ହେଡଲାଇନସ୍:

ସମ୍ବଲପୁରରେ ପୁଣି ଏନ୍‌କାଉଣ୍ଟର, କୁଖ୍ୟାତ ଅପରାଧୀ ଅମିତ ବିହାରୀକୁ ଗିରଫ କଲା ପୋଲିସ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସମ୍ବଲପୁର /ରେଢାଖୋଲ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ : ସମ୍ବଲପୁର: କୁଖ୍ୟାତ ଅପରାଧୀ ଅମିତ ବିହାରୀ ଓରଫ ଅମିତ ସାହୁକୁ ସମ୍ବଲପୁର ପୁଲିସ ଶୁକ୍ରବାର ସନ୍ଧ୍ୟାରେ ଏନ୍‌କାଉଣ୍ଟର କରିଛି। ପୁଲିସ କ୍ଷେତରାଜପୁର ଥାନା ଅଞ୍ଚଳରେ ଅମିତକୁ ଏନ୍‌କାଉଣ୍ଟର କରି ଗିରଫ କରିଥିବା ଜଣାପଡ଼ିଛି। ଘଟଣାସ୍ଥଳରୁ ପୁଲିସ ଏକ ପିସ୍ତଲ ଓ ଗୁଳି ଜବତ କରିଛି। ସମ୍ବଲପୁର ଏସ୍‌ପି କେ. ବି. ସିଂହ ଏହି ସୂଚନା ଦେଇଛନ୍ତି।

ଅମିତ ନାଁରେ ବିଭିନ୍ନ ଥାନାରେ ୮ରୁ ଅଧିକ ଅପରାଧିକ ମାମଲା ରହିଛି। ସୂଚନାଯୋଗ୍ୟ ଅମିତ ବିହାରୀ କ୍ଷେତରାଜପୁର ଅଞ୍ଚଳର ଜଣେ ୨୨ ବର୍ଷର ଯୁବକଙ୍କୁ ଅପହରଣ କରି ନେଇ ତାଙ୍କ ବାପାଙ୍କୁ  ୬୦ ହଜାର ଟଙ୍କା ଦାବି କରୁଥିଲା। ଏ ନେଇ ଆଜି ପୂର୍ବାହ୍ଣରେ ଥାନାରେ ମାମଲା ରୁଜୁ ହୋଇଥିଲା। କ୍ଷେତରାଜପୁର ଆଇଆଇସି ମମତା ନାଏକଙ୍କ ନେତୃତ୍ୱରେ ଏକ ସ୍ପେଶାଲ ସ୍କ୍ଵାର୍ଡ ଗଠନ କରି ଅମିତର ଲୋକେଶନ ଟ୍ରାକ କରାଯାଇଥିଲା। ତେବେ ଅମିତ କ୍ଷେତରାଜପୁର ଥାନା ଗୁଡେଶ୍ୱର ବାବା ମନ୍ଦିର ନିକଟରେ ଥିବା ପୁଲିସ ସୂଚନା ପାଇଥିଲା। ଏହା ପରେ ପୁଲିସ ଅତର୍କିତ ଭାବେ ଚଢ଼ାଉ କରିଥିଲା। ପୁଲିସକୁ ଦେଖି ଅମିତ ୨ ରାଉଣ୍ଡ ଗୁଳି ଚଳାଇଥିଲା। ସେପଟେ ପୁଲିସ ମଧ୍ୟ ପାଲଟା ଜବାବ ଦେଇ ଅମିତର ବାମ ଗୋଡ଼କୁ ୨ ରାଉଣ୍ଡ ଗୁଳି କରିଥିଲା। ଏହି ଘଟଣାରେ ଅମିତ ଗୁରୁତର ଆହତ ହୋଇଥିବା ବେଳ ତାକୁ ବୁର୍ଲା ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ଅପରହଣକାରୀ ଅମିତର ମାଡ଼ରେ ଅପହୃତ ଯୁବକ ମଧ୍ୟ ଆହତ ହୋଇଥିବା ବେଳେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏହି ତମାମ ଘଟଣାରେ କ୍ଷେତରାଜପୁର ଆଇଆଇସି ବୁର୍ଲା ହସ୍‌ପିଟାଲରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି।

0
0
0
s2sdefault