ହେଡଲାଇନସ୍:

ସ୍ୱଛତା ହିଁ ବାପୁଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ - ଜିଲ୍ଲାପାଳ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ମହାତ୍ମା ଗାନ୍ଧୀଜିଙ୍କ ୧୫୦ତମ ଜୟନ୍ତୀ ପାଳିତ

ସୁନ୍ଦରଗଡ଼/ହୋରାଚାନ୍ଦ ଦେଉରିଆ  -  ଜିଲ୍ଲା ପ୍ରଶାସନ ପକ୍ଷରୁ ସୁନ୍ଦରଗଡ଼ରେ  ଜାତିର ଜନକ ମହାତ୍ମା ଗାନ୍ଧୀଜିଙ୍କ ୧୫୦ ତମ ଜୟନ୍ତୀ ଧୁମଧାମରେ ପାଳନ ହୋଇଯାଇଛି | ଏହି ଅବସରରେ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଜିଲ୍ଲାବାସୀଙ୍କୁ ସେବା ଓ ସମର୍ପଣର ବାର୍ତ୍ତା ଦେବା ସହିତ ସ୍ୱଛତା ହିଁ ବାପୁଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ ବୋଲି ଆହ୍ୱାନ କରିଛନ୍ତି | ଆଜି  ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ମହାତ୍ମା ଗାନ୍ଧୀଜିଙ୍କ ପ୍ରତିମୂର୍ତ୍ତି ସହ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବହାଦୂର ଶାସ୍ତ୍ରୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟାପଣ କରାଯାଇଥିଲା | ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଆଜି ସକାଳ୪:୩୦ସମୟରେ ସହରରେ ରାମଧୂନ ଗାନ କରାଯାଇଥିଲା | ସକାଳ ୭ଟାରେ ସ୍କୁଲଛାତ୍ରଛାତ୍ରୀ, ସରକାରୀ କର୍ମଚାରୀ ଓ ଜିଲ୍ଲାର ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ମଧ୍ୟରେ ମିନି ମାରାଥନ ହୋଇଥିବା ବେଳେ ୮:୩୦ ରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ଚିତ୍ରକଳା ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା | ସକାଳ ୯ଟା ସମୟରେ ବିକାଶ ଭବନ ପରିସରରେ ଜିଲ୍ଲାପାଳ ନିଖିଳ ପବନ କଲ୍ୟାଣ ବୃକ୍ଷରୋପଣ କରିଥିବା ବେଳେ ଏହି ଅବସରରେ  ଅତିରିକ୍ତ ଜିଲ୍ଲାପାଳ ନୃସିଂହ ଚରଣ ସ୍ବାଇଁ , ଜଙ୍ଗଲ ବିଭାଗ ଅଧିକାରୀ ଅରୁଣ ମିଶ୍ର, ପିଡ଼ିଡିଆରଡିଏ ଭୟରବ ସିଂ ପଟେଲ ,ଡ଼ିଇଓ ରଞ୍ଜନ କୁମାର ଗିରି,ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ଅଧିକାରୀ ଦୟାନିଧି ସାମଲ,ଓ ଜିଲ୍ଲାର ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମକର୍ତ୍ତା ଓ କର୍ମଚାରୀ ,ସ୍ଵୟଂଙ୍ଗ ସହାୟକ ଗୋଷ୍ଠୀ ପ୍ରମୁଖ ଉପସ୍ଥିତ ଥିଲେ | ତାପରେ ଜିଲ୍ଲାପାଳଙ୍କ ସହ ସମସ୍ତେ ମିଶି ଉପ ଜିଲ୍ଲାପାଳ ଅଫିସ ସାମ୍ନାରେ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ସଫେଇ କାର୍ଯ୍ୟ କରିଥିଲେ | ପରେ ପୁଣି ଜିଲ୍ଲାପାଳ ସୁନ୍ଦରଗଡ଼ ମୁଖ୍ୟ ଚିକିତ୍ସାଳୟକୁ ଯାଇ  ନିଜେ ରକ୍ତଦାନ ଶିବିରରେ ରକ୍ତଦାନ କରିଥିବା ବେଳେ ଅନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ମଧ୍ୟ ରକ୍ତଦାନ କରିଥିଲେ | ଅପରପକ୍ଷରେ ରାଣୀଜାନକି ସରକାରୀ ଛାତ୍ରୀ ଉଚ୍ଚ ବିଦ୍ୟାଳୟରେ ଡ଼ିଇଓ ଏବଂ ଜିଲ୍ଲା ପ୍ରକଳ୍ପ ଅଧିକାରୀଙ୍କ ତତ୍ଵଧାନରେ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ  କରା ଯାଇଥିଲା | ଆଜି ଦିନ ତମାମ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସକ୍ରିୟ ଅଂଶଗ୍ରହଣ କରିବା ସହିତ ଗାନ୍ଧୀଜିଙ୍କ ୧୫୦ତମ ଜୟନ୍ତୀ ଅବସରରେ ସୁନ୍ଦରଗଡ଼କୁ ସବୁଜ ସୁନ୍ଦର କରିବା ପାଇଁ ସଂକଳ୍ପିତ ହେବାକୁ ସମସ୍ତ ଜିଲ୍ଲାବାସୀଙ୍କୁ ଆହ୍ୱାନ କରିବା ସହିତ ସ୍ୱଛତା ହିଁ ବାପୁଙ୍କ ପ୍ରତି ଉପଯୁକ୍ତ  ଶ୍ରଦ୍ଧାଞ୍ଜଳି ହେବ ବୋଲି ମତବ୍ୟକ୍ତ କରିଛନ୍ତି |

0
0
0
s2sdefault