ହେଡଲାଇନସ୍:

ଅଜଣା ରୋଗରେ ପୀଡିତ ପଙ୍କଜ :ମଲିନି ସରକାରୀ ସହାୟତା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଆଗଲପୁର  (ସୁଶିଲ କୁମାର ବିଶ୍ବାଲ ):-  ପୁଅ ଯେତେବେଳେ ବୟସ୍କ ହୋଇଯାଏ ସେତେବେଳେ ସେ ମା ବାପ ର ସାହାରା ହେବା ପାଇ ପ୍ରସ୍ତୁତ ହୋଇ ଯାଇଥାଏ ।ଯଦି କମ୍ ପାଠ ପଢିଥାଏ ତା ହେଲେ କିଛି ପରିଶ୍ରମ କରି ଅର୍ଥ ଉପାର୍ଜନ କରି ପରିବାର ପରିପୋଷଣ ରେ ସାହାଯ୍ୟ  ପାଇଁ ଆଗେଇ ଆସିଥାଏ । ପିତା ଅର୍ଜୁନ ମାଝି ଓ ମାତା ସୁରୁନନୀ ମାଝି  ଭୂମିହୀନ, ଦିନ ମଜୁରିଆ  ଶ୍ରେଣୀ ର ହୋଇଥିବାରୁ ମାତାପିତାଙ୍କୁ ସାହାର୍ଯ୍ୟ ପାଇଁ ସୁଦୂର ମହାରାଷ୍ଟ୍ର ରାଜ୍ୟର ପୁନେ ସହର କୁ ଦାଦନ ଖଟିବାକୁ ଯାଇଯାଇଥିଲେ ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଳକ ଅନ୍ତର୍ଗତ ଝରଣିପାଲି ଗ୍ରାମର ପଙ୍କଜ ମାଝି  । ଘରେ ମା , ବାପା ଓ ଗୋଟିଏ ଭାଇ, ପୁନେରେ ରହି ଦୁଇ ପଇସା ରୋଜଗାର କଲେ ପରିବାର ସୁରୁଖୁରୁରେ ଚଲିବ ଏଇଆ ଆଶା ଥିଲା ପଙ୍କଜ ର, ହେଲେ ଆଶା ଆଶାରେ ରହିଗଲା ।କିଛି ଦିନ ସେଠାରେ କାମ କଲା ପରେ ଗୋଡ଼ରେ ପିଡା ଅନୁଭବ କଲେ , କଠିନ ପରିଶ୍ରମ ଯୋଗୁଁ ପିଡା ହେଉଛି ଭାବି ଘରକୁ ଫେରି ଆସିଥିଲେ ଆରାମ କରିବାକୁ । ତଥାପି ମଧ୍ଯ ପିଡା ନ କମି ବଢିବାରେ ଲଗିଲା ତାପରେ ବଲାଙ୍ଗୀର, ବୁର୍ଲା, ଭୁବନେଶ୍ବର, କଟକ, ବିଶାଖାପାଟଣା ର ବିଭିନ୍ନ ଡାକ୍ତରଖାନା ରେ ଚିକିତ୍ସିତ ହେଲେ ମଧ୍ଯ କିଛି ସୁଫଳ ମଲିନଥିଲା । ଏବେ ତିନି ମାସ ରୁ ଉର୍ଦ୍ଧ ସମୟ ହେଲାଣି ବିଛଣାରେ ପଡି ବୃଦ୍ଧ ପିତା ମାତା ପାଇଁ ଚିନ୍ତା ର କାରଣ ପାଲଟିଯାଇଛନ୍ତି ପଙ୍କଜ । ଏବିଷୟରେ ସୁଚନା ପାଇ, ସମସ୍ଯା ସମାଧାନ ଗ୍ରୁପ  (କୋଶଲ ପରିବାର )ଆଗଲପୁର  ଏବଂ ୟୁଥ୍ ଆଗେନଷ୍ଟ କରପସନ ଯୋଖିପାଲି ସହାୟତା ର ହାତ ବଢାଇ ଥିଲା ।ପଙ୍କଜଙ୍କ ଚିକିତ୍ସା ପାଇଁ ସହଯୋଗ ପ୍ରଦାନ କରିବାକୁ ସରକାରଙ୍କୁ ଗୁହାରି କରିଛନ୍ତି ପଙ୍କଜ ର ବୃଦ୍ଧ ପିତା ମାତା  । ସ୍ବାସ୍ଥ୍ୟସେବାରେ  ବିଭିନ୍ନ ଯୋଜନା କରି ଜନସାଧାରଣ ଉପକୃତ ହୋଇଛନ୍ତି ବୋଲି ଡିଣ୍ଡିମ ପିଟୁଥିବା ବେଳେ ଏହି ସବୁ ଫେଲ ମାରିଛି ପଙ୍କଜ ମାଝି ଙ୍କ ପାଖରେ ।

0
0
0
s2sdefault