ହେଡଲାଇନସ୍:

 ବିଜେପୁର ନିର୍ବାଚନ ପ୍ରକ୍ରିୟା ଭିତରେ ବଦଳିଲେ ସିଇଓ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସୁରେନ୍ଦ୍ର କୁମାରଙ୍କୁ ସରକାରଙ୍କ  ଦଶହରା  ଭେଟି, ପାଇଲେ ଜଳସମ୍ପଦ 

 ଲୋହାନୀ ହେଲେ ମୁଖ୍ୟ ନିର୍ବାଚନ ଅଧିକାରୀ 

BHUBANESWAR(SPB):  ବିଜେପୁର ନିର୍ବାଚନ ପ୍ରକ୍ରିୟା ଚାଲିଥିବା ବେଳେ ବଦଳିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ | ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଥିବା ୧୯୯୩ ବ୍ୟାଚ ଆଇଏଏସ ଅଫିସର ସୁରେନ୍ଦ୍ର କୁମାରଙ୍କୁ ଜଳସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ନିଯୁକ୍ତି ଦିଆ ଯାଇଛି  | ସେହିପରି ଅବକାରୀ ବିଭାଗର କମିଶନର ତଥା  ଶାସନ ସଚିବ ତଥା ଜିଏସଟି  କମିଶନର ଦାୟିତ୍ୱ ତୁଲାଉଥିବା  ୧୯୯୫ ବ୍ୟାଚ୍‍ ଆଇଏଏସ୍‍ ଅଫିସର ସୁଶୀଲ କୁମାର ଲୋହାନିଙ୍କୁ ରାଜ୍ୟ ମୁଖ୍ୟନିର୍ବାଚନ ଅଧିକାରୀ  ଭାବେ ଅବସ୍ଥାପିତ କରିଛନ୍ତି ସରକାର |  ୨୦୧୭ ବ୍ୟାଚ୍‍ ଆଇଏଏସ୍‍ ସୋମେଶ କୁମାର ଉପାଧ୍ୟାୟଙ୍କୁ  ଓମ୍‍ଫେଡର ସିଜିଏମ୍‍ ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ ସେହି ବ୍ୟାଚର  ଆଇଏଏସ୍‍ ପି.ଅନ୍ୱେଷା ରେଡ୍ଡୀ ହେଲେ ଓଡିଶା ଖଣି ନିଗମର କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ , ପାଟିଲ ଆଶିଷ ଇଶ୍ୱରଙ୍କୁ  ଗ୍ରିଡକୋର କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ, ଦିବାକର ଟି.ଏସ୍‍ଙ୍କୁ  ଓକାକର ଓଏସ୍‍ଡି ଓ ହେମକାନ୍ତ ସାଏଙ୍କୁ ଓଟିଡିସି ପରିଚାଳନା ନିର୍ଦେଶକଭାବେ ଅବସ୍ଥାପିତ କରାଯାଇଛି |

 

0
0
0
s2sdefault