ହେଡଲାଇନସ୍:

"ଏବର୍ଷ ଆଉ ଲକ୍ଷେ ହେକ୍ଟର ଚାଷ ଜମିକୁ ଜଳସେଚନ ଟାର୍ଗେଟ"

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

ଓଡିଶା ଉଠା ଜଳସେଚନର ୪୭ତମ ପ୍ରତିଷ୍ଠା ଦିବସ ପାଳିତ

ଭୁବନେଶ୍ୱର : ଓଡିଶା ଉଠାଜଳସେଚନ ନିଗମର ୪୭ତମ ପ୍ରତିଷ୍ଠା ଦିବସ ନିଗମର ଅଧ୍ୟକ୍ଷ ଅମରେଶ ପତ୍ରୀଙ୍କ  ପୌରହିତରେ ଅନୁଷ୍ଠିତ ହୋଇଯାଅଛି । ଏଥିରେ ଜଳସଂପଦ, ସୂଚନା ଓ ଲୋକସଂପର୍କ ବିଭାଗମନ୍ତ୍ରୀ ରଘୁନନ୍ଦନ ଦାସ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଉଦ୍ଘାଟନ କରିଥିଲେ । ଏଥିରେ ବିଭାଗୀୟ ସଚିବ ବିଶାଲ ଗଗନ  ଓ ନିଗମର ପରିଚାଳିକା ନିର୍ଦ୍ଦେଶିକା ଅର୍ଚ୍ଚନା ପଟ୍ଟନାୟକ ଏବଂବିଭିନ୍ନ ଜିଲ୍ଲାରୁ ଅସିଥିବା କର୍ମକର୍ତ୍ତା, ପାଣିପଞ୍ଚାୟତର ସଦସ୍ୟ ଓ ଚାଷିଭାଇ ମାନେ ଯୋଗଦାନ କରିଥିଲେ । ଏହି ଅବସରରେ ଶ୍ରୀ ଦାସ ଓଡିଶା ଉଠାଜଳସେଚନ ବିଷୟରେ ଗୁରୁତ୍ୱାରୋପ କରିବା ସହିତ ଚାଷି ଏବଂ ଚାଷ କାର୍ଯ୍ୟରେ ଏହାକୁ କିପରି ଅଧିକ କାର୍ଯ୍ୟକ୍ଷମ କରାଯାଇ ପାରିବ ଏହାକୁ ଦୃଷ୍ଟିରେ ରଖି ଆମରାଜ୍ୟ ସରକାର ସବୁ ଚାଷ ଜମିରେ ଜଳସେଚନ ଯୋଗାଇ ଦେବା ପାଇଁ ପ୍ରାଥମିକତା ଦେଇଆସୁଛନ୍ତି ବୋଲି ତାଙ୍କ ବକ୍ତବ୍ୟରେ ରଖିଥିଲେ ।

ଏହି ଅବସରରେ ନିଗମର ଅଧ୍ୟକ୍ଷ ଶ୍ରୀ   ପତ୍ରୀ ତାଙ୍କ ବକ୍ତବ୍ୟ ରଖି କହିଲେ ଯେ, ଓଡିଶାରେ ଯେତେ ମେଗା ଇରିଗେସନ ଏବଂ ମାଇନର ଇରିଗେସନ ପ୍ରକଳ୍ପ ମାଧ୍ୟମରେ ଜମି ଜଳସେଚିତ ହେଉଛି ତନ୍ମଧ୍ୟରୁ ୫୨ପ୍ରତିଶତ  ଉଠା ଜଳସେଚନ ପଏଣ୍ଟ   ମାଧ୍ୟମରେ ହେଉଛି । ଯେଉଁ ଯେଉଁ ଜାଗାରେ ବଡବଡ ପ୍ରୋଜେକ୍ଟ  ଓ ମେଗା ଇର୍ରିଗେସନ କିମ୍ବା କେନାଲ ପହଂଚି ପାରୁ ନାହିଁ ସେଠାରେ ଥିବା ଚାଷ ଜମିକୁ ଉଠା ଜଳସେଚନ ପଏଣ୍ଟ  ପାଣି ଯୋଗାଇବା ସମ୍ଭବ ହେଉଛି । ଦୀର୍ଘ ୪୬ବର୍ଷ ମଧ୍ୟରେ ପାଖାପାଖି ୧୧ଲକ୍ଷ ହେକ୍ଟର ଚାଷ  ଉଠା ଜଳସେଚନ ମାଧ୍ୟମରେ ହେଉଥିବା ବେଳେ ବିଭିନ୍ନ ଜଳସେଚନ ପ୍ରକଳ୍ପ ଆଉ  ୧ଲକ୍ଷ ହେକ୍ଟର ଜମିକୁ ଜଳସେଚନ କରିବାର ଲକ୍ଷ ରଖାଯାଇଛି । ସମସ୍ତ ତଳସ୍ତର କର୍ମଚାରୀମାନଙ୍କଠାରୁ ଆରମ୍ଭ କରି ଇଂଜିନିୟର ପର୍ଯ୍ୟନ୍ତ ସମସ୍ତଙ୍କୁ ଚାଷିଭାଇଙ୍କ ଉନ୍ନତି ବା ଚାଷପାଇଁ ସହଯୋଗ କରିବାରେ କିଭଳି ଭାବେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଦିଆଯାଇଥିବା ମନ୍ତ୍ର ଟିମ ୱାର୍କ, ଟେକ୍ନଲୋଜି, ଟ୍ରାନ୍ସପାରେନ୍ସି ଓ ଟାଇମ ଲିମିଟ ମଧ୍ୟରେ ସମାପ୍ତ କରି ଟ୍ରାନ୍ସଫରମେସନ ହାସଲ କରିହେବ ଓ ଚାଷ ଚାଷୀଙ୍କ ବିକାଶ ପାଇଁ ଧାର୍ଯ୍ୟ ଲକ୍ଷ ପୂରଣ  କରିହେବ  ସେ ଦିଗରେ ସମସ୍ତେ ଯତ୍ନବାନ ହେବ ପାଇଁ ଶ୍ରୀ ପତ୍ରୀ ପରାମର୍ଶ ଦେଇଥିଲେ । ଏଥିସହିତ "ମୋସରକାର'କାର୍ଯ୍ୟକ୍ରମରେ  ପ୍ରଥମ ପର୍ଯ୍ୟାୟରେ ୨ଟି ବିଭାଗକୁ ସମ୍ମିଳିତ କରାଯାଉଥିବା ବେଳେ ଅନ୍ୟ ବିଭାଗ ବିଭାଗ ବା ସେବାକୁ  ଖୁବ ଶୀଘ୍ର ପର୍ଯ୍ୟାୟକ୍ରମେ ଏହି କାର୍ଯ୍ୟକ୍ରମରେ ସାମିଲ କରାଯିବ |  ଯେହେତୁ ମୁଖ୍ୟମନ୍ତ୍ରୀ କୃଷି ଓ କୃଷକଙ୍କୁ ସବୁବେଳେ ପ୍ରାଧାନ୍ୟ ଦେଇ ଆସିଛନ୍ତି ତେଣୁ "ମୋ ସରକାରରେ ଉଠା ଜଳସେଚନ ନିଗମ ସାମିଲ ହେଲେ ମୁଖ୍ୟମନ୍ତ୍ରୀ  ଚାଷିଭାଇଙ୍କ ଠାରୁ  ନିଗମର କାର୍ଯ୍ୟଶୈଳୀ ଓ ସୁଫଳ ବିଷୟରେ ଯେପରି ସକାରାତ୍ମକ  ଉତ୍ତର ପାଇବେ ସେଥିପାଇଁ  ଆମକୁ ନିଷ୍ଠା ଓ ଯତ୍ନର ସହ କାର୍ଯ୍ୟ କରିବାକୁ ପଡିବ ବୋଲି ଶ୍ରୀ ପତ୍ରୀ କର୍ମଚାରୀ, ଯନ୍ତ୍ରୀ ଓ ନିଗମର ଅଧିକାରୀ ମାନଙ୍କୁ ଆହ୍ବାନ ଦେଇଥିଲେ | 

ଏହି ଉତ୍ସବରେ ଯୋଗଦେଇଥିବା ରଜ୍ୟ ଭିନ୍ନକ୍ଷମ କମିଶନର ଅଧ୍ୟକ୍ଷା ଶ୍ରୀମତୀ ସୁଲୋଚନା ଦାସ, ଓଡିଶା ଖଦୀ ବୋର୍ଡ ଅଧ୍ୟକ୍ଷ ସଂଗ୍ରାମ କେଶରୀ ପାଇକରାଏ, ଓଡିଶା କ୍ଷୁଦ୍ର ଶିଳ୍ପ ନିଗମ ଲିଃ.ର ଅଧ୍ୟକ୍ଷ ଶ୍ରୀ ଚିନ୍ମୟ କୁମାର ସାହୁ, ଓଡିଶା  ମତ୍ସ୍ୟ ଉନ୍ନୟନ ନିଗମର ଅଧ୍ୟକ୍ଷ ଶ୍ରୀ ଅସିତ୍ ପଟ୍ଟନାୟକ ପ୍ରମୁଖଙ୍କୁ ଓଡିଶା ଉଠାଜଳସେଚନ ନିଗମ ତରଫରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିବା ବେଳେ ରାଜ୍ୟର ସଫଳ କୃଷକ ଓ ପାଣିପଞ୍ଚାୟତ ସଦସ୍ୟଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା । ଶେଷରେ ମନୋରଂଜନ ତଥା କୃଷକ ସଚେତନତା ଧର୍ମି ନାଟକ“ ସମୟ ହାତରେ ଜୀବନର ଖେଳ” ପରିବେଷଣ କରାଯାଇଥିଲା ।

0
0
0
s2sdefault