ହେଡଲାଇନସ୍:

ଜିଲ୍ଲାର ୩୯୧ ଜଣ ଶିକ୍ଷା ସହାୟକଙ୍କୁ ନିୟମିତ ଶିକ୍ଷକ ଭାବେ ନିଯୁକ୍ତି

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ଜଗତସିଂହପୁରରେ ଜିଲ୍ଲାସ୍ତରୀୟ ୧୬୫ତମ ଅନ୍ତିମ ପେନସନ୍ ଅଦାଲତ 

ଅବସର ଗ୍ରହଣ ୪ମାସ ପୂର୍ବରୁ ପେନସନ୍ ପେପର ପ୍ରସ୍ତୁତ କରାଯିବ 

ଜଗତସିଂହପୁର:(ରମେଶ ମହାନ୍ତି):-ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହ ଠାରେ ସାଧାରଣ ଅଭିଯୋଗ ଓ ପେନସନ୍ ପ୍ରଶାସନ ଆନୁକୁଲ୍ୟରେ ୧୬୫ତମ ଜିଲ୍ଲାସ୍ତରୀୟ ଅନ୍ତିମ ପେନସନ୍ ଅଦାଲତ ଅନୁଷ୍ଠିତ ହୋଇଯାଇଛି।ଏହି ଅଦାଲତରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଯୋଗଦେଇ ଅଦାଲତରେ ଯୋଗଦେଇଥିବା ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ,ଉପ-ହିସାବରକ୍ଷକ, ଏ.ଜି ,ଓଡ଼ିଶା ,କଣ୍ଟ୍ରୋଲର ଅଫ୍ ଆକାଉଣ୍ଟସ ଓ ବରିଷ୍ଠ ଅଧିକାରୀଙ୍କୁ ସ୍ୱାଗତ ଜଣାଇଥିଲେ।ଏହି ଜିଲ୍ଲାର ପେନସନ୍ ଅନୁମୋଦନ ଅଧିକାରୀ ମାନେ କର୍ମଚାରୀଙ୍କ ଅବସର ଗ୍ରହଣ ପୂର୍ବରୁ ପେନସନ୍ ସମ୍ବନ୍ଧୀୟ କାଗଜପତ୍ର ପ୍ରସ୍ତୁତ କରିବା ଆବଶ୍ୟକ।ଯେପରି ଅବସର ପରେ ସେହି କର୍ମଚାରୀ ତାଙ୍କର ସମସ୍ତ ପ୍ରାପ୍ଯ ପାଇପାରିବେ।ଦଶହରା ପୂର୍ବରୁ ଜିଲ୍ଲାର ୩୯୧ଜଣ ଶିକ୍ଷା ସହାୟକଙ୍କୁ ଆଜି ନିୟମିତ ଶିକ୍ଷକ ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି। ଏହି ବୈଠକରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ନିର୍ଦ୍ଦେଶକ ସୁଧାଂଶୁ ଶେଖର ଭୂୟାଁ ଯୋଗଦେଇ ରାଜ୍ୟ ପ୍ରଶାସନ ତରଫରୁ ଜିଲ୍ଲାର ଅବସର ପ୍ରାପ୍ତ କର୍ମଚାରୀମାନଙ୍କୁ ଦଶହରା ଭେଟି ସ୍ୱରୂପ ପେନସନ୍ ପ୍ରଦାନ ଆଦେଶ ପ୍ରଦାନ କରାଯାଇଛି।ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଫନୀ ବାତ୍ୟା ପରେ ଉଜୁଡା ଜଗତସିଂହପୁର ଜିଲ୍ଲାକୁ ସଜାଡୁଛନ୍ତି।ଭାରତର ପ୍ରଧାନମନ୍ତ୍ରୀ ପ୍ରଥମଥର ଭାବେ ୧୮.୦୯.୨୦୧୮ ରିଖରେ ସର୍ବଭାରତୀୟ ପେନସନ୍ ଅଦାଲତ ଆରମ୍ଭ କରିଥିଲେ।ଜିଲ୍ଲା ସ୍ତରୀୟ ପେନସନ୍ ଅଦାଲତ ପୁରୀ ଜଗନ୍ନାଥ ଧାମରୁ ଆରମ୍ଭ ହୋଇଛି।ପେନସନ୍ ଅନୁମୋଦନ ଅଧିକାରୀ ମାନେ ଭାବିବା ଉଚିତ ଯେ ସେମାନେ ଦିନେ ଅବସର ଗ୍ରହଣ କରିବେ।ଓଡ଼ିଶାର ମୁଖ୍ୟମନ୍ତ୍ରୀ ଜିରୋଟଲରାନସ,ମୋ ସରକାର ଓ ୫ଟି ମନ୍ତ୍ର ଉପରେ ଅଧିକ ଗୁରୁତ୍ବ ଦେଉଛନ୍ତି।ମୁଖ୍ୟମନ୍ତ୍ରୀଙ୍କ ମହାମନ୍ତ୍ର ୫ଟି ସମୟସୀମା,ପ୍ରଯୁକ୍ତି ବିଦ୍ୟାର ସହାୟତା,ସଂଘବଦ୍ଧ ପ୍ରଚେଷ୍ଟା, ସଚ୍ଚୋଟ ପଣିଆ ଏବଂ ଅବସ୍ଥା ଓ ବ୍ୟବସ୍ଥାରେ ଗୁଣାତ୍ମକ ପରିବର୍ତ୍ତନ ଉପରେ ପ୍ରାଥମିକତା ଦେଉଛନ୍ତି।ବିଳମ୍ବିତ ନ୍ୟାୟ ହେଉଛି ବିଡମ୍ବିତ ନ୍ୟାୟ।ଜଗତସିଂହପୁର ଜିଲ୍ଲାକୁ ପେନସନ୍ ଅମିମାଂସିତ ମୁକ୍ତ ଜିଲ୍ଲାରେ ପରିଣତ କରାଯିବ।ଏହି ପେନସନ୍ ଅଦାଲତରେ କଣ୍ଟ୍ରୋଲର ଅଫ୍ ଆକାଉଣ୍ଟସ୍ ସୁବ୍ରତ ସେନାପତି ଯୋଗଦେଇ ରାଜ୍ୟରେ ତିନି ଦଶନ୍ଧି ଧରି ପେନସନ୍ ଅଦାଲତ ଅନୁଷ୍ଠିତ ହୋଇଆସୁଛି।ସମସ୍ତ ଅଧିକାରୀ ଉସ୍ଚର୍ଗିକୃତ ଭାବେ ଠିକ୍ ସମୟରେ ପେନସନରଙ୍କୁ ନ୍ୟାୟ ପ୍ରଦାନ କରିବାକୁ ପରାମର୍ଶ ଦେଇଥିଲେ।କେତେକ କ୍ଷେତ୍ରରେ ଅଧିକାରୀମାନେ ପେନସନ୍ ପେପର ଗୁଡିକୁ ଠିକ୍ ଭାବେ ତନଖି ନକରି ପଠାଇ ଦେଉଥିବାରୁ ସମସ୍ୟା ହେଉଛି।ଶିକ୍ଷା ଅଧିକାରୀମାନେ ପେନସନ୍ ନିୟମ ଅନୁଯାୟୀ କର୍ମଚାରୀ ଅବସର ଗ୍ରହଣ ୪ମାସ ପୂର୍ବରୁ ପେନସନ୍ ପେପର ପ୍ରସ୍ତୁତ କରି ଉଠାଇବେ।ଏହି ଶିବିରରେ ଉପ-ହିସାବ ମହାଲେଖାକାର(ପେନସନ୍)ନନ୍ଦ ଦୁଲାଲ ଦାସ ଯୋଗଦେଇ ପୂର୍ବରୁ ପେନସନ୍ ପେପର ହାର୍ଡ କପି ମାଧ୍ୟମରେ ଦାଖଲ କରାଯାଉଥିଲା।ସମୟ ପରିବର୍ତ୍ତନରେ ବର୍ତ୍ତମାନ ଅନଲାଇନରେ ପେନସନ୍ ପୋର୍ଟାଲ ମାଧ୍ୟମରେ ପେନସନ୍ ପେପର ପଠାଯାଉଛି।ଏଥିରେ ସମସ୍ତେ ଅଭ୍ୟସ୍ତ ହେବାକୁ ପରାମର୍ଶ ଦେଇଥିଲେ।ଅନଲାଇନରେ ପେନସନ୍ ମଞ୍ଜୁର କରାଯିବ।ଏହି ଅନ୍ତିମ ପେନସନ୍ ଅଦାଲତରେ କଣ୍ଟ୍ରୋଲର ଅଫ୍ ଏକାଉଣ୍ଟ ଅଧିନରେ ୪୫ଟି ମହାଲେଖାକାର (ଏ.ଜି)ଅଧିନରେ ୯ ମୋଟ୍ ୫୪ଟି ପେନସନ୍ ମଞ୍ଜୁର ଆଦେଶ ପତ୍ର ପ୍ରଦାନ କରାଯାଇଥିଲା।ଏହି ଅଦାଲତରେ ଏ.ଜି ଆକାଉଣ୍ଟସ ଅଫିସର ମନୋରଞ୍ଜନ ପାଣିଗ୍ରାହୀ,ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ସେକ୍ସନ ଅଫିସର ସୁବୋଧ କୁମାର ଦାସ,ଉପ ବିଭାଗ ଅଧିକାରୀ ସତୀଶ ସୋରେନ,ସୁଶିଲ କୁମାର ମିଶ୍ର, ସନ୍ତୋଷ କୁମାର ପାତ୍ର ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନାରେ ଭାଗନେଇଥିଲେ।ଏହି ଅଦାଲତରେ ଜିଲ୍ଲା ସ୍ତରୀୟ ଅଧିକାରୀ,ଅବସରପ୍ରାପ୍ତ କର୍ମଚାରୀ,ଅବସରପ୍ରାପ୍ତ ଶିକ୍ଷକ ଶିକ୍ଷୟତ୍ରୀମାନେ ଉପସ୍ଥିତଥିଲେ।

 

0
0
0
s2sdefault