ହେଡଲାଇନସ୍:

ଅତିରିକ୍ତ ଜିଲ୍ଲାପାଳଙ୍କ ସହିତ ଆଲୋଚନା କଲେ ଭିଏଚପି ନେତା 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଦଶହରାରେ କଡାକଡ଼ି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ଦାବୀ 

ସୁନ୍ଦରଗଡ଼/ହୋରାଚାନ୍ଦ ଦେଉରିଆ - ଆସନ୍ତାକାଲି ଠାରୁ ଅନୁଷ୍ଠିତ ହେବାକୁଥିବା ଜଗତ ଜନନୀ ମା ଦୁର୍ଗାଙ୍କ ପୂଜା ଉତ୍ସବରେ ଶ୍ରଦ୍ଧାଳୁଙ୍କ ସୁରକ୍ଷା ଓ ହିନ୍ଦୁ ଧାର୍ମିକ ଅଧିକାରକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି ବିଶ୍ୱହିନ୍ଦୁ ପରିଷଦର ବରିଷ୍ଠ କାର୍ଯ୍ୟକର୍ତ୍ତା ତଥା ପଶ୍ଚିମ ଓଡ଼ିଶା ଧର୍ମପ୍ରସାର ସମ୍ପାଦକ ଶାନ୍ତନୁ କୁସୁମ | ଏଇ ପରୀପ୍ରେଖିରେ ଆଜି ଶ୍ରୀ କୁସୁମ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ନୃସିଂହ ଚରଣ ସ୍ୱାଇଁଙ୍କ ସହ ଆଲୋଚନା କରିବା ସହିତ ମା ଦୁର୍ଗାଙ୍କ ପୂଜା ଉତ୍ସବରେ ସୁନ୍ଦରଗଡ଼, ରାଉରକେଲା ତଥା ବଣାଇ ଉପଖଣ୍ଡରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ଦାବୀ କରିଛନ୍ତି | ତାସହିତ ମା ଭଉଣୀଙ୍କ ସୁରକ୍ଷା ଓ ବରିଷ୍ଠ ନାଗରିକଙ୍କ ଶୃଙ୍ଖଳିତ ଦର୍ଶନକୁ ଅଧିକ ପ୍ରାଧାନ୍ୟ ଦେବାକୁ ଶ୍ରୀ କୁସୁମ ଦାବୀ କରିଛନ୍ତି | ଏହି ଅବସରରେ ଶ୍ରୀ କୁସୁମ ଅତିରିକ୍ତ ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ମଧ୍ୟ ପ୍ରଦାନ କରିଛନ୍ତି | ଉକ୍ତ ସ୍ମାରକପତ୍ରରେ ଦର୍ଶାଯାଇଛି ଯେ,ବିଗତ ଦିନ ମାନଙ୍କରେ ପୋଲିସ ପ୍ରଶାସନର ଅପାରଗତା ଯୋଗୁଁ ଅନେକ ହିନ୍ଦୁ ପାର୍ବଣରେ ଅରାଷ୍ଟ୍ରୀୟ ଶକ୍ତି ମାନେ ବିଶୃଙ୍ଖଳା ସୃଷ୍ଟି କରିବା ସହିତ ହିନ୍ଦୁ ଆସ୍ଥା ଉପରେ କୁଠାରଘାତ କରିଥିବାର ଦୃଷ୍ଟାନ୍ତ ରହିଛି | ତେଣୁ ଏଭଳି ଘଟଣାର ଯେମିତି ପୁନରାବୃତ୍ତି ନହୁଏ ସେଦିଗରେ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ କୁସୁମ ସ୍ମାରକପତ୍ରରେ ଦର୍ଶାଇଛନ୍ତି | ସ୍ମାରକପାତ୍ରରେ ଆହୁରି ଦର୍ଶାଯାଇଛି ଯେ, ମା ଦୁର୍ଗାଙ୍କ ପୂଜା ଉତ୍ସବ ହିନ୍ଦୁ ମାନଙ୍କ ଏକ ପ୍ରମୁଖ ଉତ୍ସବ ହୋଇଥିବା ବେଳେ ଏହି ଉତ୍ସବରେ ମୁଖ୍ୟତଃ ମା ଭଉଣୀଙ୍କ ବହୁଳ ମାତ୍ରାରେ ସମାଗମ ହୋଇଥାଏ | ତେଣୁ ସକାଳରୁ ସଞ୍ଜ ଯାଏ ରାସ୍ତା ଘାଟରେ ମା ଭଉଣୀଙ୍କ ଚଳ ପ୍ରଚଳ ଲାଗି ରହିଥାଏ | ତେଣୁ ସମସ୍ତ ରାସ୍ତାରେ ପୋଲିସ ପାଟ୍ରୋଲିଂକୁ କଡାକଡି କରିବା ସହିତ ଅରାଷ୍ଟ୍ରୀୟ ଶକ୍ତିଙ୍କ ଉପରେ ତୀକ୍ଷଣ ନଜର ରଖିବାକୁ କୁସୁମ ଦାବୀ କରିଛନ୍ତି | ଶ୍ରୀ କୁସୁମ ଆହୁରି ଦର୍ଶାଇଛନ୍ତି ଯେ ବର୍ତ୍ତମାନ ଜିଲ୍ଲା ଭିତରେ ପାଖାପାଖି 20 ହଜାର ବାଂଲାଦେଶୀ ଅନୁପ୍ରବେଶକାରୀ ବସବାସ କରୁଥିବା ବେଳେ ହିନ୍ଦୁ ପାର୍ବଣରେ ଅଘଟଣ ଘଟିବାର ବହୁ ସମ୍ଭାବନା ରହିଛି | କାରଣ ଯେଉଁ ସ୍ଥାନରେ ବାଂଲାଦେଶୀଙ୍କ ସଂଖ୍ୟା ବୃଦ୍ଧି ପାଇଥାଏ ସେଠାରେ ହିନ୍ଦୁ ପାର୍ବଣ, ହିନ୍ଦୁ ଆସ୍ଥା ଉପରେ ଆକ୍ରମଣ ହେବାର ବହୁ ଉଦାହରଣ ରହିଛି | ତେଣୁ ବାଂଲାଦେଶୀଙ୍କ ପ୍ରତି ପୋଲିସ ସ୍ୱତନ୍ତ୍ର ଦୃଷ୍ଟି ରଖିବାର ଆବଶ୍ୟକତା ରହିଛି | ତେଣୁ ହିନ୍ଦୁ ଧାର୍ମିକ ଅଧିକାରକୁ ଗୁରୁତ୍ୱଦେଇ ଦଶହରାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବା ସହିତ ମା ଭଉଣୀଙ୍କ ସୁରକ୍ଷା ନିମିତ୍ତ ଯଥେଷ୍ଟ ଯତ୍ନବାନ ହେବାକୁ ଶ୍ରୀ କୁସୁମ ଦାବୀ କରିଛନ୍ତି | ଅଭିଯୋଗକୁ ବିସ୍ତୃତ ଭାବରେ ଅନୁଧ୍ୟାନ କଲାପରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ୱାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି | ଏହି ଚର୍ଚ୍ଚା ଆଲୋଚନା କାଳରେ ଶ୍ରୀ କୁସୁମଙ୍କ ସହିତ ପ୍ରିତମ ଭୋଇ, ଉଦ୍ଧବ ସିଂ ପ୍ରମୁଖ ଅଂଶଗ୍ରହଣ କରିଥିଲେ |

 

 

0
0
0
s2sdefault