ହେଡଲାଇନସ୍:

ଆଞ୍ଚଲିକ କୃଷକ ମହାସଂଘ ମାଣ୍ଡୋସିଲ ର ପ୍ରତିଷ୍ଠା ଦିବସ ଓ ଦୂର୍ଗାପୂଜାରେ କଲସ ଯାତ୍ରା।

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ଜାମସେଠ/ରାଜେନ୍ଦ୍ର କୁମାର ପ୍ରଧାନ:-୧୦ଗୋଟି ଗ୍ରାମପଞ୍ଚାୟତର କୃଷକ ମାନଙ୍କୁ ନେଇ ଆଞ୍ଚଲିକ କୃଷକ ମହାସଂଘ ର ୨୦ତମ ପ୍ରତିଷ୍ଠା ଦିବସ ଓ ସର୍ବଜାନିନ ଦୂର୍ଗାପୂଜା ମାଣ୍ଡୋସିଲ କାଦୋଘୁଚାର କଲସ ଯାତ୍ରା ସବୁ ବର୍ଷ ଭଲି ପାଲିତ ହୋଇ ଯାଇଛି।

ପ୍ରଥମେ ଶହ ଶହ କଲସ ଧରି ମହିଲା ଓ ଝିଅ ମାନେ ଭୁତମୁଣ୍ଡା ରାସ୍ତା ର ପୋଖରୀରୁ ଦୁର୍ଗା ମଣ୍ଡପ କୁ ଆସିଥିଲେ।ପରେ କୃଷକ ମହାସଂଘ ର ଏକ ସଭା ଅନୁଷ୍ଟିତ ହେଲା ଏଥିରେ ପଶ୍ଚିମ ଓଡିଶା କୃଷକ ସମନ୍ବୟ ସମିତି ର ଆବାହକ ରମେଶ ମହାପାତ୍ର  ଯୋଗଦେଇ ଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଗିରିଶ କୁମାର ଡନସନା,ନରସିଂହ ବନଛୋର,ବ୍ରହ୍ମା ବେନିଆ,ଗଣେଶ ପ୍ରଧାନ,ରୁକ୍ମଣ ଧରୁଆ,ଶରତ ତାଣ୍ଡି,ସୁରେନ୍ଦ୍ର ପ୍ରଧାନ,ଭୁଜ ସାହୁ,ଗୁପତ ବାରିକ ପ୍ରମୁଖ ଯୋଗଦାନକରି ନିଜର ମୂଲ୍ୟବାନ ମନ୍ତବ୍ୟ ପ୍ରଦାନ କରିଥିଲେ।

0
0
0
s2sdefault