ହେଡଲାଇନସ୍:

ଓଡ଼ିଶାକୁ ସ୍ୱଚ୍ଛ ଏବଂ ସୁସ୍ଥଭାବେ ଗଢ଼ିବା: ନଗର ଉନ୍ନୟନ ମନ୍ତ୍ରୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର(ଶାସକ ପ୍ରଶାସକ):  ଓଡ଼ିଶାକୁ ସ୍ୱଚ୍ଛ ଏବଂ ସୁସ୍ଥ ଭାବେ ଗଢ଼ିବା ପାଇଁ ଆଜି ଆମେ ଏକତ୍ରିତ  ହୋଇଛୁ | ଆଜିର ଏହି ଅଭିଯାନ ଏକ ଜନଆନ୍ଦୋଳନରେ ପରିଣତ ହୋଇ ପ୍ରତ୍ୟେକ ଜନସାଧାରଣଙ୍କୁ ଏକ ସୁସ୍ଥ ବାତାବରଣ ପ୍ରଦାନ କରିବାର ମାଧ୍ୟମ ହୋଇପାରିଛି ବୋଲି ଆଜି ପୂର୍ବାହ୍ନରେ ଭୁବନେଶ୍ୱରସ୍ଥ କିମସ୍ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହେଉଥିବା ସ୍ୱଚ୍ଛ ସର୍ବେକ୍ଷଣ କର୍ମଶାଳାରେ  ମୁଖ୍ୟଅତିଥି ଭାବେ ଯୋଗଦାନ କରି ପଞ୍ଚାୟତିରାଜ, ଆଇନ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା ମତବ୍ୟକ୍ତ କରିଛନ୍ତି | ଶ୍ରୀ ଜେନା ଆହୁରି ମଧ୍ୟ କହିଛନ୍ତି ହେ  ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ଖୁବ ଶୀଘ୍ର ଗୁଣାତ୍ମକ ସେବା ପ୍ରଦାନ ନିମନ୍ତେ୫ "ଟି' ନୀତି ଅବଲମ୍ବନ କରିଛନ୍ତି, ଯାହା ଟେକ୍ନୋଲୋଜି, ଟ୍ରାନ୍ସପାରେନ୍ସି, ଟିମ୍ ଓ୍ୱାର୍କ, ଟାଇମ୍ ଓ ଟ୍ରାନ୍ସଫରମେସନ୍ ଉପରେ ପର୍ଯ୍ୟବସିତ ଯାହାକି ଆଶାନୁରୂପକ ଭାବେ ଏହି ବିଭାଗର ପ୍ରତ୍ୟେକ ଯୋଜନା ସଫଳ ହେବା ସହ ଯଥୋଚିତ ସେବା ପ୍ରଦାନ ନିମନ୍ତେ ଚେଷ୍ଟିତ ହେବେ ବୋଲି ମନ୍ତ୍ରୀ ଶ୍ରୀ ଜେନା ପ୍ରକାଶ କରିଥିଲେ |

ଅନ୍ୟମାନଙ୍କ ମଧ୍ୟରେ ଜାତୀୟ ସ୍ୱଚ୍ଛ ଭାରତ ମିଶନର ନିର୍ଦ୍ଦେଶକ ଶ୍ରୀ ବିନୋଦ କୁମାର ଜିନ୍ଦଲ, ନଗର ଉନ୍ନୟନ ବିଭଗର ପ୍ରମୁଖ ଶାସନ ସଚିବ ଶ୍ରୀ ଜି. ମାଥିଭାଥନନ, ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ସଂଗ୍ରାମଜିତ ନାୟକ, ପ୍ରମୁଖ ଉପସ୍ଥିତ ରହି ପ୍ରଦୂଷଣ ପ୍ରତିହତ କରିବା, ପ୍ଲାଷ୍ଟିକ୍ ନିଷିଦ୍ଧ, ଓଦା ଓ ଶୁଖୀଲା ବର୍ଜ୍ୟବସ୍ତୁ ପରିଷ୍କାର କରାଯିବା ଇତ୍ୟାଦି ସଂପର୍କରେ ଆଲୋଚନା କରିଥିଲେ | ଉକ୍ତ ସ୍ୱଚ୍ଛ ସର୍ବେକ୍ଷଣ କାର୍ଯ୍ୟକ୍ରମରେ ବିଭିନ୍ନ ଜିଲ୍ଲାର ପୌରସଂସ୍ଥା ଓ ନଗର ନିଗମରୁ ଆସିଥିବା ଅଧିକାରୀ, ଜିଲ୍ଲାର ପ୍ରକଳ୍ପ ନିର୍ଦ୍ଦେଶକ ଏବଂ ସଂପୃକ୍ତ ବିଭାଗୀୟ କର୍ମକତ୍ତା ଓ ପଦାଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ |  

 

 

0
0
0
s2sdefault