ହେଡଲାଇନସ୍:

ବିଧାୟକ ବଣୁଙ୍କ ପାଇଁ ଗୃହଭେଦୀଙ୍କ ଚକ୍ରବ୍ୟୁହ: ଷଡ଼ଯନ୍ତ୍ରକାରୀ ଦଳ ଭିତରର, ବାହାରର କେହି ନୁହଁ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଏତେବର୍ଷର ଅବହେଳା ପାଇଁ ଅପଦସ୍ତ ହେଉଛନ୍ତି ୪ମାସର ବିଧାୟକ  

ଟାର୍ଗେଟରେ ଭଦ୍ରକ ବିଧାୟକଙ୍କ ବିରୋଧି ପୁଣି ସକ୍ରୀୟ । 

ପଦଯାତ୍ରା ସମୟରେ ଅପଦସ୍ତ  କରିବା ପାଇଁ ସୁଚିନ୍ତିତ ଷଡଯନ୍ତ୍ର 

ଭଦ୍ରକ ( ସତ୍ୟଭୂଷଣ ସ୍ବାମୀ ) :ଭଦ୍ରକ ରାଜନୀତିରେ ଏବେ ଲୋକପ୍ରିୟତା ଆଉ ଗ୍ରହଣୀୟତା କାଳ ହୋଇଛି  ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ ଓରଫ ବଣୁଙ୍କ ପାଇଁ | ଗୃହଭେଦୀଙ୍କ ଅଣ୍ଡର ଗ୍ରାଉଣ୍ଡ ବିରୋଧ ସତ୍ତ୍ୱେ  ବଣୁ ଟିକେଟ ପାଇ ବିଧାୟକ ଭାବେ ନିର୍ବାଚିତ ହେବା  ତଥା ଭଦ୍ରକ ବାସୀଙ୍କ ପାଇଁ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ହାତକୁ ନେବାର ପ୍ରକ୍ରିୟା ଆରମ୍ଭ କରି ସେ ଲୋକ ପ୍ରିୟତାର ପାହାଚ ଚଢ଼ୁଥିବା  ଏବେ ବିରୋଧୀଙ୍କ ଚକ୍ଷୁଶୁଳ ହୋଇପଡିଛି | ବିରୋଧୀ ତ ନୁହେ, ଦଳ ଭିତରର ଲୋକ | ଏବେ ବିଭିନ୍ନ ଜନହିତକର କାର୍ଯ୍ୟରେ ଯୋଗଦେବା ଏବଂ ଅସଜଡା ଭଦ୍ରକକୁ ସଜାଡିବା ପାଇଁ କରୁଥିବା ଉଦ୍ୟମକୁ ଦେଖିଆ କିଛି ଲୋକ ଭାବୁଛନ୍ତି " ଇଏ ସ୍ଥାୟୀ ଭାବେ ଭଦ୍ରକ ଆସନ୍ତା ଛାଡ଼ି ନେଇଯିବନି ତ !" ତେଣୁ ଏବେ କିଛି ଦଳୀୟ ନେତା ଭିତରେ ଭିତରେ ଇର୍ଷାରେ ଜଳୁଛନ୍ତି | ବିଗତ ଦିନର ନେତା ମାନଙ୍କ ଦୁରଦୃଷ୍ଟି ହୀନତା ପାଇଁ ବା ଅଲକ୍ଷ୍ୟରେ ଅବହେଳା ପାଇଁ ହେଉ ଭଦ୍ରକର ଅନେକ ଅଂଚଳରେ ଲାଗି ରହିଛି ସମାସ୍ୟା |  ଲଗାତାର ଭାବେ ଅବହେଳିତ ହୋଇ ରହିଥିବା ଅଂଚଳର ସମସ୍ୟା ସମାଧାନ ପାଇଁ  ତଥା ଭଦ୍ରକକୁ ସ୍ମାର୍ଟ ସହରରେ ପରିଣତ କରିବା  ମାତ୍ର ୪ମାସ ତଳେ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବିଧାୟକ ସଂଜୀବ ମଲ୍ଲିକ ଅଂଟା ଭିଡି ବାହାରିଥିବା ବେଳେ ଏବେ ଗ୍ରହଭେଦୀଙ୍କ ପକ୍ଷରୁ ଚାଲିଛି  ଗୋଡ ଟଣା  |  

 ମାତ୍ର କିଛି ମାସ ତଳେ ବିଧାୟକ ହୋଇଥିବା ବଣୁଙ୍କ  କାର୍ଯ୍ୟକୁ ସବୁ ସ୍ତରରେ ପ୍ରସଂଶା ମିଳୁଥିବା ବେଳେ ଦଳରେ ଥିବା କିଛି କୁଚକ୍ରୀ ନେତା ଓ କୁଜିନେତା ଏହାକୁ ସହି ପାରୁ ନାହାନ୍ତି ବୋଲି ଦଳୀୟ ସମର୍ଥକମାନେ କହିଛନ୍ତି । ଭଦ୍ରକ ନିର୍ବାଚନମଣ୍ଡଳୀରେ ପୂର୍ବ ବିଧାୟକଙ୍କ ଅଧୁରା କାର୍ଯ୍ୟକୁ ନେଇ ଆଶା ରଖିଥିବା କିଛି ପଞ୍ଚାୟତବାସୀ ଅସନ୍ତୋଷ ବ୍ୟକ୍ତ କରୁଥିବା ଘଟଣା ସାମନାକୁ ଆସୁଛି । ଏହାର ସୁଯୋଗ ନେଇ କିଛି ଦଳ ବିରୋଧି ବିଧାୟକଙ୍କୁ ବିରୋଧ କରିବାକୁ ଷଡଯନ୍ତ୍ର କରୁଛନ୍ତି । ଅନେକ ସ୍ଥାନରେ ଏମାନେ ସକ୍ରୀୟ ଥିବା ଜଣା ପଡିଛି । ଏଭଳି ଏକ ଘଟଣା ଘଟିଛି ଭଦ୍ରକ ବ୍ଲକ ବେନ୍ତାଳ ପଞ୍ଚାୟତରେ । ସେଠାରେ କିଛି ଦଳୀୟ ନେତା ଏବଂ କୁଜି ନେତାଙ୍କ ପ୍ରରୋଚନାରେ ଆସି ବେନ୍ତାଳ ଗ୍ରାମ ପଞ୍ଚାୟତର କିଛି ଲୋକେ ଜନସମ୍ପର୍କ ପଦଯାତ୍ରା ସମୟରେ ବିଧାୟକଙ୍କୁ ବିରୋଧ କରିବାକୁ ଯୋଜନା କରିଥିଲେ । ଯାହା ଭଣ୍ଡୁର ହୋଇଥିଲା ଏବଂ ପରବର୍ତ୍ତି ସମୟରେ ଘଟଣାର ଅସଲ ତଥ୍ୟ ଜଣା ପଡିଥିଲା । Social ମେଡିଆ re ଏହି ଭିଡିଓ କୁ Viral କରୁଥିବା ଗୋଷ୍ଛିଙ୍କ ଉଦ୍ଦେଶ୍ୟରୁ ଘଟଣା ବାରି ହେଉଛି । ଏତେ ବର୍ଷ ଧରି ପଡି ରହିଥିବା ଏହି ପୁରୁଣା ରାସ୍ତା ପାଇଁ କାହାର ଲୁହ ଝରୁନଥିଲା ଆଉ ବିଧାୟକ ମାତ୍ର ୩ମାସରେ ତିଆରି କରିବେ ଏହା ସମ୍ଭବ କି ??

ମାତ୍ର କେତୋଟି ପ୍ରଶ୍ନ ସ୍ୱତଃ ଉଠେ |

 ଏ ରାସ୍ତା ଏବେ ଖରାପ ହେଲା ନା ଆଗରୁ ଖରାପ ?

ଏ ସମ୍ପର୍କରେ ଲୋକମାନେ ପୂର୍ବତନ ବିଧାୟକଙ୍କୁ ଜଣାଇଥିଲେ କି ??

ଯଦି ନା, ତେବେ ଭୁଲ କାହାର ???

ଅବା ପୂର୍ବତନ ବିଧାୟକ ଏ ବିଷୟରେ ଅବଗତ ଥିଲେ କି ????

ଯଦି ହଁ, ତେବେ ଏତେବର୍ଷ ଭିତରେ ଏ ସମସ୍ୟା ସମାଧାନ କଲେନି କାହିଁକି ?????

ଗ୍ରାମବାସୀ ମାନେ ପୂର୍ବତନ ବିଧୟିକାଙ୍କୁ ଏତେ ବର୍ଷ ଭିତରେ ଘେରାଉ ବା ଅପଦସ୍ତ କରିଥିଲେ କି ଯେମିତି କି ବର୍ତ୍ତମାନର ବିଧାୟକଙ୍କୁ କଲେ ??????

ଅନ୍ୟ ବିଧାୟକଙ୍କ ଭୁଲ ପାଇଁ ନୂଆକରି ବିଧାୟକ ହୋଇଥିବା ବ୍ୟକ୍ତିଙ୍କୁ ଘେରିବା ବା ଏଭଳି ଆଚରଣ ଦେଖାଇବା କେତେଦୂର ସମୀଚିନ ???????

 

କଥାଟା ହେଉଛି ନିର୍ବାଚନ ପରେ ମାତ୍ର କେତେଟା ମାସ ଯାଇନି | ଲୋକଙ୍କ ସୁବିଧା ଅସୁବିଧା ଜାଣିବା ପାଇଁ ନବାଗତ ବିଧାୟକଙ୍କୁ ଏ ଜନସମ୍ପର୍କ ପଦଯାତ୍ରାରେ ସୁଯୋଗ ରହିଛି | ପୁରୁଣା ବିଧାୟକଙ୍କ ଅବହେଳାକୁ ଲଗାତାର ସହିଥିବା ବେନ୍ତାଳ ବାସିନ୍ଦା ପଦଯାତ୍ରା ସମୟରେ ନୂଆ ବିଧାୟକଙ୍କୁ ଭଲରେ ଅବଗତ କରି କିଛି ଦିନ ସୁଯୋଗ ଦେଇଥିଲେ ଯୁଗ ଉଜୁଡି ଯାଇନଥାନ୍ତା | ଯଦି ବିଧାୟକ ବଣୁ ଏ ସମସ୍ୟା ବିଷୟରେ ଅବଗତ ଥାନ୍ତେ ବା କାମ କରିବାର ଇଛା ନଥାନ୍ତା, ତେବେ ସେ କଣ ସେଇ ଗାଁରେ ପଦଯାତ୍ରା ଫିକ୍ସ କରିଥାନ୍ତେ କି ? ଏହାର ଅର୍ଥ ହେଉଛି ବିଧାୟକ ସମସ୍ୟା ବିଷୟରେ ଅବଗତ ନଥିଲେ | ପଦଯାତ୍ରା ସମୟରେ   ବିରୋଧ ପାଇଁ ଆସିଥିବା ପଞ୍ଚାୟତ ଲୋକେ ବିଧାୟକଙ୍କୁ ବିଭିନ୍ନ ସମସ୍ୟାକୁ ବିଷୟରେ ଅବଗତ କରାଇବା ପରେ ଯଥାଶିଘ୍ର ସେମାନଙ୍କ ସମସ୍ୟାକୁ ମୁଖ୍ୟମନ୍ତ୍ରୀଙ୍କ ଉନ୍ନତିମୂଳକ ଯୋଜନାରେ ସାମିଲ କରାଯିବ ବୋଲି ବିଧାୟକ ପ୍ରତିଶ୍ରୁତି ଦେଇଥିଲେ  । ଏହାକୁ ନେଇ ସ୍ଥାନୀୟ ପଞ୍ଚାୟତବାସୀ ସନ୍ତୋଷ ବ୍ୟକ୍ତ କରିଥିଲେ । 

 

0
0
0
s2sdefault