ହେଡଲାଇନସ୍:

କେମିତି ପଢିବେ ଆଉ କେମିତି ବଢିବେ ଏ ଝିଅ ମାନେ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ହାତୀଙ୍କ ଚଲାବାଟରେ ସ୍କୁଲକୁ ଚାଲି ଚାଲି ଯାଉଛନ୍ତି ପ୍ରତି ଦିନ ୮ କିଲୋମିଟର 

ରେଢାଖୋଲ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ 

ଏଇ ପିଲାମାନେ ଯେତେବେଳେ ପ୍ରାଥମିକ ଶ୍ରେଣୀ ସାହିତ୍ୟ ବହିରେ " ଆମେ ତ ଭାଗ୍ୟବାନ ପିଲାରେ, ଆଉ କେ ଆମ ପରି ଥିଲା ରେ | ଆମେତ ଉଡୁ ଆଜି ଆକାଶେ ରବିର କର ଯହିଁ ଝଲକେ" ପଦ୍ୟଟି ପଢୁଥିଲେ, ସେତେବେଳେ କେବେ ବି ଭାଵୀନଥିବେ ଯେ ସେମାନଙ୍କୁ ପାଠ ପଢିବାକୁ ସ୍କୁଲକୁ ଚାଲିଚାଲି ଜଙ୍ଗଲ ରାସ୍ତାରେ ଆଉ ହାତୀଙ୍କ ଚରାଭୂଇଁ ଦେଇ ୮ କିମି ଚାଲିବାକୁ ପଡିବ | ସ୍ୱାଧୀନତାର ଏତେବର୍ଷ ପରେ ବି ଏପରି ସ୍ଥିତିରେ ଆମ ଝିଅମାନେ ସ୍କୁଲକୁ ଯାଉଥିବା ଖବର ଲେଖିବା ବେଳକୁ ମନରେ ସ୍ୱତଃ ପ୍ରଶ୍ନ ଆସେ ଏଇ କଣ ଆମର ବିକାଶ ଧାରା | ଏଇଟା କଣ "ଆମେ ପଢିବା ଆମେ ବଢିବା" ? ଆଉ ଏଇଟା କଣ ବାସ୍ତବରେ "ବେଟି ବଚାଓ ବେଟି ବଢ଼ାଓ" ??

 ସରକାର ବାଳିକା ଶିକ୍ଷା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି I ବାଳିକା ଶିକ୍ଷାର ଉନ୍ନତି କିପରି ହୋଇ ପାରିବ ସେଥି ପାଇଁ ମଧ୍ୟ ବାଳିକା ବିଦ୍ୟାଳୟ ମାନ ଖୋଲିଛନ୍ତି I ଛାତ୍ରୀ ମାନେ ଛାତ୍ରୀ ନିବାସରେ ରହି ପାଠ ପଢିବା ପାଇଁ ମଧ୍ୟ ସେଠାରେ ସୁବିଧା ସୁଯୋଗ ହେଲାଣି I ହେଲେ ସଚେତନତାର ଅଭାବ ହେଉ ବା ସରକାରୀ ସ୍ତରରେ ଇଚ୍ଛାଶକ୍ତି ର ଅଭାବ ଯୋଗୁଁ ବହୁ ଛାତ୍ରୀ ହଷ୍ଟେଲ ରେ ରହି ପାଠ ପଢିବାର ସୁଯୋଗ ପାଇ ପାରିନାହାନ୍ତି I କି ସରକାର ସ୍ତରରେ କୌଣସି ସୁବିଧା କରାଯାଇ ନାହିଁ I ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ରେଢାଖୋଲ ଉପଖଣ୍ଡ ନାକଟିଦେଉଳ ବ୍ଲକ ର ଢୁଙ୍କଚାଲି ,ରୁଙ୍କୁଣିପୁର ଓ ଗୋପାଳପୁର ଗ୍ରାମରେ , ଗ୍ରାମର ବହୁଜଣ ଛାତ୍ରୀ ପଦରେ ଚାଲି ଚାଲି ୮ କିଲୋମିଟର ଜଙ୍ଗଲି ରାସ୍ତାରେ ତେରେବେଡା ଗ୍ରାମରେ ଥିବା ଉଚ୍ଚ ବିଦ୍ୟାଳୟ କୁ ପାଠ ପଢିବାକୁ ଯାଉଛନ୍ତି I ସ୍ଵାଧୀନତାର ୭୩ ବର୍ଷ  ପରେ ମଧ୍ୟ ଏଠିକାର ଜନସାଧାରଣ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି I ଏହି ଅଞ୍ଚଳରେ ଦିନରେ ହାତୀ ମାନଙ୍କର ଚରା ଭୁଇଁ I ତଥାପି ଛୋଟ ଛୋଟ ଛାତ୍ରୀ ମାନେ ସାହସ ବାନ୍ଧି ୮ କିଲୋମିଟର ରେ ଥିବା ବିଦ୍ୟାଳୟକୁ ପାଠ ପଢିଯିବା କମ ସାହସର କଥା ନୁହେଁ I ଏଥିପାଇଁ ସରକାର ଦୃଷ୍ଟିଦେଲେ ଅନ୍ତଃ ପଦକ୍ଷେପ ନେଲେ ଛାତ୍ରୀ ମାନେ ପଢିଯିବା ପାଇଁ ସୁବିଧା ପାଆନ୍ତେ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି I

 

0
0
0
s2sdefault