ହେଡଲାଇନସ୍:

ବିଜେପୁର କଂଗ୍ରେସ ପ୍ରାର୍ଥୀ ବଦଳିଲେ !

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର: ବିଜେପୁରରେ ଭାରତୀୟ ଜାତୀୟ କଂଗ୍ରେସ ଦିଲ୍ଲୀପ ପଣ୍ଡାଙ୍କୁ ଦଳର ପ୍ରାର୍ଥୀ କରୀଥିବା ବେଳେ ଏବେ ପ୍ରାର୍ଥୀ ବଦଳାଇଥିବା ଜଣାପଡିଛି | ଦିଲ୍ଲୀପ ପଣ୍ଡାଙ୍କ ବଦଳରେ ସେଠାରୁ ପ୍ରଦୀପ ପଣ୍ଡା ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି | ସୂଚନାଯୋଗ୍ୟ ଦିଲ୍ଲୀପ ପଣ୍ଡା ପ୍ରାର୍ଥୀ ହୋଇ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଲେ  ଦିଲ୍ଲୀପ ବାବୁଙ୍କର ପ୍ରାର୍ଥୀ ପତ୍ର ଚୂଡାନ୍ତ ଯାଞ୍ଚ ଓ ପ୍ରତ୍ୟାହାର ପରେ କାଏମ ରହିଥିଲା | ହେଲେ ହଠାତ କେମିତି ପ୍ରାର୍ଥୀ ବଦଳିଗଲେ ତାହା ବୁଝି ହେଉନି | ଏଇଟା ଆମେ କହୁନୁ | ଏଇଟା ଖୋଦ ଏଆଇସିସି ଓଡିଶା ଦାୟିତ୍ୱରେ ଥିବା ସାଧାରଣ ସମ୍ପାଦକ ଜିତେନ୍ଦ୍ର ସିଂ ନିଜେ ଟୁଇଟ ମାଧ୍ୟମରେ ସୂଚନା ଦେଇଛନ୍ତି |

 ସେ ତାଙ୍କ ଟ୍ୱଇଟରେ ଲେଖିଛନ୍ତି " ବିଜାପୁର (ଓଡିଶା)କେ କଂଗ୍ରେସ ପ୍ରତ୍ୟାଶୀ ପ୍ରଦୀପ ପାଣ୍ଡା କେ ଲିୟେ ପ୍ରଚାର କିୟା ଔର କଂଗ୍ରେସ ପାର୍ଟି କେ ପକ୍ଷ ମେ ଭୋଟ କରନେ କେ ଲିୟେ ଅପିଲ କି " | ତେଣୁ ଏତେବଡ ନେତା ଟୁଇଟ କରି ସୋସିଆଲ ମିଡି଼ଆରେ କହିଛନ୍ତି ମାନେ ଦିଲ୍ଲୀପ ପଣ୍ଡାଙ୍କ ବଦଳରେ ପ୍ରାର୍ଥୀ ପ୍ରଦୀପ ପଣ୍ଡା ହୋଇଥିବେ ନିଶ୍ଚୟ !!!!

ଅସଲ କଥା ହେଲା ପ୍ରାର୍ଥୀ ସେଇ ଦିଲ୍ଲୀପ ପଣ୍ଡା ହିଁ ଅଛନ୍ତି | ଚାହିଁଲେ ବି ପ୍ରାର୍ଥୀ ଆଉ ବଦଳି ପାରିବେ ନାହିଁ | ହେଲେ ଯଦି ଦିଲ୍ଲୀପ ବାବୁଙ୍କୁ ଟିକେଟ ଦେଇଥିବା ଏଆଇସିସିର ସାଧାରଣ ସମ୍ପାଦକ ଓଡିଶା ଇନଚାର୍ଜ ନିଜ ପ୍ରାର୍ଥୀଙ୍କ ନା ଜାଣିନାହାନ୍ତି ଆଉ ସୋସିଆଲ ମିଡିଆରେ ଭୁଲ ନା ପୋଷ୍ଟ କରୁଛନ୍ତି, ତେବେ ସେଠି ଭଗବାନ ଭରସା | ଅନ୍ତତ ସୋସିଆଲ ମଇଁଷିଆରେ ଆସିବା ବେଳେ ଟିକେ ଦାୟିତ୍ୱବାନ ହୋଇଗଲେ କଣ ବା କ୍ଷତି ହୁଅନ୍ତା ! 

0
0
0
s2sdefault