ହେଡଲାଇନସ୍:

ନୁପୁର କାହିଁକି ମୁଁ ବାନ୍ଧିଲି..........

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

bhubaneswar(SPB)ନିଜ ଗୋଡ଼ରେ ନିଜେ କୁରାଢ଼ୀ ମାରିଥିବା ଓଡିଶା ରାଜନୀତିର ଚର୍ଚିତ ବ୍ୟକ୍ତିତ୍ୱ, ସର୍ବାଭିଜ୍ଞ ରାଜନେତା, ପ୍ରଗଳ୍ଭ ବକ୍ତା,ଅପରାଜେୟ ମୁଖପାତ୍ର ଡାକ୍ତର ଦାମୋଦର ରାଉତ ଏବେ ଅଲୋଡା | ବିଜୁ ଜନତା ଦଳରେ ନିଲମ୍ବିତ ହୋଇ ବା କଣ ଠେସା ହୋଇ ରହିଥିଲେ ବି ତାଙ୍କର ରାଜନୀତିକ ଦବଦବା ଥିଲା | ବିଭିନ୍ନ ସମୟରେ ବିଭିନ୍ନ ବିବାଦୀୟ ବୟାନ ଦେଇ ଚର୍ଚାରେ ରହିଥିବା ତଥା ମିଡ଼ିଆ ଲୋକଙ୍କ ନମ୍ବର ଏକ ଚଏସ ଥିବା ଦାମ ବାବୁ ଏବେ ପୁରା ଫର୍ଚ୍ଚାରେ | ଆଜିଭାଲି ଆଉ ଆଗଭଳି ମିଡ଼ିଆ ପ୍ରତିନିଧିଙ୍କ ଭିଡ ଜମୁନି କି ତାଙ୍କ ମନ୍ତବ୍ୟ କୁ ନେଇ ତିଆରପି ଲଢେଇ ବି ଦେଖିବାକୁ ମିଳୁନି ଟିଭି ପରଦାରେ | ଦାମ ବାବୁଙ୍କ ଘରେ ଟିକେ ମୁହଁ ନମାରିଲେ ଭାତ ହଜମ ହେଉ ନଥିବା ସାମ୍ବାଦିକଙ୍କ ଯାଆସ ବି ପୁରା କମିଯାଇଛି | କୌଣସି କଥାରେ ବିବାଦ ସୃଷ୍ଟି କରିବାକୁ ଚାହିଁଲେ ଦାମ ବାବୁଙ୍କ ଖେଂଚା  ବାଇଟ ଟିଏ ନେଇ ଯାଉଥିବା ଗଣମାଧ୍ୟମ ବି ତାଙ୍କ ବାଇଟ ବି କାଁ ଭାଁ କଦବା କ୍ଵଚିତ ବଜାଉଛି | ତାପରେ ବିଜେପିରେ ବି ସେ ୟୁଜ ଆଣ୍ଡ ଥ୍ରୋ ଅବସ୍ଥାରେ | ଏଣେ କ୍ବାର୍ଟର ଛାଡିବାକୁ ନୋଟିସ ଦିଆଗଲାଣି | କୁଆଡେ ବୀତସ୍ପୃହ ହୋଇ ଭୋଟ ରାଜନୀତିରୁ ସନ୍ୟାସ ନେବେ ବୋଲି ଘୋଷଣା କଲେଣି ପରୋକ୍ଷରେ | ସମସ୍ତଙ୍କ ଦ୍ୱାରା ବ୍ୟବହାର ହୋଇଥିବା ଆଉ ସମସ୍ତଙ୍କ କାମରେ ଲାଗିଥିବା ଦାମ ବାବୁଙ୍କ ଅନାସ୍ଥା  ଏବେ ଅଲୋଡ଼ା, ମାନେ " ୟୁଜ ଆଣ୍ଡ ଥ୍ରୋ" | ଆଉ ମାନେ ମାନେ ଭାବୁଥିବେ ଅନ୍ୟକୁ ନୁପୁର ପିନ୍ଧାଇ ନଚାଉଥିବା ଲୋକ ହୋଇ ନିଜେ କାହିଁକି ନୁପୁର ବାନ୍ଧିଲେ !!!!

ରାଜନୈତିକ ଜୀବନରେ ଅନେକ ବାର ଭୁଲ କରି ଭାଗ୍ୟ ଟାଣ ଯୋଗୁ ବର୍ତ୍ତୀ ଯାଇଥିବା ଦାମ ବାବୁ କିନ୍ତୁ ବଡ ଭୁଲ ଗୋଟିଏ ଜାଗାରେ ବହୁତ ବଡ କରିଦେଲେ |  ବିଜେପିରେ ଜଏନ କରି | ଅନ୍ୟକୁ ନଚାଉଥିବା ଦାମ ବାବୁ ନିଜେ ଘୁଙ୍ଗୁର ପିନ୍ଧି ମଇଦାନକୁ ଓଲ୍ହାଇ ଆସିଲେ | ଏଇଟା କାହାର ଏକ ସୁଚିନ୍ତିତ ଯୋଜନା ଥିଲା କି କି ନାହିଁ  ଦାମ ବାବୁଙ୍କୁ ଖତ କରିବା ପାଇଁ ତାହା କରିଥିବ ବା ନକରିଥିବ ଲୋକଙ୍କୁ ଜଣା | ହେଲେ ନିର୍ବାଚନ ବେଳେ ବିଭିନ୍ନ ସ୍ଥାନକୁ ବୁଲି ବିଜେପିର ଷ୍ଟାର ପ୍ରଚାରକ ଭାବେ ବିଜେଡି ଓ ନବୀନ ବାବୁଙ୍କ ସରକାର ବିରୋଧରେ, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ପାଣ୍ଡିଆନଙ୍କ ବିରୋଧରେ ଗପି ଚାଲିଲେ | ହେଲେ ଭୋଟ ସରିଗଲା ପରେ ଦାମବାବୁଙ୍କୁ ଖୋଜା ପଡିଲାନି | ସବୁଠୁ ବଡ ଦୁଃଖ ହେଲା ବିଜେଡର ବାଇ ଇଲେକ୍ସନ ପାଇଁ ଷ୍ଟାର ପ୍ରଚାରକ ତାଲିକାରେ ତାଙ୍କୁ ରଖାଯାଇନି | ଆଉ ୟାଠୁ ବଳି ବଡ ଅପମାନ ଆଉ କଣ ହୋଇପାରେ ଦାମ ବାବୁଙ୍କ ଭଳି ଅଭିଜ୍ଞ ନେତାଙ୍କ ପକ୍ଷରେ | ବୟସର ସାୟାହ୍ନରେ ଆଉ ରାଜନୈତିକ ଜୀବନର ଚୂଡାନ୍ତ ସୋପାନରେ ଜୀବନ ଏତେ ପ୍ରଭାବ ଶୁନ୍ୟ ହୋଇ ପଡିବ ବୋଲି ଭାବିନଥିବେ ଦାମ ବାବୁ | ଏବେ ଅବସ୍ଥା ନା ଏ ଦଳର ନା ସେ  ଦଳର | ପାଣ୍ଡିଆନ ଆଉ ନବୀନଙ୍କ ବିରୋଧରେ ଥିବା ମନର ଭଡ଼ାସ ବାହାର ଲରିବା ପାଇଁ ବିଜେପିରେ ଯୋଗଦାନ ତାଙ୍କୁ ଘରକା ନା ଘାଟକା ଅବସ୍ଥାକୁ ନେଇ ଆସିବ, କଳ୍ପନା କରିନଥିଲେ ଦାମ ବାବୁ |

 

0
0
0
s2sdefault