ହେଡଲାଇନସ୍:

ପୁଣି ଗରଜିଲେ ଚାଷୀ, ଘେରିଲେ ତହସିଲ କାର୍ଯ୍ୟାଳୟ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ଼ :- ବର୍ଷ ସାରା ଦେଶବାସୀଙ୍କର ପେଟକୁ ଦାନା ଦେଉଥିବା ଚାଷୀ ଆଜି ଅବହେଳିତ ନିଷ୍ପେସିତ ଓ ଶୋଷିତ । ଦେଶର ଅନ୍ନଦାତା ଆଜି ନିଜର ପରିବାର ପୋଷଣ କରିବା ପାଇଁ ଅକ୍ଷମ ହେବାରେ ଲାଗିଛି । ବର୍ଷ ତମାମ କୋଣସି ନା କୋଣସି କାରଣ କୁ ନେଇ ଚାଷୀ ନିଜର ଚାଷ କାମ ଛାଡି , ବାଧ୍ୟ ହେଉଛି ରାଜରାସ୍ତାରେ ବସିବା ପାଇଁ । ବିଗତ କିଛି ବର୍ଷ ହେଲା ତୀବ୍ର ହେବାରେ ଲାଗିଛି ଚାଷୀ ଆନ୍ଦୋଳନ । ଚାଷୀ ଓ ଚାଷ ଉନ୍ନତି ପାଇଁ ସରକାର ମାନଙ୍କ ପାଖରେ ରହିଛି ମାଲମାଲ ଯୋଜନା ହେଲେ ଚାଷୀ ଓ ଚାଷ ର ଉନ୍ନତି ହେବା ପରିବର୍ତେ ଚାଷୀ ଧୀରେ ଧୀରେ ଚାଷ କାମ ଛାଡିବାରେ ଲାଗିଛି । ଅନେକ ସମସ୍ୟା ଭିତରଦେଇ ଗତି କରିବା ସତ୍ତ୍ୱେ ଚାଷୀ ନିଜର ହକ ପାଇ ପାରୁନାହିଁ । ବାରମ୍ବାର ଧାରଣ ଆନ୍ଦୋଳନ କଲା ପରେବି ଚାଷୀ କୁ କେବଳ ପ୍ରତାରଣା ମିଳୁଛି । କିନ୍ତୁ ଚାଷୀ ନା ରେ ଲାଭ ଉଠାଇଛନ୍ତି ମୁନାଫାଖୋର ବ୍ୟବସାୟୀ ଓ କିଛି ବାବୁ।   

ଏହି ସବୁ କିଛି ସମସ୍ୟା କୁ ନେଇ ଆଜି ରାଜବୋଡାସମ୍ବର କୃଷକ ସଙ୍ଗଠନ ତରଫରୁ ପାଇକମାଲ ତହସିଲ କାର୍ଯ।ଳୟ କୁ ଘେରାଉ କରାଯାଇଥିଲା । ଚାଷୀ ମାନେ ପାଇକମାଲ ରୁ ଏକ ରେଳିରେ ଆସି ତହସିଲ କାର୍ଯ୍ୟାଳୟ କୁ ପହଂଛିବା ପରେ ସେଠାରେ ସରକାରଙ୍କ ଓ କମ୍ପାନୀ ମାନଙ୍କ ଦ୍ୱାରା ଚାଷୀକୁ କରାଯାଉଥିବ ଶୋଷଣ ବିରୋଧରେ ସ୍ଲୋଗାନ ଦେଇଥିଲେ । କିଛି ସମୟ ପରେ ପାଇକମାଲ ତହସିଲଦାର ଧାରଣା ସ୍ଥଳକୁ ଆସି ଚାଷୀ ମାନଙ୍କର ସହିତ ଆଲୋଚନା ପରେ , ଦ୍ୱାରା ଚାଷୀ ବିଭିନ୍ନ ଦାବିନେଇ   ମେମୋରେଣ୍ଡମ ଗ୍ରହଣ କରିଥିଲେ । ତହସିଲଦାର ଙ୍କର ସହିତ ଆଲୋଚନା ଓ ମେମୋରେଣ୍ଡମ ପ୍ରଦାନ କରାଯିବା ପରେ ଚାଷୀ ମାନେ ଘେରାଉ ରୁ ହଟିଥିଲେ । ଆଗାମୀ ଦିନରେ ଦାବି ଗୁଡିକ ପ୍ରତି ସରକାର ଗୁରୁତ୍ୱର ସହିତ ବିଚାର ନକଲେ ଆନ୍ଦୋଳନ ଆହୁରି ତୀବ୍ରତର ହ୍ରବ ବୋଲି ସଂଗଠନ ତରଫରୁ ପ୍ରକାଶ ।

0
0
0
s2sdefault