ହେଡଲାଇନସ୍:

ପ୍ରକାଶ ମିଶ୍ର ହେଲେ ଲଦାଖ ଉପରାଜ୍ୟପାଳ !!!

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର : ଓଡ଼ିଶାର ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ପ୍ରକାଶ ମିଶ୍ରଙ୍କୁ ଲଦାଖର ଉପରାଜ୍ୟପାଳ ବା ଲେଫ୍ଟନାଂଟ ଗଭର୍ଣ୍ଣର ଭାବେ ନିଯୁକ୍ତି ମିଳିଥିବା ସୋସିଆଲ ମୋଡି଼ଆରେ ଚର୍ଚ୍ଚା  । ହେଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟାଳୟ ପକ୍ଷରୁ  ଶ୍ରୀ ମିଶ୍ରଙ୍କୁ ଏହି  ନୂତନ ନିଯୁକ୍ତି ବିଷୟରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇନାହିଁ । ସୁଚନାଯୋଗ୍ୟ କିଛିଦିନ ତଳେ ଓଡ଼ିଶାର ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଥଲା | ଆଉ ଜଣେ ଓଡ଼ିଆ ଶ୍ରୀ ମିଶ୍ରଙ୍କୁ ଏକ କେନ୍ଦ୍ରଶାସିତ ଅଂଭଲର ମୁଖ୍ୟଭାବେ ନିଯୁକ୍ତିର ସତ୍ୟତା ଥିଲେ ଏହା ଓଡ଼ିଶା ପାଇଁ ଗୌରବର ବିଷୟ ହେବ | 

ଶ୍ରୀ ମିଶ୍ର ଗତ ନିର୍ବାଚନ ପୂର୍ବରୁ ବିଜେପିରେ ଯୋଗ ଦେଇଥିବା ବେଳେ ଦଳ ତାଙ୍କୁ କଟକ ଲୋକସଭା ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ କରିଥିଲା । ସେ ବିଜେଡିର ଭର୍ତ୍ରୁହରି ମହତାବଙ୍କ ଠାରୁ ପରାଜୟ ବରଣ କରିଥିଲେ ।

0
0
0
s2sdefault