ହେଡଲାଇନସ୍:

କଳାହାଣ୍ଡି ଜିଲ୍ଲାର ସମସ୍ତ ପୌରାଞ୍ଚଳରେ ସ୍ମାର୍ଟ ପାର୍କ ଓ ଶ୍ମଶାନ ନିର୍ମାଣ କରାଯିବ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଜଳସଂପଦ ବିଭାଗ ସହାୟତାରେ ପୌରାଞ୍ଚଳରେ ଡ୍ରେନେଜ୍ ବ୍ୟବସ୍ଥା ଉନ୍ନତିକରଣ କରାଯିବ : ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ ଜେନା

ଭୁବନେଶ୍ୱର(SPB) : କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ପୌରପରିଷଦ ସମେତ କେସିଙ୍ଗା, ଧର୍ମଗଡ଼ ଓ ଜୁନାଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦକୁ  ଗୋଟିଏ ଲେଖାଏ  ସ୍ମାର୍ଟ ପାର୍କ ବାବଦରେ ୧ କୋଟି ଓ ଶ୍ମଶାନ ପାଇଁ ୧ କୋଟି ଟଙ୍କା ଯୋଗାଇ ଦିଆଯିବ ବୋଲି ପ୍ରକାଶ କରିଛନ୍ତିା  ଲୋକସେବା ଭବନଠାରେ ପଞ୍ଚାୟତିରାଜ ଓ ପାନୀୟ ଜଳ, ଆଇନ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା ଉପରକ୍ତ ପୌରାଞ୍ଚଳର କାର୍ଯ୍ୟ ଅଗ୍ରଗତି ସମୀକ୍ଷା କରିବା ଅବସରରେ ସମ୍ପୃକ୍ତ ପୌରସଂସ୍ଥାର  କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କୁ ଏଥି ନିମନ୍ତେ ଡିପିଆର୍ ପ୍ରସ୍ତୁତ କରି ତୁରନ୍ତ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି | 

ରାଜ୍ୟର ସମସ୍ତ ସହରାଞ୍ଚଳରେ ଡ୍ରେନେଜ୍ ବ୍ୟବସ୍ଥାର ସୁଦୃଢ଼ୀକରଣ ପାଇଁ ଜଳସଂପଦ ବିଭାଗ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରିବା ଏବଂ ବଜେଟ୍ ବ୍ୟବସ୍ଥା କରିବାକୁ ନଗର ଉନ୍ନୟନ ବିଭାଗ ପକ୍ଷରୁ ପ୍ରସ୍ତାବ ଦିଆଯିବ ବୋଲି ମନ୍ତ୍ରୀ ପ୍ରକାଶ କରିଧିଲୋ ଧର୍ମଗଡ଼ରେ ବସଷ୍ଟାଣ୍ଡ ଓ ଭେଣ୍ଡିଂ ଜୋନ୍ ପ୍ରତିଷ୍ଠା ପାଇଁ ଆକଳନ ପ୍ରସ୍ତୁତି କରିବାକୁ ନିର୍ବାହୀ ଅଧିକାରୀଙ୍କୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲୋ ଧର୍ମଗଡ଼ ଏନ୍ଏସିରେ ଏମ୍ସିସି (ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର) ଓ ଏମ୍ଆର୍ଏଫ୍ (ମ୍ୟାଟେରିଆଲ୍ ରିକଭରି ଫେସିଲିଟି)ପାଇଁ ଟେଣ୍ଡର ସରିଥିବା ବୈଠକରୁ ଜଣାପଡ଼ିଛିା ସେହିପରି ଜୁନାଗଡ଼ରେ ଟାଉନ୍ ହଲ୍ ନିର୍ମାଣ ପାଇଁ ଅଧିକ ୧ କୋଟି ଟଙ୍କା ଆବଶ୍ୟକ ଥିବାରୁ ଏହାର ବ୍ୟବସ୍ଥା କରିବାକୁ ଶିଳ୍ପ, ଶକ୍ତି, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, ଗୃହ ମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ର ମନ୍ତ୍ରୀ ଶ୍ରୀ ଜେନା ଦୃଷ୍ଟି ଆକର୍ଷଣ କରିବା ସହ ପଞ୍ଚାୟତ ପାର୍କକୁ ସ୍ମାର୍ଟ ପାର୍କ, ବସଷ୍ଟାଣ୍ଡର ନବୀକରଣ, ଭେଣ୍ଡିଂ ଜୋନ୍, ସହରାଞ୍ଚଳ ଆଶ୍ରୟ ସ୍ଥଳୀର ଏଷ୍ଟିମେଟ୍ ଖୁବ୍ ଶୀଘ୍ର ନଗର ଉନ୍ନୟନ ବିଭାଗକୁ ପ୍ରଦାନ କରିବାକୁ ନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲୋ ଭବାନୀପାଟଣା ଟାଉନ୍ହଲ୍ ନିର୍ମାଣ ପାଇଁ ୪ କୋଟି ଟଙ୍କାର ଆବଶ୍ୟକତା, ବରିଷ୍ଠ ନାଗରିକଙ୍କ ପାଇଁ ପାର୍କ, ରାସ୍ତା ଆଲୋକୀକରଣ, ରାସ୍ତା ସଫେଇ ପାଇଁ ସୁଇପିଂ ମେସିନ୍, ପୌର ପରିଷଦ ନୂତନ କାର୍ଯ୍ୟାଳୟ ଗୃହ ନିର୍ମାଣ ଓ ମୁଖ୍ୟ ମାର୍କେଟର ନବୀକରଣ ଆଦି ପାଇଁ ଆବଶ୍ୟକ ଅର୍ଥ ଯୋଗାଇବାକୁ ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ ନଗର ଉନ୍ନୟନ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲୋ କେସିଙ୍ଗା ଏନ୍ଏସିର ଟ୍ରକ୍ ଟର୍ମିନାଲ୍, ଭେଣ୍ଡିଂ ଜୋନ୍, ସହରାଞ୍ଚଳ ଆଶ୍ରୟସ୍ଥଳୀ ନିର୍ମାଣ ସମ୍ବନ୍ଧରେ ମଧ୍ୟ ବୈଠକରେ ଆଲୋଚନା କରାଯାଇଥିଲାା ଏହା ବ୍ୟତୀତ ଜିଲ୍ଲାର ୪ଟି ସହରାଞ୍ଚଳରେ ପାନୀୟ ଜଳ ଯୋଗାଇବା ପାଇଁ ପ୍ରତ୍ୟେକ ଘରକୁ ପାଇପ ଯୋଗେ ସଂଯୋଗ ଓ ପାଇପ ବିଛାଇବା ନିମନ୍ତେ ଆବଶ୍ୟକ ଅବଶିଷ୍ଟ ଅର୍ଥ ତୁରନ୍ତ ପ୍ରଦାନ ପାଇଁ ନଗର ଉନ୍ନୟନ ବିଭାଗର ସ୍ୱତନ୍ତ୍ର ସଚିବ ପି.କେ. ଝାଙ୍କୁ ମନ୍ତ୍ରୀ ଶ୍ରୀ ଜେନା ନିର୍ଦ୍ଦେଶ ଦେଇଥିଲୋ

ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ମୌଷଧି ବାଗ୍, ପୌରପ୍ରଶାସନ ନିର୍ଦ୍ଦେଶକ ସଂଗ୍ରାମଜିତ ନାୟକ, ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ଶ୍ରୀଚନ୍ଦନ, ଭବାନୀପାଟଣା ଓ କେସିଙ୍ଗା ନିର୍ବାହୀ ଅଧିକାରୀ ବିଶ୍ୱମ୍ବର ମିଶ୍ର, ଜୁନାଗଡ଼ ନିର୍ବାହୀ ଅଧିକାରୀ ଉପେନ୍ଦ୍ର ଲୋହା ଏବଂ ଧର୍ମଗଡ଼ ନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ କୁମାର ସାହୁଙ୍କ ସମେତ ଜନସ୍ୱାସ୍ଥ୍ୟ ବିଭାଗ ବରିଷ୍ଠ ଯନ୍ତ୍ରୀମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲୋ

0
0
0
s2sdefault