ହେଡଲାଇନସ୍:

ସବର୍ଣ୍ଣ ଅସବର୍ଣ୍ଣ ମାନସିକତାର ଭୟଙ୍କର ରୂପ: ଦଳିତ  ପରିବାର ଉପରେ ସଂଘବଦ୍ଧ ଆକ୍ରମଣ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

              ବରଗଡ଼  : ବରଗଡ଼ ଜିଲ୍ଳା ପାଇକମାଲ ଥାନା ଭେଙ୍ଗରାଜପୁର ପଞ୍ଚାୟତ ଅନ୍ତର୍ଗତ ରସମୁଣ୍ଡା ଗ୍ରାମରେ  ଗତକାଲି ଏକ ଦଳିତ ପରିବାର ଉପରେ ହୋଇଥିବା ସଂଘବଦ୍ଧ ଆକ୍ରମଣ ଘଟଣାରେ ପାଇକମାଲ ଥାନାରେ ମାମଲା ରୁଜୁ ହୋଇଛି । ରସମୁଣ୍ଡା ଗାଁର ରାଧେଶ୍ୟାମ ସୁନା ଥାନାରେ ଘଟଣା ସଂପର୍କରେ ଲିଖିତ ଏତାଲା ଦେଇଛନ୍ତି । ପୁରୁଷାନୁକ୍ରମେ ତାଙ୍କର ପରିବାର ଗାଁରେ ରହି ଆସୁଥିବା ଏବଂ ଭଲ ଭାବରେ ଚଳୁଥିବାରୁ ଏଥିରେ ଅହଂ ମନୋଭାବ ନେଇ ସବର୍ଣ୍ଣ ଲୋକେ ଛୁଆଁ ଅଛୁଆଁ ଭେଦଭାବ ରଖି ବିନା କାରଣରେ ଗଣ୍ଡଗୋଳ କରି ଆସୁଥିଲେ ।

 ଅଭିଯୋଗ କାରୀଙ୍କର ମୁତାବକ ଗତ ବର୍ଷେ ହେବ ଦଳିତ ପରିବାରକୁ ସାମାଜିକ ବାସନ୍ଦ କରାଯାଇଛି । ଗତକାଲି ରାତିରେ  ଏହି ଗାଁର ଉମାକାନ୍ତ ଶତପଥି, ବନବାସ ସାହୁ, ଜଳଧର ସାହୁ, ବୃନ୍ଦାବନ ନାଏକ, ବାଦମନ ନାଏକଙ୍କ ସମେତ ଅନେକ ଲୋକ ବିଭିନ୍ନ ପ୍ରକାର ମାରଣାସ୍ତ୍ରରେ ସଂଘବଦ୍ଧ ଆକ୍ରମଣ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ କର୍ଣ୍ଣ ସୁନା ଗୁରୁତର ଆହତ ହୋଇଥିଲେ । ବାଲକୋ ନାଏକ, ସୁରେଶ ପୁରୀ, ଜଳଧର ସାହୁ, ପରମାନନ୍ଦ ବାଗ, କେଶବ ବାଗ, ବିଶି କେଶନ ବରିହା, ଅଭିମନ୍ୟୁ ବରିହା ପ୍ରମୁଖ ଏହି ଆକ୍ରମଣରେ ସଂପୃକ୍ତ ଥିଲେ ବୋଲି ଏତାଲାରେ ଦର୍ଶାଯାଇଛି । ସେହିପରି ମହିଳାମାନେ ଘରର ଆସବାବପତ୍ର ପିଙ୍ଗା ଫୋପଡ଼ା କରିବା ସହିତ ନଗଦ ଦେଢ ଲକ୍ଷ ଟଙ୍କା, ତିନି ଭରି ସୁନା ,କୁକୁଡ଼ା ୫୫ ଟା, ଛେଳି ୧୧ ଗୋଟି,ବଳଦ ହଳେ ଜୋର ଜବରଦସ୍ତ ଛଡ଼ାଇ ନେଇଗଲେ  ବୋଲି ଏତାଲାରେ ଅଭିଯୋଗ କାରୀ ଉଲ୍ଲେଖ କରିଛନ୍ତି  । ଘଟଣା ସଂପର୍କରେ ଖବର ପାଇ ବିଭିନ୍ନ ସଂଗଠନର କମକର୍ତ୍ତା ଏବଂ ସଦସ୍ୟ ପାଇକମାଲ ଥାନାକୁ ଯାଇ ଥାନା ଅଧିକାରୀଙ୍କ ସହିତ ଘଟଣା ସଂପର୍କରେ ଆଲୋଚନା କରିଛନ୍ତି । ଗତ କାଲି ରାତିରେ ପୀଡିତ ପରିବାର ର କିଛି ଲୋକଙ୍କୁ ପୋଲିସ ଉଦ୍ଧାର କରି ପାଇକମାଲ କୁ ଆଣିଥିଲା । ଗାଁରେ ଏବେ ବି ଉତ୍ତେଜନା ଥିବାରୁ ପିଡ଼ୀତ ପରିବାର ଏବେ ପାଇକମାଲରେ ଆଶ୍ରୟ ନେଇଛନ୍ତି । ଘଟଣାର ଗୁରୁତ୍ୱକୁ ଉପଲବ୍ଧି କରି ପଦ୍ମପୁର ଏସଡ଼ିପିଓ ପ୍ରଦୀପ ସାହୁ ଏବଂ ପଦ୍ମପୁର ତଥା ପାଇକମାଲ ଥାନାଧିକାରୀ ପାଇକମାଲ ଥାନାରେ କେଶ ନମ୍ବର 178/19 ରୁଜୁକରି  ଘଟଣାର ତଦନ୍ତ ଜାରି ରଖିଥିବା ବେଳେ , ଆଇନ ଅନୁଶାରେ ତଦନ୍ତ ପରେ ପୋଲିସ ଦୃଢ଼ କାର୍ଯନୁଷ୍ଠାନ ଗ୍ରହଣ କରିବ ବୋଲି ଥାନା ଅଧିକାରୀ ଶ୍ରୀ ବିଶ୍ୱଜିତ ମନବୋଧ ଜଣାଇଛନ୍ତି ।

0
0
0
s2sdefault