ୍ୱାର୍ଥ ରକ୍ଷା ପ୍ରତି ସଚେତନ ନ ରୁହନ୍ତି ,ତାହା ହେଲେ ଆଗାମୀ ଦିନରେ ଗାଁ ଗାଁରେ ଏହି କମ୍ପାନୀକୁ ବିରୋଧ କରାଯିବ ଏବଂ କନ୍ଧମାଳବାସିଙ୍କ ସ୍ୱାର୍ଥ ରକ୍ଷା ପାଇଁ ଆନ୍ଦୋଳନ କରାଯିବ ବୋଲି ସମାଜସେବା ମହମ୍ମଦ ଜିଆ ଉଦ୍ଦିନଚେତାବନୀ ଦେଇଛନ୍ତି.| ଏହା ସହା ଏମଡିଏଚ ମସଲା କମ୍ପାନୀ କନ୍ଧମାଳରେ ସ୍ଥାପନ ଏକ ଭୁଲ ନିଷ୍ପତି ବୋଲି ମଧ୍ୟରେ ପ୍ରତିକ୍ରିୟା ଦେଇଛନ୍ତି.| କନ୍ଧମାଳର ହଳଦୀ ଅନ୍ତର୍ଜାତୀୟ କ୍ଷେତ୍ରରେ ବେଶ ସୁନାମ ଅର୍ଜନ କରିଛି | ଯାହା ପାଇଁ କସମ କମ ଦିନକରେ ଅନ୍ତର୍ଜାତୀୟ କ୍ଷେତ୍ରରେ ନିଜିର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିଲା| ଯଦି ସରକାର କନ୍ଧମାଳରେ  ଘରୋଇ ମସଲା କମ୍ପାନୀ ସ୍ଥାପନ କରନ୍ତି  ତା ହେଲେ କୃଷକ ଉଚିତ ମୂଲ୍ୟ ପାଇ ପାରିବ ନାହିଁ ବୋଲି ସମାଜସେବୀ ଅଭିଯୋଗ କରିଛନ୍ତି. | ଏହା ମଧ୍ୟ ଲୋକଙ୍କ ଭିତରେ ଆଶଂକାପୂର୍ଣ ବାତାବରଣ ସୃଷ୍ଟି କରିବା ଆରମ୍ଭ କଲାଣି | 

0
0
0
s2sdefault