ହେଡଲାଇନସ୍:

ଉପରାଷ୍ଟ୍ରପତିଙ୍କ ଦ୍ୱାରା ଲୋକାର୍ପିତ ହେଲା କାଳନ୍ଦୀଙ୍କ ଉପନ୍ୟାସ ‘ଯାଆଁଳା ତୋଟା’

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ରାଜ୍ୟପାଳ ଗଣେଶୀ ଲାଲ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ

 ଏହି ଉପନ୍ୟାସ ପାଠକୀୟ ଆଦୃତି  ପାଇବ  ବୋଲି ଧର୍ମେନ୍ଦ୍ରଙ୍କ ଟ୍ୱିଟ୍ 

ଭୁବନେଶ୍ୱର– ରାଜଭବନ ଠାରେ ରବିବାର ଦିନ ଉପରାଷ୍ଟ୍ରପତି ଏମ୍. ଭେଙ୍କୟା ନାୟୁଡୁଙ୍କ ଦ୍ୱାରା ବିଜେପି ନେତା ତଥା ସାମାଜିକ କାର୍ଯ୍ୟକର୍ତା କାଳନ୍ଦୀ ସାମଲଙ୍କ ଲିଖିତ ଉପନ୍ୟାସ ‘ଯାଆଁଳା  ତୋଟା’ ଲୋକାର୍ପିତ ହୋଇଯାଇଛି । ଏହି ଲୋକାର୍ପଣ ସମୟରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତଥା ବରିଷ୍ଠ  ବିଜେପି ନେତା ସମୀର ମହାନ୍ତି ଉପସ୍ଥିତ ଥିଲେ ।

ସମସ୍ତେ ମିଳିମିଶି କିପରି ଭାବରେ ଏକ ଦୁର୍ଗମ ପଛୁଆ ଅଂଚଳକୁ ବିକଶିତ କରି ପାରିଛନ୍ତି ତାହା ଏହି ପୁସ୍ତକରେ ବର୍ଣ୍ଣନା କରାଯାଇଛି । ଏହି ଉପନ୍ୟାସ ପାଠକୀୟ ଆଦୃତ ଲାଭ କରିବ ବୋଲି ଟ୍ୱିଟ୍ କରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । 

ଏହି ଉପନ୍ୟାସରେ ଦୁର୍ଗମ, ପଥୁରିଆ, ନିପାଣିଆ ଗାଁ ଦୁଇ ଭଉଣୀଙ୍କ ଉଦ୍ୟମରେ ବିକାଶର ଶୀର୍ଷରେ ପହଁଚିପାରିଛି । ଦୁଇ ଉଉଣୀଙ୍କ ପରି ସାମାଜିକ ସମ୍ବେଦନ ରଖୁଥିବା ଦୁଇ ଯୁବକଙ୍କୁ ସ୍ଥାନୀୟ ଜମିଦାର ବିବାହ ବନ୍ଧନରେ ବାନ୍ଧି ହେବା ପାଇଁ ଉଦ୍ୟମ ଓ ଏହାସହ ଗାଁର ଆର୍ଥିକ ବିକାଶ ଜନଭାଗୀଦାରୀ ଆାଧାରରେ କିପରି ଜନଆନେ୍ଦାଳନରେ ପରିଣତ ହୋଇଛି ଏହି ଉପନ୍ୟାସରେ ନିଖୁଣ ଓ ହୃଦୟସ୍ପର୍ଶୀ ଭାବେ ବର୍ଣ୍ଣିତ  ହୋଇଛି । 

‘ଯାଆଁଳା ତୋଟା’ ପୁସ୍ତକ ଲେଖକ କାଳନ୍ଦୀ ସାମଲଙ୍କ ସାମାଜିକ କାର୍ଯ୍ୟକର୍ତା ଭାବେ ଉତ୍ସର୍ଗୀକୃତ ମନୋଭାବ ନେଇ କରି ଆସିଥିବା ଉଦ୍ୟମର ଫଳଶ୍ରୁତି । ଜୀବନ ବଗିଚାର ଅଧାଫୁଟା କଢିକୁ ପ୍ରସ୍ପୁଟିତ କରିବା, ବିଶ୍ୱାସର  ରଙ୍ଗ ଓ ହସର ମହକରେ ସଂସାରକୁ ସମୁଜ୍ୱଳ କରିବାର ଆଭିମୁଖ୍ୟରେ ରଚିତ ଏହି ଉପନ୍ୟାସଟି ସାମାଜିକ ଅଙ୍ଗୀକାର ଓ ଅସ୍ମିତାର ଏକ ଜଳଛବି । 

0
0
0
s2sdefault