ହେଡଲାଇନସ୍:

ଜିଲ୍ଲାର ସମସ୍ତ ବ୍ୟାଙ୍କ ପକ୍ଷରୁ "କଷ୍ଟମର ଆଉଟ ରିଚ ଈନିସିଏଟିଭ"  ଋଣ  ମେଳା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଏକ ହଜାର ବ୍ୟାଙ୍କ ଗ୍ରାହକଙ୍କୁ ୧୯ କୋଟି ଟଙ୍କାର ରୄଣ ବଣ୍ଟନ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :  ପାରଳାଖେମୁଣ୍ଡି ସ୍ଥିତ ବିଜୁ କଲ୍ୟାଣ ମଣ୍ଡପ ପରିସରରେ  ଆନ୍ଧ୍ର ବ୍ୟାଙ୍କର ଜିଲ୍ଲା ଅଗ୍ରଣୀ ବ୍ୟାଙ୍କ ଆନୁକୂଲ୍ୟରେ ଜିଲ୍ଲାର ସମସ୍ତ ବ୍ୟାଙ୍କ ମାନଙ୍କୁ ନେଇ  ଏକ ଜିଲ୍ଲା ସ୍ତରୀୟ "କଷ୍ଟୋମର ଆଉଟ ରିଚ ଈନିସିଏଟିଭ"  (ସାମିଏନା) ରୄଣ ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ।

   ଏହି କାର୍ଯ୍ୟକ୍ରମରେ  ଭୁବନେଶ୍ୱର ସ୍ଥିତ ଆନ୍ଧ୍ର ବ୍ୟାଙ୍କର ମଣ୍ଡଳ ଜେନେରାଲ ମ୍ୟାନେଜର ରମାକାନ୍ତ ପ୍ରଧାନ ସଭାପତିତ୍ବ କରି  କାର୍ଯ୍ୟକ୍ରମର ପ୍ରାରମ୍ଭିକ  ସୂଚନା ପ୍ରଦାନ କରି ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ।

    ଜିଲ୍ଲାପାଳ ଶ୍ରୀ ଅନୁପମ ଶାହା ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଗୋଟିଏ ସାମିଏନା ଛାତ ତଳେ ଜିଲ୍ଲାର ସମସ୍ତ କାର୍ଯ୍ୟରତ ରାଷ୍ଟ୍ରାୟତ ଓ ଘରୋଇ ବ୍ୟାଙ୍କ ଏକାଠି ରହି ସମସ୍ତ ଗ୍ରାହକଙ୍କୁ ବିଭିନ୍ନ କ୍ଷେତ୍ରରେ ରୄଣ ଦେବା ସହ ସମସ୍ତଙ୍କୁ ବ୍ୟାଙ୍କର କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ କରାଇବା , ସମସ୍ତ ଗ୍ରାହକ କିଭଳି ସୁବିଧାରେ ରୄଣ ପାଇପାରିବେ ଏହାହିଁ ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ରହିଛି । 

     ବ୍ୟାଙ୍କ ମାନଙ୍କରେ ବିଭିନ୍ନ କ୍ଷେତ୍ରରେ ଗ୍ରାହକ ମାନଙ୍କୁ ରୄଣ ଦେବାପାଇଁ ଟଙ୍କାର କମୀ ନାହିଁ । ବ୍ୟାଙ୍କ ମାନେ ମଧ୍ୟ ରୄଣ ଦେବାପାଇଁ ଆଗଭର ହୋଇ ଆସୁଛନ୍ତି । ଅଧିକ ସଂଖ୍ୟାରେ ଗ୍ରାହକ ମାନେ ରୄଣ ନେଇ ସ୍ବାବଲମ୍ବୀ ହେଲେ  ସେମାନଙ୍କ ସାମାଜିକ ଓ ଆର୍ଥିକ ସ୍ଥିତର ଅଭିବୃଦ୍ଧି ଘଟିବା ସହ ଜିଲ୍ଲାର ବ୍ୟାଙ୍କ ମାନଙ୍କ  ରୄଣଜମା ଅନୁପାତ ଅର୍ଥାତ ସିଡ଼ି ରେସିଓ  ବୃଦ୍ଧି ହେବାରେ ଏହା ବେଶ ସହାୟକ ହୋଇପାରିବ । ଅନ୍ୟ ପକ୍ଷରେ ଆଜିକାଲି ଗ୍ରାମାଞ୍ଚଳରେ ମଧ୍ୟ ସମସ୍ତଙ୍କ ପାଖରେ ବ୍ୟାଙ୍କ ଏକାଉଣ୍ଟ ଖାତା ରହିଛି , ତେଣୁ ବ୍ୟାଙ୍କ ମାନେ ମଧ୍ୟ ଗ୍ରାମାଞ୍ଚଳ ସ୍ତରରେ କିଭଳି ଲୋକଙ୍କୁ ସମସ୍ତ ବ୍ୟାଙ୍କ ସେବା ଯୋଗାଇ ଦେଇ ହେବ , ସେ ଦିଗରେ ବ୍ୟାଙ୍କ ମାନେ ଅଧିକ ଯତ୍ନଶୀଳ ହେବାକୁ ପରାମର୍ଶ ଦେଇଥିଲେ ।

 

ବିଭିନ୍ନ କ୍ଷେତ୍ରରେ ଚାହିଦା ବୃଦ୍ଧି କରିବା ପାଈଁ ରୄଣ ମଞ୍ଜୁର ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଦିଗରେ ବ୍ୟାଙ୍କ ମାନଙ୍କୁ  କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯିବା ପ୍ରକାରେ ଏଭଳି ରୄଣ ମେଳା କାର୍ଯ୍ୟକ୍ରମର ଆୟୋଜନ ।

    ବିଶେଷ କରି ଦଶହରା ପାର୍ବଣ ଋତୁରେ ସାଧାରଣ ଲୋକଙ୍କୁ ସେମାନଙ୍କ ଚାହିଦା ମୁତାବିକ୍ ରୄଣ ଯୋଗାଇଦେବା ନେଇ ବ୍ୟାଙ୍କ ମାନଙ୍କ ପକ୍ଷରୁ ଏହି ମେଳା ଆୟୋଜନ କରାଯାଉଛି ।

     ଏହି ରୄଣ ମେଳାରେ  କୃଷି , ଗୃହ ଶିକ୍ଷା , ମୋଟର ଗାଡି , ବ୍ୟକ୍ତିଗତ , ମୁଦ୍ରା , ଡିଆରଆଇ , ଏସଏଚଜି ,  ପ୍ରଭୃତି କ୍ଷେତ୍ରରେ ରୄଣ ମଞ୍ଜୁର କରାଯାଉଛି । ଏହି ରୄଣ ପ୍ରଦାନ କାର୍ଯ୍ୟକ୍ରମ ସମ୍ପୁର୍ଣ୍ଣ ଭାବେ ଚଳିତ ଅକ୍ଟୋବର ମାସ ଶେଷ ତାରିଖ ପର୍ଯ୍ୟନ୍ତ ଚାଲିବ , ଏ ଦିଗରେ ଜିଲ୍ଲାବାସୀଙ୍କ ସହଯୋଗ ସମେତ ସମସ୍ତ ବ୍ୟାଙ୍କ ମାନେ ଏକତ୍ରିତ ହୋଇ ସମନ୍ବୟ ରକ୍ଷା କରି  କାର୍ଯ୍ୟ କଲେ ଏହାର ପରିମାଣ ୧୦୦ କୋଟି ଟଙ୍କାରୁ ଅଧିକ ରୄଣ ଦେବା ବ୍ୟବସ୍ଥା ହୋଇପାରିବ ଏବଂ ଏହା ସିଡ଼ି ରେସିଓ ବୃଦ୍ଧି ହେବାରେ ସହାୟକ ହୋଇ ପାରିବ । ମୁଖ୍ୟତଃ ଜିଲ୍ଲାର ଅନ୍ତର୍ନିହିତ ଶକ୍ତି ଗୁଡିକୁ ଚିହ୍ନଟ କରି ସେଥି ମଧ୍ୟରୁ କେଉଁ ଶକ୍ତି ବିନ୍ଦୁ ଗୁଡ଼ିକ ଅର୍ଥନୈତିକ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ ହୋଇପାରିବ , ସେଗୁଡିକୁ ରେଖାଙ୍କିତ କରିବା ଏବଂ ସେଥିପାଇଁ ଆବଶ୍ୟକ ଅର୍ଥର ବ୍ୟବସ୍ଥା କରିବା ହେଉଛି ଏହି ରୄଣ-ମେଳା କାର୍ଯ୍ୟକ୍ରମର ମୂଳ ଆଭିମୁଖ୍ୟ । ତେଣୁ ସମସ୍ତ ଗ୍ରାହକ ମାନଙ୍କୁ ଖୋଲା ଯାଇଥିବା ବ୍ୟାଙ୍କ ମାନଙ୍କ ବିଭିନ୍ନ ଷ୍ଟଲକୁ ଯାଇ ବ୍ୟାଙ୍କ ସମ୍ବନ୍ଧୀୟ ବିଭିନ୍ନ ବିଷୟରେ ଧାରଣା ଜାଣନ୍ତୁ ଏବଂ ଏହିସବୁ ସେବାର ସୁବିଧା ସୁଯୋଗ ନେବାକୁ ଆହ୍ବାନ କରିଥିଲେ ମଣ୍ଡଳ ମହା-ପ୍ରବନ୍ଧକ ରମାକାନ୍ତ ପ୍ରଧାନ।

   ଅନ୍ୟମାନଙ୍କ ମଧ୍ୟରେ ପ୍ରକଳ୍ପ ନିର୍ଦ୍ଦେଶକ,ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଚଞ୍ଚଳ ରାଣା , ଆନ୍ଧ୍ର ବ୍ୟାଙ୍କ ଡେପୁଟି ମ୍ୟାନେଜର ଶ୍ରୀ ଭୁବନେଶ୍ୱର ନାୟକ ,ଜିଲ୍ଲା ନାବାର୍ଡ ଏଜିଏମ ସୁଦ୍ୟୋମ୍ନ ପାଲ , ଆର-ସେଟି ନିର୍ଦ୍ଦେଶକ ଅଚ୍ୟୁତା ନନ୍ଦ ବ୍ରହ୍ମା , ଇଣ୍ଡିଆନ ଅଭରସିଜ୍ ବ୍ୟାଙ୍କ ଆଞ୍ଚଳିକ ପ୍ରବନ୍ଧକ , ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ ଯୋଗଦେଇ  କାର୍ଯ୍ୟକ୍ରମ ସମ୍ପର୍କରେ  ଆଲୋଚନା କରିଥିଲେ ।ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମତ୍ସ୍ୟ ବିଭାଗ ପକ୍ଷରୁ ୧୬ ଜଣ ହିତାଧିକାରୀଙ୍କୁ ମୋଟର ସାଇକଲ ସମେତ ମାଛ ରଖି ବିକ୍ରି କରିବା ସାମଗ୍ରୀ ଦିଆଯିବା ସହ ଅନ୍ୟ ଜଣକୁ ଏକ ମୋଟର କାର ଦିଆ ଯାଇଥିଲା  । 

      ଏଭଳି ଭାବେ ଜିଲ୍ଲାର ସମସ୍ତ ବ୍ୟାଙ୍କ ପକ୍ଷରୁ ଏକ ହଜାର ବ୍ୟାଙ୍କ ଗ୍ରାହକଙ୍କୁ ୧୯ କୋଟି ଟଙ୍କାର ରୄଣ ଚେକ୍ ଆକାରରେ ବଣ୍ଟନ କରାଯାଇଥିଲା ।

  ଏହି କାର୍ଯ୍ୟକ୍ରମରେ  ଜିଲ୍ଲାର ବିଭିନ୍ନ ବ୍ୟାଙ୍କ ପକ୍ଷରୁ  ୨୫ ଟି ଷ୍ଟଲ ଖୋଲାଯାଇଥିଲା ।

      ସମସ୍ତ କାର୍ଯ୍ୟକ୍ରମକୁ  ଆନ୍ଧ୍ର ବ୍ୟାଙ୍କର ଜିଲ୍ଲା ଅଗ୍ରଣୀ ବ୍ୟାଙ୍କ ମ୍ୟାନେଜର କିଶୋର ଚନ୍ଦ୍ର ନାୟକ ପରିଚାଳନା ଏବଂ ଡେପୁଟି ଜେନେରାଲ ମ୍ୟାନେଜର ଭୁବନେଶ୍ୱର ନାୟକ ସଂଯୋଜନା କରିଥିଲେ ।

 

0
0
0
s2sdefault