ହେଡଲାଇନସ୍:

ରାୟଗଡ ପୋଲିସ ଓ ମହେନ୍ଦ୍ର ବନ ରେଞ୍ଜ ମିଳିତରେ ଧଳା ଚନ୍ଦନ କାଠ ଜବତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :  ଗଜପତି ଜିଲ୍ଲା ରାୟଗଡ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ନିକଟରେ ରାୟଗଡ ପୋଲିସ ଓ ମହେନ୍ଦ୍ର ବନ ରେଞ୍ଜର ମିଳିତ ଚଢ଼ାଉ କରାଯାଇ ୪ କିଲୋ ୩୦୦ ଗ୍ରାମ ଓଜନର ଧଳା ଚନ୍ଦନ କାଠ ଜବତ କରା ଯାଇଛି ।    ଏ ସଂକ୍ରାନ୍ତରେ ସମ୍ପୃକ୍ତ ଥିବା ବାବୁରାଓ ପାସୁପୁରେଡିକୁ ଗିରଫ କରାଯାଇ କୋର୍ଟ ଚାଲାଣ କରା ଯାଇଥିବା ବିଭାଗୀୟ ସୂତ୍ରରୁ ଜଣାଯାଇଛି ।

  ପ୍ରକାଶ ଯେ , ସମ୍ପୃକ୍ତ ବାବୁରାଓ ପାସୁପୁରେଡି  ଜଲାଙ୍ଗ ଗ୍ରାମ ଅଞ୍ଚଳରୁ ରାୟଗଡକୁ ଏକ ବାଇକ ଯୋଗେ ଧଳା ଚନ୍ଦନ କାଠ ଧରି ଆସୁଥିଲା । ଏହି ସମୟରେ  ରାୟଗଡ ପୋଲିସ ଓ ମହେନ୍ଦ୍ର ବନ ରେଞ୍ଜର କୌଣସି ସୂତ୍ରରୁ ଖବର ପାଇ ସମ୍ପୃକ୍ତ ବାଇକକୁ ଅଟକାଇ ତା ଉପରେ ଚଢ଼ାଉ କରି ଯାଞ୍ଚ କରିଥିଲେ । ସେତେବେଳେ ସେ ଧଳା ଚନ୍ଦନ କାଠ ଧରିଥିବା ଜଣା ପଡ଼ିଥିଲା ।

     ଏହି ଚଢ଼ାଉ ବେଳେ  ବନ ବିଭାଗ ମହେନ୍ଦ୍ର ରେଞ୍ଜର କବିନ ପରିଛଙ୍କ ପ୍ରତ୍ୟକ୍ଷ ତତ୍ତ୍ଵ ବଧାନରେ  ଫରେଷ୍ଟର ସନ୍ତୋଷ ରଥ ,  ଫରେଷ୍ଟ ଗାର୍ଡ କାଳି ପ୍ରସାଦ ଶବର ,  ଚିନ୍ତାମଣି ଶବର , ଗୀତାଞ୍ଜଳି ପଟ୍ଟନାୟକ ଓ ରାୟଗଡ଼ ପୋଲିସ ଏସ ଆଇ ରତ୍ନ ନିଧି ପାତ୍ର , ହାବିଲଦାର ଭାସ୍କର ସାୟା ଏବଂ ପାରା ଦଳ ପ୍ରମୁଖ ଚଢ଼ାଉ କରିଥିଲେ ।

0
0
0
s2sdefault